/odishatv-khabar/media/post_attachments/uploadimage/library/16_9/16_9_0/IMAGE_1636958233.jpg)
wrinkles on the face
ଆମେ ମୁହଁର ସୌନ୍ଦର୍ଯ୍ୟତା ପାଇଁ ବିଭିନ୍ନ କ୍ରିମ୍ ବା ଘରୋଇ ଉପଚାର କରିଥାଏ । କେବଳ ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା ଆମ ପାଇଁ ଯଥେଷ୍ଟ ନୁହେଁ ,ସେଥିପାଇଁ ଆମକୁ ନିଜ ଖାଦ୍ୟରେ ମଧ୍ୟ କିଛିଟା ଜିନିଷ ସାମିଲ କରିଲେ ମୁହଁର ସୌନ୍ଦର୍ଯ୍ୟତା ଦୁଇ ଗୁଣିତ ହେବ । ତେବେ ଚାଲନ୍ତୁ ଜାଣିବା ମୁଖମଣ୍ଡଳର କୁଞ୍ଚନ ବା ରିଙ୍କଲ୍ସକୁ କିଭଳି ଦୂର କରିବା ।
Advertisment
ଦେଶୀ ଘିଅ:
- ଯଦି ଆପଣ ନିଜ ଚର୍ମରେ କୁଞ୍ଚନ ବା ରିଙ୍କଲ୍ସ କମ କରିବାକୁ ଚାହୁଁଛନ୍ତି ତେବେ ପ୍ରତ୍ୟେକ ଦିନ ନିଜ ଖାଦ୍ୟରେ ଦେଶୀ ଘିଅ ଖାଆନ୍ତୁ । ପ୍ରତ୍ୟେକ ଦିନ ୧ ରୁ ୨ ଚାମଚ ଦେଶୀ ଘିଅ ଖାଇବା ଆବଶ୍ୟକ । ଦେଶୀ ଘିଅରେ ଗୁଡ଼ ଫ୍ୟାଟ ରହିଥାଏ ,ଯାହା ଶରୀର ପାଇଁ ନିହାତି ଜରୁରୀ ଅଟେ । ଏହାକୁ ଗରମ କରି ଖାଇବା ପରିବର୍ତ୍ତେ ଯେକୌଣସି ତରକାରୀ ଉପରେ ପକାଇ ଖାଇପାରିବେ ।
ଉଚ୍ଚ ପ୍ରୋଟିନ ଯୁକ୍ତ ଖାଦ୍ୟ:
- ଶରୀରରେ ପ୍ରୋଟିନ କମିବା ଦ୍ୱାରା କୁଞ୍ଚନ ଦ୍ରୁତ ଗତିରେ ଦେଖାଦେଇଥାଏ । ତେଣୁ ଏହି କୁଞ୍ଚନ ବା ରିଙ୍କଲ୍ସକୁ କମ କରିବା ପାଇଁ ଆପଣ ଉଚ୍ଚ ମନର ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇପାରିବେ । ପ୍ରୋଟିନ ଦ୍ୱାରା ଆମର ମାଂସପେଶୀ ତିଆରି ହୋଇଥାଏ । ଯଦି ଆପଣ ସାକାହାରୀ ତେବେ ପନିର ,ନ୍ୟୁଟ୍ରିଲା ଓ ଡାଲି ଖାଇବା ଆବଶ୍ୟକ । ଯଦି ଆପଣ ମାଂସାହାରୀ ତେବେ ଚିକେନ ଓ ଅଣ୍ଡା ଇତ୍ୟାଦି ଖାଦ୍ୟ ଖାଇପାରିବେ ।
Advertisment
Lemonଲେମ୍ବୁ:
- ଆପଣ ସମସ୍ତେ ଜାଣିଥିବେ ଲେମ୍ବୁପାଣି ଆପଣଙ୍କ ଶରୀର ପାଇଁ କେତେ ହିତକର । ଏହା ଆପଣଙ୍କ ସ୍ୱାସ୍ଥ୍ୟ ସହିତ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ପ୍ରତେକଦିନ ଲେମ୍ବୁପାଣି ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା ଆପଣଙ୍କ ତ୍ୱଚା ଓ ଚର୍ମ ଅତ୍ୟନ୍ତ ସୁନ୍ଦର ହୋଇଥାଏ । ଲେମ୍ବୁରେ ଭିଟାମିନ-ସି ରେ ଭରପୁର ରହିଥିବା କାରଣରୁ ତ୍ୱଚା ସହିତ ଇମ୍ୟୁନିଟି ମଧ୍ୟ ବୃଦ୍ଧି ପାଇଥାଏ ।
Avacodaଆଭାକୋଡା:
- ମୁଖମଣ୍ଡଳର କୁଞ୍ଚନ ପାଇଁ ଆଭାକୋଡା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ଏହି ଫଳରେ ପ୍ରୋଟିନ ସହିତ ଗୁଡ଼ ଫ୍ୟାଟ ରହିଥିବା କାରଣରୁ ମୁଖ ମଣ୍ଡଳର କୁଞ୍ଚନ ଦୂର ହୋଇଥାଏ । ତେଣୁ ଏହାକୁ ନିଜ ଖାଦ୍ୟରେ ପ୍ରତେକ ଦିନ ଖାଦ୍ୟରେ ସାମିଲ କରିବା ଆବଶ୍ୟକ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)