କମ୍ ପରିଶ୍ରମରେ ଅଧିକ ରୋଜଗାର କରିବା ପାଇଁ ସଜନା ଛୁଇଁ ଚାଷ ହେଉଛି ଏକ ଉତ୍ତମ ବିକଳ୍ପ । ଏହି ଚାଷ କରୁଥିବା ଚାଷୀମାନେ ପ୍ରତି ମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି ।ଅନ୍ୟାନ୍ୟ ଚାଷ ପରି, ପ୍ରତ୍ୟେକ ଥର କ୍ଷେତ ପ୍ରସ୍ତୁତ କରିବାରେ କୌଣସି ଅସୁବିଧା ନାହିଁ ଏମିତିକି ବାରମ୍ବାର ମଞ୍ଜି ପକାଇବାର ମଧ୍ୟ କୌଣସି ଆବଶ୍ୟକତା ନାହିଁ । ଏହି ଚାଷରେ ଥରେ ଗଛ ଲଗାଇଲେ ଚାରି ବର୍ଷ ପର୍ଯ୍ୟନ୍ତ ରୋଜଗାର କରିପାରିବେ ।
Also Read
ଦେଶର ଅଧିକାଂଶ ରାଜ୍ୟରେ ସଜନା ଛୁଇଁ ଚାଷ କରାଯାଇଥାଏ । ଏଥିରେ ଅନେକ ପ୍ରକାରର ମଲ୍ଟି ଭିଟାମିନ୍, ପ୍ରୋଟିନ୍, ଆମିନୋ ଏସିଡ୍ ଥାଏ । ସ୍ୱାସ୍ଥ୍ୟ ସପ୍ଲିମେଣ୍ଟ ଆକାରରେ ଏହାର ଚାହିଦା ଗତ କିଛି ବର୍ଷ ଧରି ଦେଶରେ ବୃଦ୍ଧି ପାଇବାରେ ଲାଗିଛି । ଏହା ଅନେକ ପ୍ରକାରର ତରକାରୀରେ ବ୍ୟବହୃତ ହୋଇଥାଏ। ଏହାକୁ ଇଂରାଜୀରେ ‘ଡ୍ରମ୍ ଷ୍ଟିକ୍’ ମଧ୍ୟ କୁହାଯାଏ ।
ଗୁଜୁରାଟର ଶୋଲାପୁରର ଜଣେ କୃଷକ ସନ୍ଦୀପ କଦମ ମଧ୍ୟ ସଜନା ଛୁଇଁ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ସଜନା ଛୁଇଁ ଲଗାଇବାର ପ୍ରାୟ ପାଞ୍ଚ ମାସ ପରେ ହିଁ ଫଳ ହେବା ଆରମ୍ଭ ହୋଇଥାଏ । ଏହା ବ୍ୟତୀତ ସଜନା ପତ୍ରରୁ ଅନେକ ପ୍ରକାରର ଉତ୍ପାଦ ମଧ୍ୟ ପ୍ରସ୍ତୁତ ହୋଇଥାଏ । ଏହା ମୁଖ୍ୟତଃ ଗୁଜୁରାଟ, କର୍ଣ୍ଣାଟକ, ଓଡିଶା ଏବଂ ତାମିଲନାଡୁରେ ଏକ ଅଧିକ ପରିମାଣରେ ଚାଷ କରାଯାଏ ।
ସଜନା ଚାଷ ପାଇଁ ଉପଯୁକ୍ତ ତାପମାତ୍ରା :
ସଜନା ଛୁଇଁ ଚାଷ ପାଇଁ ସ୍ୱାଭାବିକ ତାପମାତ୍ରା ଆବଶ୍ୟକ । ଏଥିପାଇଁ ୩୦ରୁ ୩୫ ଡିଗ୍ରୀ ସେଲ୍ସିୟସ ତାପମାତ୍ରା ରହିବା ଉଚିତ୍ । ସାଧାରଣତଃ ଏହି ଚାଷକୁ ଏପ୍ରିଲ ଓ ମେ’ ମାସରେ ଲଗାଯାଏ ଯାହା ଫଳରେ ଡିସେମ୍ବର ଓ ଜାନୁଆରୀ ମାସରେ ସଜନା ପତ୍ର ଓ ଛୁଇଁ ଫଳିଥାଏ । ଏହାସହ ଏହି ଗଛ ପ୍ରାୟ ୧୦ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ବଞ୍ଚିପାରେ ।
ମଞ୍ଜିରୁ ଭଲ ଅମଳ ହୋଇଥାଏ:
କୃଷି ବିଶେଷଜ୍ଞଙ୍କ କହିବା ଅନୁସାରେ, ଭଲ ସଜନା ଗଛରୁ ଅଧିକ ଅମଳ ହୋଇଥାଏ । ମଞ୍ଜି ଲଗାଇବା ଦ୍ୱାରା ଭଲ ଫସଲ ହୋଇଥାଏ । ଏହା ବ୍ୟତୀତ ଯେଉଁଠାରେ ଗଛ ବଢିଥାଏ ସେଠାରେ ଭଲ ମାଟି ରହିବା ଆବଶ୍ୟକ ।
