Advertisment

ଯୋଜନା କାହା ପାଇଁ? ୫ ଫୁଟିଆ ପାଇଖାନାରେ ରହୁଛି ମଣିଷ...

ବାଲେଶ୍ଵର ନୀଳଗିରି ପିଠାହତା ପଂଚାୟତର ଦରଖୋଳି ଗାଁର ସତ୍ୟଭାମା ନାୟକ। ବିବାହ କରିନାହାନ୍ତି...ବାପା-ମାଆ କି ଭାଇ କେହି ନାହାନ୍ତି। ସେଇଥି ପାଇଁ ଆଜିକା ସମୟରେ ଏମିତି ଦୟନୀୟ ଜୀବନ ଜିଉଁଛନ୍ତି ସତ୍ୟଭାମା। ବାପା ଥିବା ବେଳେ ଘର ଖଣ୍ଡିକ କରିଥିଲେ ହେଲେ ସେ ଯିବା ପରେ ରକ୍ଷଣାବେକ୍ଷଣ ଅଭାବରୁ ଘର ଭାଙ୍ଗି ଖଣ୍ଡଖଣ୍ଡ ହୋଇଯାଇଛି। ତେଣୁ ଜୀବନ ଯେତେବେଳେ ଅଛି ମୁଣ୍ଡ କେଉଁଠି ଗୁଞ୍ଜିବେ?

author-image
Sarbeswar
ଅଦ୍ୟତନ ହୋଇଛି
Balasore Lady Staying In Toilet

Satyabhama

ମାଟି କାନ୍ଥ ଫାଟି ଆଁ କରିଛି...ଟାଏଁ ଟାଏଁ ଖରା ହେଉଛି। ଆଉ ଜୀବନ ବଂଚାଇବାକୁ ୭ ଫୁଟ ଉଚ୍ଚ ଆଉ ୩ ଫୁଟ ଚଉଡା ପାଇଖାନା ଘରେ ଆଶ୍ରୟ ନେଇଛି ଜଣେ ମାଆ।। ଏମିତି ଦୃଶ୍ୟ ଦେଖିଲେ ଆପଣ ବି ଦୁଃଖରେ କାନ୍ଦି ପକେଇବେ। କହିବାକୁ ବାଧ୍ୟ ହେବେ, ପାଇଖାନା ଭିତରେ କେମିତି ରହୁଛି ମଣିଷ? ମାସେ କି ବର୍ଷେ ନୁହେଁ ବରଂ ୫ ବର୍ଷ ହେଲାଣି ପାଇଖାନାରେ ବିତୁଛି ଜୀବନ। ସେଇଠି ରୋଷେଇ କରୁଛନ୍ତି, ଖାଉଛନ୍ତି, ଶୋଉଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିବ।...ଏତେ ଛୋଟ ଘରେ ଜଣେ କେମିତି ରହୁଛି?

Advertisment

ବାଲେଶ୍ଵର ନୀଳଗିରି ପିଠାହତା ପଂଚାୟତର ଦରଖୋଳି ଗାଁର ସତ୍ୟଭାମା ନାୟକ। ବିବାହ କରିନାହାନ୍ତି...ବାପା-ମାଆ କି ଭାଇ କେହି ନାହାନ୍ତି। ସେଇଥି ପାଇଁ ଆଜିକା ସମୟରେ ଏମିତି ଦୟନୀୟ ଜୀବନ ଜିଉଁଛନ୍ତି ସତ୍ୟଭାମା। ବାପା ଥିବା ବେଳେ ଘର ଖଣ୍ଡିକ କରିଥିଲେ ହେଲେ ସେ ଯିବା ପରେ ରକ୍ଷଣାବେକ୍ଷଣ ଅଭାବରୁ ଘର ଭାଙ୍ଗି ଖଣ୍ଡଖଣ୍ଡ ହୋଇଯାଇଛି। ତେଣୁ ଜୀବନ ଯେତେବେଳେ ଅଛି ମୁଣ୍ଡ କେଉଁଠି ଗୁଞ୍ଜିବେ? ସେଇ କଥା ଭାବିଭାବି ଶେଷରେ ଏଇ ପାଇଖାନାରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ସତ୍ୟଭାମା।

