Advertisment

BPSC Civil Judge Result: ବାଧା ଦେଇପାରିଲାନି ଆର୍ଥିକ ଅନଟନ; ଅଣ୍ଡା ବେପାରୀଙ୍କ ପୁଅ ହେବେ ଜଜ୍

ଗୋଟିଏ ପଟେ ଆର୍ଥିକ ଅନଟନ ଆଉ ଗୋଟିଏ ପଟେ ପରିବାରର ବୋଝ । ହେଲେ ଏହା ପରେ ବି ସଫଳତା ପାଇଛନ୍ତି ଔରଙ୍ଗାବାଦର ମଦନପୁର ବ୍ଲକ ଶିବଗଞ୍ଜ ଗାଁର ଆଦର୍ଶ କୁମାର। ପ୍ରଥମ ପ୍ରୟାସରେ ସେ ବିହାର ଜନସେବା ଆୟୋଗ ଦ୍ୱାରା କରାଯାଇଥିବା ନ୍ୟାୟିକ ପରୀକ୍ଷାରେ ୧୨୦ତମ ସ୍ଥାନ ହାସଲ କରି ବାପା-ମା’ଙ୍କ ସ୍ୱପ୍ନକୁ ସାକାର କରିଛନ୍ତି।

ଅଦ୍ୟତନ ହୋଇଛି
BPSC Civil Judge Result

BPSC Civil Judge Result

Advertisment

ସଫଳତା ପାଇବାକୁ ହେଲେ ଅନେକ ବାଧାବିଘ୍ନକୁ ଅତିକ୍ରମ କରିବାକୁ ପଡେ। ସ୍ୱପ୍ନ ସାକାର କରିବା ପାଇଁ ଅନେକ କଷ୍ଟ ବି କରିବାକୁ ପଡେ। ଆଉ ଏହା ପଛରେ ଥାଏ ବାପା-ମା’ଙ୍କ ଅନେକ ପରିଶ୍ରମ । ଗୋଟିଏ ପଟେ ଆର୍ଥିକ ଅନଟନ ଆଉ ଗୋଟିଏ ପଟେ ପରିବାରର ବୋଝ ହେଲେ ଏହା ପରେ ବି ସଫଳତା ପାଇଛନ୍ତି ବିହାର ଔରଙ୍ଗାବାଦର ମଦନପୁର ବ୍ଲକ ଶିବଗଞ୍ଜ ଗାଁର ଆଦର୍ଶ କୁମାର। ପ୍ରଥମ ପ୍ରୟାସରେ ସେ ବିହାର ଜନସେବା ଆୟୋଗ ଦ୍ୱାରା କରାଯାଇଥିବା ନ୍ୟାୟିକ ପରୀକ୍ଷାରେ ୧୨୦ତମ ସ୍ଥାନ ହାସଲ କରି ବାପା-ମା’ଙ୍କ ସ୍ୱପ୍ନକୁ ସାକାର କରିଛନ୍ତି।

Advertisment

ଆଦର୍ଶଙ୍କ ବାପା ଜଣେ ଅଣ୍ଡା ବେପାରୀ । ଆଉ ତାଙ୍କ ପୁଅ ହେବାକୁ ଯାଉଛନ୍ତି ଜଜ୍ । ବର୍ତ୍ତମାନ ସାଧାରଣ ପରିବାରର ଲୋକଙ୍କର ପାଠପଢା ପ୍ରତି ଆଗ୍ରହ ବୃଦ୍ଧି ପାଇଛି। ଗାଁରେ ରହୁଥିବା ଲୋକ ମଧ୍ୟ ନିଜ ପିଲାମାନଙ୍କୁ ଉନ୍ନତମାନର ଶିକ୍ଷା ଦେବାକୁ ଚାହୁଁଛନ୍ତି। ଗ୍ରାମାଞ୍ଚଳର ପିଲାମାନେ ଶିକ୍ଷା କ୍ଷେତ୍ରରେ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି । ଔରଙ୍ଗାବାଦର ମଦନପୁର ବ୍ଲକର ଶିବଗଞ୍ଜ ଗ୍ରାମ ନିବାସୀ ବିଜୟ ସାଭଙ୍କ ପୁଅ ଆଦର୍ଶ କୁମାର ମଧ୍ୟ ଏଭଳି କାର୍ଯ୍ୟ କରିଛନ୍ତି। ପ୍ରଥମ ପ୍ରୟାସରେ ବିହାର ଜନସେବା ଆୟୋଗ ଦ୍ୱାରା କରାଯାଇଥିବା ନ୍ୟାୟିକ ପରୀକ୍ଷାରେ ଆଦର୍ଶ ପାସ୍ କରିଛନ୍ତି। ୧୨୦ ରାଙ୍କ୍ ହାସଲ କରି ସେ ଗୌରବ ଆଣି ଦେଇଛନ୍ତି।

