• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପେଶା ଇଞ୍ଜିନିୟର, ନିଶା ଲୋକଙ୍କୁ ସାହାଯ୍ୟ କରିବା । ଟ୍ୱିଟର ରେ ସେ ଏତେ ଆକ୍ଟିଭ୍‌ ଯେ କାହାର ଅସୁବିଧା ସମ୍ପର୍କରେ ଟ୍ୱିଟ ଦେଖିବା ମାତ୍ରେ ସାଙ୍ଗେ ସାଙ୍ଗେ ବଢାନ୍ତି ସହଯୋଗର ହାତ । ଆଉ ତାଙ୍କର ସହଯୋଗ ପାଇବା ପରେ ଲୋକେ ବି ବେଶ୍‌ ଖୁସ୍‌ । ପୁରୀ କୃଷ୍ଣପ୍ରସାଦ ବ୍ଲକ ରାମଲେଙ୍କା ପଞ୍ଚାୟତ ବ୍ରାହ୍ମଣଦେଓ ଗାଁର ପ୍ରଦ୍ୟୁମ୍ନ ବିଶ୍ୱାଳ l ପେଶାରେ ସେ ଜଣେ ଇଞ୍ଜିନିୟର l ହେଲେ ନିଶା ଗରିବ ଲୋକଙ୍କୁ ସହଯୋଗ କରିବା l ଦିନେ ଏହି ସହଯୋଗର ଦୃଢୋକ୍ତି ନେଇ ଆରମ୍ଭ କରିଥିଲେ ଲୋକଙ୍କୁ ସାହାଯ୍ୟ କରିବା,  ତାହା ପୁଣି ସୋସିଆଲ ମିଡିଆ ପ୍ଲାର୍ଟଫର୍ମ ଟ୍ୱିଟର ଜରିଆରେ ।

ଜଣେ ବନ୍ଧୁଙ୍କ ପ୍ରେରଣା ପାଇବା ପରେ ଏମିତି ସହଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ ପ୍ରଦ୍ୟୁମ୍ନ । କରୋନା ସମୟରେ ସ୍ଲଟ ବୁକିଙ୍ଗ ଦେଖୁ ଦେଖୁ ଆରମ୍ଭ କରିଥିଲେ ଲୋକଙ୍କ ସମସ୍ୟାକୁ ଟ୍ୱିଟ୍‌ ମାଧ୍ୟମରେ ଅପଲୋଡ୍‌ କରିବା । ପ୍ରଥମେ ନିଜ ଗାଁର ରାସ୍ତା ଖରାପ ଥିବାରୁ ଟ୍ୱିଟ୍‌ କରିଥିଲେ । ଟ୍ୱିଟ୍‌ କରିବାର ମାତ୍ର ୨୦ ମିନିଟ୍‌ରେ ସମାଧାନର ପ୍ରତିଶ୍ରୁତି ପାଇଥିଲେ । ପ୍ରତିଶ୍ରୁତି ପାଇବାର ମାସେ ଭିତରେ ରାସ୍ତା ସମସ୍ୟା ଦୂର ହୋଇଯାଇଥିଲା । ବାସ୍‌ ଏହାପରେ ଆରମ୍ଭ ହୋଇଯାଇଥିଲା ଟ୍ୱିଟ୍‌ ମାଧ୍ୟମରେ ସମାଧାନ କରିବା ।

ପ୍ରଦ୍ୟୁମ୍ନ ବର୍ତ୍ତମାନ ସୁଦ୍ଧା ଟ୍ୱିଟ୍‌ କରି ୨ ହଜାରରୁ ଉର୍ଦ୍ଧ୍ୱ ସମସ୍ୟାର ସମାଧାନ କରିସାରିଥିବା ବେଳେ ଆଗକୁ ଆହୁରି ସମାଧାନ କରିବାକୁ ଜାରି ରଖିଛନ୍ତି ପ୍ରୟାସ । ଏବେ ସ୍ଥିତି ଏମିତି ହେଲାଣି ଯେ ସ୍ଥାନୀୟ ଅଂଚଳରେ ତାଙ୍କୁ ଟ୍ୱିଟର ବୟ ବୋଲି ଜାଣିଛନ୍ତି । ନିଜେ ଗରିବ ପରିବାରରୁ ଆସିଥିବାରୁ ଗରିବଙ୍କ କଥାକୁ ବେଶ୍‌ ଭଲରେ ବୁଝିପାରୁଛନ୍ତି ପ୍ରଦ୍ୟୁମ୍ନ । ତେଣୁ ସେମାନଙ୍କ ସମସ୍ୟାର ସମାଧାନ କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି । ଆଉ ତାଙ୍କର ଏପରି ପ୍ରୟାସକୁ ନେଇ ସବୁଆଡୁ ଛୁଟୁଛି ପ୍ରଶଂସାର ସୁଅ । 

(କୃଷ୍ଣପ୍ରସାଦରୁ ନୀଳକଣ୍ଠ ପ୍ରଧାନଙ୍କ ରିପୋର୍ଟ)