ଅଧିକ ପଢ଼ନ୍ତୁ: ୭୦ ବର୍ଷ ବୟସରେ ମୁଣ୍ତ ଗୁଞ୍ଜିବା ପାଇଁ ମିଳୁନି ସରକାରୀ ସହାୟତା, ଉଇ ହୁଙ୍କା ଘରେ କଟିଲାଣି ୮ ବର୍ଷ

Advertisment

ଦର୍ଶକବନ୍ଧୁ, ୫ ବର୍ଷ ପାଇଖାନାରେ ରହିବା ପରେ କ୍ୟାମେରା ସାମ୍ନାରେ ଯେବେ ନିଜ ଦୁଃଖ କହୁଛନ୍ତି ସେ...ଆଖିରେ ଲୁହ ଜକାଇ ଆସୁଛି। ଆସିବନି ବା କାହିଁକି? ରାଜ୍ୟଠୁ କେନ୍ଦ୍ର ମାଳମାଳ ଯୋଜନା। ହେଲେ ଯିଏ ଯୋଜନାରେ ଲାଭ ପାଇବାର କଥା ସେ କିଛି ପାଉନାହିଁ। ଦୁଃଖ ଏତିକିରେ ସରିନି...ରାସ୍ତା କଡରେ ପାଲ ଖଣ୍ଡିଏ ପକାଇ ଘର କରିଛନ୍ତି ହେଲେ ସେଠି ରହିବାର ଅର୍ଥ ବିପଦକୁ ବରଣ କରି ଆଣିବା। ତେଣୁ ଅଧିକାଂଶ ଦିନ ରାତି ହେଲେ ପର ଦୁଆରେ ମୁଣ୍ଡ ଗୁଂଜନ୍ତି ସତ୍ୟଭାମା।

ଏତେ ଦୁଃଖରେ ଥିବା ପରେ ବି ସରକାରୀ ସୁବିଧା କଥା କହିଲେ ଆପଣ ବି ହସିବେ। କାରଣ ସତ୍ୟଭାମାଙ୍କୁ କେବଳ ୫ କିଲୋ ଚାଉଳ ଛଡା ଆଉ କିଛି ମିଳୁନାହିଁ। ରାସ୍ତା କଡରେ ପଡିରହିଥିବା ସତ୍ୟଭାମାଙ୍କୁ ନିଇତି ନେତାଙ୍କଠାରୁ ବଡବାବୁମାନେ ଦେଖନ୍ତି। ହେଲେ କାହାକୁ ସତେ ଯେମିତି ଦେଖାଯାଉନି। ତାଙ୍କ ଦୁଃଖ ଦେଖି ସ୍ଥାନୀୟ ୱାର୍ଡମେମ୍ବର ଓ ସରପଂଚ ସରକାରୀ ସୁବିଧା ଯୋଗାଇ ଦେବାକୁ ଦରଖାସ୍ତ ଲେଖିଥିଲେ କିନ୍ତୁ ସିଏ ବି ମିଳିଲା ନାହିଁ। ଏବେ ଭାଗ୍ୟକୁ ଆଦରି ପଡିରହିଛନ୍ତି ସତ୍ୟଭାମା।

ତେବେ ସତ୍ୟଭାମାଙ୍କ ଅସୁବିଧା ସଂପର୍କରେ ଆମେ ବିଡିଓଙ୍କୁ ଜଣାଇଥିଲୁ। ସବୁ ଜାଣିବା ପରେ ତାଙ୍କୁ ସବୁ ପ୍ରକାର ସହାୟତା ଦିଆଯିବା ନେଇ ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ସମୟ କହିବ କେବେ ସରକାରୀ ସାହାଯ୍ୟ ପାଉଛନ୍ତି ସତ୍ୟଭାମା...

Women Need Help
Advertisment
Advertisment