Special Story: ଚନ୍ଦନଙ୍କ ସଂଘର୍ଷମୟ କାହାଣୀ, ଶୁଣିଲେ କହିବେ ବାଃ ବାଃ

ଜୀବନ ଦାଉ ସାଧିଛି, ହେଲେ ନିଜର କର୍ମକୁ ସଠିକ୍‌ ଭାବେ ତୁଲାଉଛନ୍ତି ଭିନ୍ନକ୍ଷମ ଚନ୍ଦନ ଶର୍ମା । ତାଙ୍କ ଜୀବନଟା ଜନ୍ମବେଳରୁ ସଂଘର୍ଷମୟ । ସେ ବାପାଙ୍କ ମୃତ୍ୟୁ ପରେ ନିଜ ପରିବାରର ବୋଝ ନିଜ କାନ୍ଧକୁ ନେଇ ଭଉଣୀ ବାହାଘର କରିବା ସହ ଭାଇର ପାଠପଢ଼ା ଓ ପରିବାର ଖର୍ଚ୍ଚ ବୁଝୁଛନ୍ତି।

ଚନ୍ଦନଙ୍କ ସଂଘର୍ଷମୟ କାହାଣୀ ।

ଭିନ୍ନକ୍ଷମ ହେଲେ ବି ସେ ସକ୍ଷମ । ନିଜର ଦୃଢ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ବଳରେ ସେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ନିଜେ ଆତ୍ମନିର୍ଭରଶୀଳ ହେବା ସହ ପିଲାଙ୍କୁ ପଢ଼ାଉଛନ୍ତି ପାଠ । ଚାଲିବା ସମ୍ଭବ ହେଉନଥିବାରୁ ମାଟି ଚଟାଣରେ ଗୁରୁଣ୍ଡି ଗୁରୁଣ୍ଡି ଯାଉଛନ୍ତି  l ଗୋଟିଏ ଚେୟାରରେ ବସି ପିଲାଙ୍କୁ ପାଠ ପଢ଼ାଉଛନ୍ତି  ।

ଜୀବନ ସିନା ଦାଉ ସାଧିଛି, ହେଲେ ନିଜର କର୍ମକୁ ସଠିକ୍‌ ଭାବେ ତୁଲାଉଛନ୍ତି ଭିନ୍ନକ୍ଷମ ଚନ୍ଦନ ଶର୍ମା । ତାଙ୍କ ଜୀବନଟା ଜନ୍ମବେଳରୁ ସଂଘର୍ଷମୟ । ସେ ବାପାଙ୍କ ମୃତ୍ୟୁ ପରେ ନିଜ ପରିବାରର ବୋଝ ନିଜ କାନ୍ଧକୁ ନେଇ ଭଉଣୀ ବାହାଘର କରିବା ସହ ଭାଇର ପାଠପଢ଼ା ଓ ପରିବାର ଖର୍ଚ୍ଚ ବୁଝୁଛନ୍ତି।

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଚଟୁଅନଖା ପଞ୍ଚlୟତ କଲୋନୀପଡାରେ ରହୁଥିବା ଚନ୍ଦନଙ୍କ ବାପାଙ୍କର ୨୦୧୫ରେ ହଠାତ୍ ଦେହାନ୍ତ ହୋଇଯାଇଥିଲା । ସେତେବେଳେ ସେ ଯୁକ୍ତ ୩ ରେ ପାଠ ପଢ଼ୁଥିଲେ । ପିଲାବେଳୁ ସଂଘର୍ଷ କରିଆସୁଥିବା ଚନ୍ଦନଙ୍କର ଶିକ୍ଷକ ହେବାପାଇଁ ସ୍ୱପ୍ନଥିଲା । ହେଲେ ବାପାଙ୍କ ବିୟୋଗ ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲା । ତେଣୁ ନିଜ ପରିବାର ଚଳାଇବାକୁ ସେ ଅଣ୍ଟା ଭିଡିଥିଲେ ।

ଅଧିକ ପଢ଼ନ୍ତୁ : ପରିଚୟ ଦେଇଛି ମଧୁର କଣ୍ଠସ୍ୱର ; ଗାଁ ଶିବ ମନ୍ଦିରରେ ଭଜନ ଗାଇ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ଯୁବ କଣ୍ଠଶିଳ୍ପୀ

ସେବେଠୁ ପିଲାଙ୍କୁ ଟ୍ୟୁସନ କରି ଘର ଖର୍ଚ୍ଚ ତୁଲାଇବା ସହ ପରିବାର ସମଦସ୍ୟଙ୍କ ସମସ୍ତ କଥା ବୁଝିଆସୁଛନ୍ତି ଚନ୍ଦନ । ଅପରପକ୍ଷେ ଚନ୍ଦନ ବାଣିଜ୍ୟ ବିଭାଗରେ ଯୁକ୍ତ୩ ଅଧୟନ କରୁଥିବା କଲେଜର ଅଧ୍ୟାପକ କହିଛନ୍ତି ଚନ୍ଦନ ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ ଯୁକ୍ତ ୩ ପର୍ଯ୍ୟନ୍ତ କେଭି କଲେଜରେ ପାଠ ପଢ଼ିଛନ୍ତି । ତାଙ୍କର କଠିନ ପରିଶ୍ରମ ,ଦୃଢ଼ ଇଛାଶକ୍ତି ବଳରେ ସେ ପାଠ ପଢ଼ିଛନ୍ତି । ସେ ଶତ ପ୍ରତିଶତ ଶାରିରୀକ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ପିଲାଙ୍କୁ ପାଠ ପଢ଼ାଇ ନିଜେ ଚଳିବା ସହ ନିଜ ପରିବାର ଚଳାଉଛନ୍ତି ।

ଚନ୍ଦନଙ୍କ ନିକଟରେ ଶାରୀରିକ ଅକ୍ଷମର ସାର୍ଟିଫିକେଟ୍‌ ରହିଛି । କିନ୍ତୁ ,ସରକାରୀ ସାହାଯ୍ୟ କହିଲେ କେବଳ ମିଳୁଛି ଭତ୍ତା । ଯାହା ପରିବାର ପୋଷିବା ପାଇଁ ସମୁଦ୍ରକୁ ଶଙ୍ଖେ ଭଳି । ତେଣୁ ବର୍ତ୍ତମାନ ସମୟରେ ଚନ୍ଦନଙ୍କୁ ଏକ ଇଲେକ୍ଟ୍ରି ସାଇକେଲ ସହ କୌଣସି ଅଫିସରେ ଚାକିରିଟିଏ କରାଇଦେବାକୁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ପରିବାର ସଦସ୍ୟ । ଅନ୍ୟପଟେ ଟିଟିଲାଗଡ଼ ଉପଜିଲ୍ଲାପାଳ ରୋହନ ଖେତ୍ରୀ କହିଛନ୍ତି ଚନ୍ଦନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇଦିଆଯିବ ।

ଅଧିକ ପଢ଼ନ୍ତୁ : ଏହି ଚାଷରେ ବହୁତ ରୋଜଗାର, ଆଦିବାସୀ ଅଧ୍ୟୁଷିତ ଗାଁରେ ଫୁଟିଲା ହସ