Advertisment

Positive Parent Reaction to Academic Results: ପୁଅର ଦ୍ୱାଦଶ ରେଜଲ୍ଟ ଶୁଣି ବାପା ଦେଲେ ଏମିତି ପ୍ରତିକ୍ରିୟା; ଇଣ୍ଟରନେଟରେ ପ୍ରଶଂସାର ସୁଅ

ପୁଅ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୮୪ ପ୍ରତିଶତ ମାର୍କ ରଖିବା ପରେ ବାପାଙ୍କ ସକରାତ୍ମକ ପ୍ରତିକ୍ରିୟା ସୋସିଆଲ ମିଡିଆ ସାଇଟ ରେଡିଟରେ ଲୋକପ୍ରିୟତା ହାସଲ କରିଛି ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Conversation between father and son

Conversation between father and son

ସାଧାରଣତଃ ରେଜଲ୍ଟ ବାହାରିବା ପରେ ପିଲାମାନଙ୍କ ମଧ୍ୟରେ ଭୟ ଥାଏ ଯେ, ସେମାନେ ସେମାନଙ୍କ ବାପାମାଆଙ୍କୁ କ’ଣ କହିବେ? ସେମାନଙ୍କ ରେଜଲଟ ନେଇ ବାପାମାଆଙ୍କ ପ୍ରତିକ୍ରିୟା କିପରି ରହିବ? କିନ୍ତୁ ଯେତେବେଳେ ରେଜଲ୍ଟକୁ ନେଇ ଭୟ ଆଶ୍ୱସ୍ତିରେ ପରିଣତ ହୋଇଯାଏ, ସେତେବେଳେ ଖୁସି ଦ୍ୱିଗୁଣ ହୋଇଯାଏ । ଯାହା ପିଲାଙ୍କ ପାଇଁ କିଛି ସରପ୍ରାଇଜଠାରୁ କମ୍ ନୁହେଁ ।

Advertisment

ଗତ କିଛି ଦିନ ତଳେ ପ୍ରକାଶ ପାଇଥିଲା ଦ୍ୱାଦଶ ରେଜଲ୍ଟ । ଏଥିରେ ଜଣେ ଛାତ୍ର ୮୪ ପ୍ରତିଶତ ମାର୍କ ରଖିଥିଲେ । ଯେତେବେଳେ ଏହି ଖବର ସେ ତାଙ୍କ ବାପାଙ୍କୁ ହ୍ୱାଟ୍ସଆପ ମାଧ୍ୟମରେ ଜଣାଇଥିଲେ, ସେ ବହୁତ ସକରାତ୍ମକ ପ୍ରତିକ୍ରିୟା ଦେଇଥିଲେ । ଯାହାର ସ୍କ୍ରିନଶଟ୍ ଏବେ ସୋସିଆଲ ମିଡିଆ ସାଇଟ ରେଡିଟରେ ଭାଇରାଲ ହେବାରେ ଲାଗିଛି । 

ପ୍ରଥମେ ଛାତ୍ର ଜଣକ ଯେତେବେଳେ ମାର୍କ ବିଷୟରେ ଜାଣିଲେ ପ୍ରଥମେ ସେ ତାଙ୍କ ମା’ଙ୍କୁ କହିଥିଲେ । ତାଙ୍କ ମା’ ବହୁତ ହାଲୁକା ଭାବେ ସକରାତ୍ମକ ପ୍ରତିକ୍ରିୟା ଦେଇ କହିଥିଲେ, ଭଲ ରେଜଲ୍ଟ ଆସିଛି । ବିଲକୁଲ ଖରାପ ବି ନୁହେଁ । ଏହା ଶୁଣିକି ତାଙ୍କ ଆଖିରେ ଲୁହ ଜକେଇ ଆସିଥିଲା । ଏହା ପରେ ସେ ସାହସ ଜୁଟାଇ ତାଙ୍କ ବାପାଙ୍କୁ କହିବାକୁ ସ୍ଥିର କରିଥିଲେ । କିଛି ସମୟ ପରେ ତାଙ୍କ ବାପା ତାଙ୍କୁ ଭିଡିଓ କଲ କରିବା ବେଳେ ସେ ଭୟଭୀତ ହୋଇ ତାଙ୍କ ବାପାଙ୍କ ଫୋନ୍ ରିସିଭ କରିଥିଲେ ।

Advertisment

ଏହା ପରେ ସେ ତାଙ୍କ ବାପାଙ୍କୁ ଭିଡିଓ କଲରେ ରେଜଲ୍ଟ ବିଷୟରେ କହିଥିଲେ । ତାଙ୍କ ବାପା ତାଙ୍କ ରେଜଲ୍ଟ ଶୁଣି ରାଗିନଥିଲେ ବରଂ ହସିଥିଲେ । ଆଉ କହିଥିଲେ, ବହୁତ ବହୁତ ଶୁଭେଚ୍ଛା ଦ୍ୱାଦଶ ପାସ୍ କରିଦେଲ । ଏହି ପଦ ତାଙ୍କ ପାଇଁ ଅବିଶ୍ୱସନୀୟ ଥିଲା । ତାଙ୍କୁ ଶବ୍ଦହୀନ କରି ଦେଇଥିଲା । ସେ ସମାଲୋଚନାରୁ ବର୍ତି ଗଲେ ବୋଲି ଭାବିଲେ । ଏପରିକି ତମେ କେତେ ପରିଶ୍ରମ କରିଛ, ତାହା ଗୁରୁତ୍ୱପୂର୍ଣ୍ଣ, ମାର୍କସିଟରେ ଥିବା ମାର୍କ ନୁହେଁ ବୋଲି ତାଙ୍କ ବାପା କହିଥିଲେ । 

ଅଧିକ ପଢନ୍ତୁ: ପୁଅର ଗହଣା ଲୋଭ, ଅଟକିଲା ମା’ର ଶବଦାହ

ରେଡିଟ ୟୁଜର୍ସମାନେ ଏହି ପୋଷ୍ଟରେ ଭାବବିହ୍ୱଳ କମେଂଟ ଦେଉଛନ୍ତି । ବାପା ଜଣଙ୍କ କିପରି ବ୍ୟସ୍ତବିବ୍ରତ ନ ହୋଇ ପୁଅର ମାର୍କକୁ ସ୍ୱାଗତ କରିଛନ୍ତି ତାହା ଦେଖି ସମସ୍ତେ ଭାବିହ୍ୱଳ ହୋଇ ଯାଇଛନ୍ତି । ଏପରିକି ଜଣେ ୟୁଜର କହିଛନ୍ତି, ସେ ତାଙ୍କ ପରୀକ୍ଷାରେ କମ୍ ମାର୍କ ଆଣିବା ଦ୍ୱାରା ତାଙ୍କୁ ମାନସିକ ଅବସାଦ ଦେଇ ଗତି କରିବାକୁ ପଡୁଛି । ତେବେ ପିଲାଙ୍କ ପ୍ରତି ଗୋଟିଏ ପରିବାରର ସମର୍ଥନ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଏହି ବାର୍ତ୍ତାଳାପରୁ ଜଣାପଡୁଛି ।

ଅଧିକ ପଢନ୍ତୁ: ବିଦେଶ ବୁଲିବାକୁ ସଞ୍ଚିଥିଲେ, ସହୀଦଙ୍କ ପରିବାରକୁ ଦାନ କରିଦେଲେ ସବୁ ଟଙ୍କା

CBSE Class 12 Exam
Advertisment
Advertisment