/odishatv-khabar/media/post_attachments/uploadimage/library/16_9/16_9_0/Bad_Boy_1667526365.jpg)
Bad Boy
ଯୋଉ ପୁଅକୁ ୧୦ ମାସ ୧୦ ଦିନ ଗର୍ଭରେ ରଖି ଏ ଦୁନିଆ ଦେଖାଇଥିଲା ମାଆ, ତାକୁ ଆଜି ସାତପର କରିଦେଇଛି ପୁଅ । ଖାଲି ପର କରିଛି ତାହା ନୁହେଁ ବରଂ ମାଆକୁ ମାଡି ବି ମାରିଛି । ଯାହାକୁ ହାତ ଧରି ରାସ୍ତା ଚଳାଇବା ଶିଖାଇଥିଲେ ଆଜି ସେଇ ହାତ ମାଆ ଉପରକୁ ଉଠୁଛି । ଏମିତି କଷ୍ଟରେ ପିଲାଙ୍କ ପାଖରେ ମାଆ ରହିବ ବା କେମିତି ?
ବାଲେଶ୍ୱର ସୋର ଥାନା ନୂଆଗାଁ ଅଞ୍ଚଳରେ ହାରାମଣି ଖଣ୍ଡା । ବୟସ ୮୦ ଟପିଲାଣି । ଆଉ ଯୋଉ ବୟସରେ ସେ ସାହାରା ଖୋଜିବାର କଥା ସେହି ବୟସରେ ବେସାହାରା ହୋଇଗଲେ ହାରାମଣି । ତିନିପୁଅ ଜନ୍ମ କରିବା ପରେ ଭାବିଥିଲା ପରିଣତ ବୟସରେ ଏମାନେ ସମସ୍ତେ ତାର ସେବା କରିବେ । ହେଲେ ସବୁକିଛି ଓଲଟା ହୋଇଗଲା । ପରିଣତ ବୟସରେ ସେବା ତ ଦୂରର କଥା ବରଂ ପର କରିଦେଲେ ତିନିପୁଅ ।
ସେହିଭଳି ଆଉ ଏକ ବୃଦ୍ଧ ଦମ୍ପତ୍ତି ହେଉଛନ୍ତି ପଦ୍ମଲୋଚନ ଭୋଇ ଓ ଲକ୍ଷ୍ମୀପ୍ରିୟା ଭୋଇ l ଉଭୟଙ୍କ ବୟସ ୬୦ ଟପିଲାଣି । ନଖାଇ ନପିଇ ଦେହ ହାତ ବି ଥରିଲାଣି l ପିଲା ବଡ ହେଲେ ବାପା-ମାଆଙ୍କ ଦୁଃଖ ବୁଝନ୍ତି । ସେମାନଙ୍କୁ ଦୁଇ ପଇସା ଦିଅନ୍ତି । ହେଲେ ଏମାନଙ୍କ କ୍ଷେତ୍ରରେ ଏହା ପୂରା ଓଲଟା । ଏ ବୟସରେ ପିଲା ଟଙ୍କା ନେଉଛନ୍ତି ଆଉ ନଦେଲେ ପାଟିତୁଣ୍ଡ ବି କରୁଛନ୍ତି । ଏମିତିକି ପଇସା ନଦେଲେ ଘରେ ନିଆଁ ଲଗାଇ ଦେବାର ଧମକ ଦେଉଛନ୍ତି ।
ଜନ୍ମ କଲା ପୁଅ ଯେବେ ଏମିତି ବ୍ୟବହାର କରିବ ତେବେ କୋଉ ମାଆ-ବାପା ଘରେ ରହିବ ? ପୁଅର ଅତ୍ୟାଚାରରେ ଅତିଷ୍ଠ ହୋଇ ଏବେ ନ୍ୟାୟ ପାଇଁ ଥାନା ଦୁଆରେ ବସିଛନ୍ତି ବାପା-ମାଆ ।
ଅର ନିର୍ଯାତନାରେ ଏମାନେ ଏତେ ଅତିଷ୍ଠ ଯେ କଥା କହିଲା ବେଳକୁ ଆଖିରେ ଆସୁଯାଉଛି ପାଣି । ଥରେ ଅନୁମାନ କରନ୍ତୁ ଯେଉଁ ବାପା-ମାଆ ପୁଅକୁ ଜନ୍ମ କରି ସୁନେଲୀ ସ୍ୱପ୍ନ ଦେଖୁଥିବେ ସିଏ ଯେବେ ବଡ ହୋଇ ସେମାନଙ୍କ ଉପରକୁ ହାତ ଉଠାଇବ କେମିତି ଅନୁଭବ ହେଉଥିବା । ଏହି କଷ୍ଟକୁ ଶବ୍ଦରେ ବି ବର୍ଣ୍ଣନା କରିବା ଅସମ୍ଭବ ନିଶ୍ଚୟ ।
(ରିପୋର୍ଟ- ନିରଞ୍ଜନ ବେହେରା, ସୋର)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)