• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆପଣ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ହେଉ କିମ୍ବା ମ୍ୟାନ୍ ଅଫ୍ ଦ ସିରିଜ୍ କଥା ଶୁଣିଥିବେ । ମାତ୍ର କେବେ ଶୁଣିଛନ୍ତି କି ଡଗ୍ ଅଫ୍ ଦ ଇୟର । କୁକୁରଙ୍କ କ୍ଷେତ୍ରରେ ଏଭଳି ସମ୍ମାନ ଦିଆଯାଇଥାଏ । ଆଜ୍ଞା ହଁ, ନେପାଳ ପୋଲିସରେ କାର୍ଯ୍ୟରତ କୁକୁରଙ୍କୁ ଦିଆଯାଇଥାଏ ଏହି ସମ୍ମାନ । ନେପାଳ ପୋଲିସ ପକ୍ଷରୁ ଏକ କୁକୁରକୁ ପ୍ରଦାନ କରାଯାଇଛି ଡଗ୍ ଅଫ୍ ଦ ଇୟର ସମ୍ମାନ । ଏଥିସହ ଅନ୍ୟ କୁକୁରମାନଙ୍କୁ ମଧ୍ୟ ସେମାନଙ୍କ ଦୁଃସାହସିକ କାର୍ଯ୍ୟ ଲାଗି ସମ୍ବର୍ଦ୍ଧିତ କରାଯାଇଛି । କୁକୁର ପ୍ରତିମୂର୍ତ୍ତିରେ ଫୁଲମାଳ ପିନ୍ଧାଇ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ପୋଲିସ ଅଫିସର ।

ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ନେପାଳ କାଠମାଣ୍ଡୁରେ । ଖାଲି କୁକୁର ପ୍ରତିମୂର୍ତ୍ତି କାହିଁକି ଜୀବନ୍ତ କୁକୁରଙ୍କୁ ବି ଫୁଲମାଳ ସହ ପିନ୍ଧାଯାଉଛି ମେଡାଲ । ଦୁଃସାହସିକ କାର୍ଯ୍ୟ ପାଇଁ ନେପାଳ ପୋଲିସ ପକ୍ଷରୁ କୁକୁରଙ୍କୁ ଦିଆଯାଉଛି ସମ୍ବର୍ଦ୍ଧନା । କୁକୁରଙ୍କ ମୁଣ୍ଡରେ ବିଜୟ ଟିକା ଲଗାଇବା ସହ ବେକରେ ଫୁଲମାଳ ପିନ୍ଧାଇଥାନ୍ତି ନେପାଳର ପୋଲିସ ଅଧିକାରୀମାନେ । ଆଉ କୁକୁରମାନେ ବି ସଗର୍ବେ ସମ୍ମାନ ଗ୍ରହଣ କରୁଥିବା ଦେଖାଯାଇଛି । ତିହାର ଫେଷ୍ଟିଭାଲ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନେପାଳ ପୋଲିସରେ କାମ କରିଥିବା କୁକୁରମାନଙ୍କୁ ଏଭଳି ସମ୍ବର୍ଦ୍ଧିତ କରାଯାଇଛି ।

ବିଭିନ୍ନ ଦୁଃସାହସିକ କାର୍ଯ୍ୟରେ ପାରଙ୍ଗମ ଅଟନ୍ତି ସେହି କୁକୁରମାନେ । ସନ୍ଦିଗ୍ଧ ସାାମଗ୍ରୀ ଠାବ କରିବା ହେଉ ବା ଅପରାଧୀଙ୍କ ପାଖରେ ପହଞ୍ଚିବା ସବୁଥିରେ ଧୁରନ୍ଧର । ଖାଲି ସେତିକି ନୁହେଁ, ବିଭିନ୍ନ ମାମଲାରେ ପ୍ରମାଣ ସଂଗ୍ରହ ଓ ମାଦକଦ୍ରବ୍ୟ ଚୋରା ଚାଲାଣ ରୋକିବାରେ ମଧ୍ୟ ଏ କୁକୁରମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ନେପାଳ ପୋଲିସର କାନାଇନ୍ ଡିଭିଜନ ପକ୍ଷରୁ କୁକୁରମାନଙ୍କୁ ସମ୍ବର୍ଦ୍ଧିତ କରିବା ଲାଗି ପ୍ରତିବର୍ଷ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ଏମାନଙ୍କ ମଧ୍ୟରୁ ଗୋଟିଏ କୁକୁରକୁ ଡଗ୍ ଅଫ୍ ଦ ଇୟର ମଧ୍ୟ ବଛାଯାଇଥାଏ ।