ଅମଳ କରିବାର ପଦ୍ଧତି :
ସଜନା ଛୁଇଁ ଚାଷ କରିବା ଅତ୍ୟନ୍ତ ସହଜ ଅଟେ । ଏହାକୁ ସର୍ବଦା ଧାଡ଼ିରେ ରଖିବା ଉଚିତ୍ । ଦୁଇଟି ଗଛ ମଧ୍ୟରେ ପାଞ୍ଚ ଫୁଟର ଦୂରତା ଏବଂ ଦୁଇଟି ରେଖା ମଧ୍ୟରେ ୧୨ ଫୁଟ ଦୂରତା ରହିବା ଆବଶ୍ୟକ । ଗୋଟିଏ ଏକରରେ ୫୦୦ ରୁ ୬୦୦ ଗ୍ରାମ ବିହନ ବା ମଞ୍ଜି ଆବଶ୍ୟକ ପଡିଥାଏ ।
ପ୍ରଥମେ ଏଥିରେ ଗୋବରର ସାର ଦେବା ମଧ୍ୟ କୌଣସି ଆବଶ୍ୟକ ନଥାଏ । ହେଲେ ଏହାର ପୋଷଣ ପାଇଁ ୟୁରିଆ ଦିଆ ଯାଇଥାଏ । ଗଛ ବଢ଼ିବା ପରେ ଏହାର ମୂଳରେ ଗୋବର ଦେଇପାରିବେ । ଏଥିରେ ଅଧିକ ଜଳସେଚନର ଆବଶ୍ୟକତା ମଧ୍ୟ ନଥାଏ ।
ସଜନା ଛୁଇଁର ଆକାର :
ସଜନା ଗଛ ଲଗାଇବା ପରେ ଏହାକୁ ପ୍ରତି ପାଞ୍ଚ ମାସରେ ଥରେ ଅମଳ କରାଯାଇପାରେ । ଗୋଟିଏ ଛୁଇଁର ଲମ୍ବ ପ୍ରାୟ ୧୨ ରୁ ୧୩ ମିମି ରହିଥଥିବାବେଳେ ଏହାର ଓଜନ ପ୍ରାୟ ୮୦ ଗ୍ରାମ ପର୍ଯ୍ୟନ୍ତ ରହିଥାଏ । ଗଛରେ ଏହାର ଫୁଲ ପ୍ରାୟ ୬ ଦିନ ପର୍ଯ୍ୟନ୍ତ ରହିଥାଏ । ଫୁଲ ନ ଝଡ଼ିବା ତଥା ପତ୍ରରେ ପୋକ ନ ଲାଗିବା ପାଇଁ ବେଳେବେଳେ ଗଛରେ ଫଙ୍ଗିସାଇଡ୍(Fungicide) ସ୍ପ୍ରେ କରିବା ନିହାତି ଆବଶ୍ୟକ ।
ବିହନ ତୋଳିବା ପ୍ରକ୍ରିୟା:
ବିହନ ପ୍ଲଟଗୁଡିକର ପରିଚାଳନା ଅଲଗା ରହିଥାଏ । ଏହାସହ ଏଠାରେ ଭିନ୍ନ ଭାବରେ ଜଳସେଚନ ମଧ୍ୟ କରାଯାଏ । ସାଧାରଣତଃ ପୁରୁଣା ଗଛରୁ ମଞ୍ଜି ବାହାର କରାଯାଏ । ଏଥିପାଇଁ ଫଳକୁ ପ୍ରାୟ ସାଢ଼େ ୩ ମାସ ପର୍ଯ୍ୟନ୍ତ ଗଛରେ ଶୁଖିବାକୁ ଛାଡ଼ିଦିଆଯାଏ । ଯାହା ପରେ ହିଁ ମଞ୍ଜି ବାହାର କରାଯାଇଥାଏ । ମଞ୍ଜିଗୁଡିକ ଭଲ ଭାବରେ ଶୁଖାଇ ସେଥିରେ ସଲ୍ଫର ଓ ନିମ୍ୱ ତେଲରେ ସ୍ପ୍ରେ କରାଯାଏ । ଏହା ପରେ ବିକ୍ରି ପାଇଁ ବଜାରକୁ ପଠାଯାଏ ।
ଉତ୍ପାଦନ ଓ ରୋଜଗାର:
ଗୋଟିଏ ଏକରର ସଜନା ଛୁଇଁ ଚାଷରେ ପ୍ରଥମ ବର୍ଷରେ ପ୍ରାୟ ୧୨ରୁ ୧୩ ଟନ୍ ସାମଗ୍ରୀ ଉତ୍ପାଦନ ହୋଇଥାଏ । ସେହିପରି ଏହା ଦ୍ୱିତୀୟ ବର୍ଷରେ ବୃଦ୍ଧି ପାଇ ୧୬ରୁ ୧୭ ଟନ୍ ପର୍ଯ୍ୟନ୍ତ ସାମଗ୍ରୀ ଉତ୍ପାଦନ ହୋଇଥାଏ । ଏହିପରି ଭାବେ ପ୍ରଥମ ବର୍ଷରେ ହିଁଁ ଏହି ଚାଷ ଦ୍ୱାରା ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହୋଇଥିବାବେଳେ ଗୋଟିଏ ଏକରରେ ପ୍ରାୟ ୨୫ରୁ ୩୦ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ ।