Advertisment

କ୍ଷେତରେ ଫଳାଇଲେ ସୁନା ! ଦେଖିବାକୁ ଆସିଲେ କୃଷି ବିଜ୍ଞାନୀ

ତାଙ୍କ ସଫଳତା ଦେଖି ଅନ୍ୟ ଚାଷୀମାନେ ଚାଷ କରିବାକୁ ମନ ବଳାଇଛନ୍ତି।

ଅଦ୍ୟତନ ହୋଇଛି
Spine Gourd Farming In Odisha

Spiny gourd

Advertisment

ଛୋଟ ଏକ କାଙ୍କଡ଼ କ୍ଷେତ। ଏଇ କ୍ଷେତରେ ଫଳିଛି ସବୁଜ ଛନଛନିଆ କାଙ୍କଡ଼ କଶି। ଆଉ ନିଇତି ଏଇଠୁ ତୋଳା ହେଉଛି ବାଲଟି ବାଲଟି ତାଜା କାଙ୍କଡ଼। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ପାରକେଣା ଗାଁର ରମେଶ ସ୍ବାଇଁଙ୍କ କ୍ଷେତ। ଆଉ ଏ କାଙ୍କଡ଼ କ୍ଷେତ ରମେଶଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିପାରିଛି।

Advertisment

ଯେଉଁଥି ପାଇଁ ପାରମ୍ପରିକ କୃଷିକୁ ଛାଡି ରମେଶ କିଛି ବର୍ଷ ହେବ ଏଇ କାଙ୍କଡ଼ ଚାଷରେ ମାତିଛନ୍ତି। ତାଙ୍କ ଚାଷ ଦେଖି ଆଖପାଖ ଗାଁର ଚାଷୀ ବି ଟ୍ରେନିଂ ନେବା ପାଇଁ ଆସିଛନ୍ତି। ପୂର୍ବରୁ ପାରମ୍ପରିକ ଚାଷ କରି ରମେଶ ନିଜ ଖର୍ଚ୍ଚ ଉଠାଇ ପାରୁ ନ ଥିବା ବେଳେ ଏବେ ଲକ୍ଷାଧିକ ଟଙ୍କା ଲାଭ କରି ପାରୁଛନ୍ତି।

ଅଧିକ ପଢ଼ନ୍ତୁ: ସଜନା ଛୁଇଁ ଚାଷ କରି ବି ହୋଇପାରିବେ ଲକ୍ଷପତି; ଜାଣନ୍ତୁ ଏହି ଚାଷର ସଠିକ୍ ପ୍ରଣାଳୀ

Advertisment

ରମେଶଙ୍କ ସଫଳତାକୁ ଅନ୍ୟ ଚାଷୀଙ୍କୁ ଦେଖାଇବା ପାଇଁ ନିଜେ କୃଷି ବିଜ୍ଞାନୀ ତାଙ୍କ କ୍ଷେତକୁ ଆସିଛନ୍ତି। ଭୁବନେଶ୍ବର ସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହର୍ଟିକଲଚର୍ ରିସର୍ଚ୍ଚ ପକ୍ଷରୁ ବରିଷ୍ଠ କୃଷିବିଜ୍ଞାନୀମାନେ ଆସି ତାଙ୍କ କ୍ଷେତ ବୁଲିବା ସହିତ ଆଖପାଖ ଗାଁର ଚାଷୀଙ୍କୁ ଏ ବାବଦରେ ନୂତନ ଜ୍ଞାନକୌଶଳ ପ୍ରଦାନ କରିଛନ୍ତି। ତାଙ୍କ ସଫଳତା ଦେଖି ଅନ୍ୟ ଚାଷୀମାନେ ମଧ୍ୟ କାଙ୍କଡ ଚାଷ କରିବାକୁ ମନ ବଳାଇଛନ୍ତି। 

(ରିପୋର୍ଟ: ଦ୍ୱିତୀକୃଷ୍ଣ ପଟ୍ଟନାୟକ)

ଦେଖନ୍ତୁ ଭିଡିଓ | ଗରୀବ ସୁରେନ୍ଦ୍ରଙ୍କୁ ଲକ୍ଷପତି କଲା ଟାଙ୍ଗରା ଭୂଇଁ

Vegetable Farming
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