ଆଦର୍ଶ ୨୦୧୪ରେ ବୋକାରୋର ଭଣ୍ଡାରୀହଦ DAV ସ୍କୁଲରୁ ମାଟ୍ରିକ୍ ପାସ୍ କରିଥିଲେ । ଏହା ପରେ ସେ ୨୦୨୨ ମସିହାରେ ଚାଣକ୍ୟ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (CNLU) ରୁ BA,LLB କରିଥିଲେ । ପଢା ସମାପ୍ତ କରିବା ପରେ ସେ ନ୍ୟାୟିକ ସେବା ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ଆଦର୍ଶ ଦିଲ୍ଲୀରେ ରହି ବିହାର ଜୁଡିସିଆଲ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ। ଆଦର୍ଶ ତାଙ୍କର ପ୍ରଥମ ପ୍ରୟାସରେ ୧୨୦ ରାଙ୍କ ହାସଲ କରିଛନ୍ତି।

Advertisment

ଅଧିକ ପଢନ୍ତୁ: ଓଡ଼ିଆ ଝିଅଙ୍କ ସଂଘର୍ଷମୟ କାହାଣୀ; ରାଜ୍ୟରେ ସବୁଠୁ କମ୍ ବୟସରେ ପାଇଥିଲେ IAS...

ବାପା-ମା’ ଙ୍କ ବଳିଦାନର କାହାଣୀ ବର୍ଣ୍ଣନା କରି ଆଦର୍ଶ କହିଛନ୍ତି, ମୋ ବାପା-ମା ମୋତେ କିପରି ପାଠ ପଢାଇଛନ୍ତି ତାହା କେବଳ ମୁଁ ଜାଣେ। ବାପା ଫଳ ଏବଂ ଅଣ୍ଡା ବିକ୍ରି କରି ମୋତେ ପାଠପଢା ପାଇଁ ଟଙ୍କା ଦେଉଥିଲେ। ଆଦର୍ଶଙ୍କ ବାପା ବିଜୟ ସାଭ ଶୀତ ସମୟରେ ଶିବଗଞ୍ଜ ବଜାରରେ ଅଣ୍ଡା ବିକ୍ରି କରନ୍ତି ଏବଂ ବାକି ଦିନରେ ସେ ଫଳ ବିକ୍ରି କରି ପରିବାର ଚଳାନ୍ତି। ଆଦର୍ଶଙ୍କ ସଫଳତା ନେଇ ପରିବାର ସଦସ୍ୟ ମଧ୍ୟ ଖୁବ୍ ଉତ୍ସାହିତ ଅଛନ୍ତି।

Advertisment

ପୁଅର ସଫଳତାରେ ଆଦର୍ଶଙ୍କ ମା’ ସୁନୟନା ଦେବୀ ଅତ୍ୟନ୍ତ ଆନନ୍ଦିତ ହୋଇଛନ୍ତି । ଆଦର୍ଶଙ୍କ ବାପା ବିଜୟ କହିଛନ୍ତି ଯେ ମୁଁ ଦାରିଦ୍ରତା ଭାତରେ ବି ପୁଅକୁ ପାଠ ପଢାଇଛି, ଆଜି ଯେତେବେଳେ ସେ ସଫଳତା ପାଇଛି , ସେତେବେଳେ ଲାଗୁଛି ଯେ ଆମର କଠିନ ପରିଶ୍ରମ ସଫଳ ହୋଇଛି। ଆଦର୍ଶଙ୍କ ସାନଭାଇ ରାଜୁ କୁମାର ମଧ୍ୟ ଗାଁରେ ଟ୍ୟୁସନ କରି ପଢୁଛନ୍ତି। ନାତିର ସଫଳତା ପାଇଁ ଜେଜେମା ସୀତା ଦେବୀ ବି ଖୁସି ହୋଇ ଘରେ ପହଂଚୁଥିବା ଲୋକଙ୍କୁ ମଧ୍ୟ ମିଠା ଦେଉଛନ୍ତି। ଏବେ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।

ଅଧିକ ପଢନ୍ତୁ: Neha Byadwal Success Story: ତରୁଣୀ IAS ଅଫିସରଙ୍କ ପ୍ରେରଣାଦାୟୀ ଜୀବନ କାହାଣୀ, IAS ହେବାକୁ ଛାଡ଼ି ଦେଇଥିଲେ ଏହିସବୁ ଜିନିଷ

Bihar Judges
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