Advertisment

World Cancer Day 2024: ପଡ଼ୋଶୀ ହେଉ କି ଅଚିହ୍ନା ବ୍ୟକ୍ତି, ସମସ୍ତଙ୍କ ପାଇଁ ସବୁବେଳେ ପ୍ରସ୍ତୁତ...

ଭଦ୍ରକ ବାସୁଦେବପୁରର ଗୟାଧର ସାହୁ । ଦୃଢ଼ ଇଚ୍ଛା ଶକ୍ତି ଆଗରେ ହାର ମାନିଛି କର୍କଟ ରୋଗ ।

author-image
Satyendu Shekher Mishra
World Cancer Day

World Cancer Day

ଦୁଃସାଧ୍ୟ କ୍ୟାନସର ମୁକାବିଲା କଠିନ। କିନ୍ତୁ ଦୃଢ଼ ଇଚ୍ଛା ଶକ୍ତି ଥିଲେ ସବୁ କିଛି ସମ୍ଭବ। ଏଭଳି କିଛି ଲୋକଙ୍କ ସହ ଭେଟିଛି ଓଟିଭି । ଯେଉଁମାନେ କ୍ୟାନ୍‌ସର ସହ ଲଢ଼ି ବିଜୟ ହୋଇଛନ୍ତି ।

Advertisment

ପରିବାର ସଦସ୍ୟଠୁ ଅଧିକ ନିଜର। ନିଜ ଭାଇଠୁ ଅଧିକ ପ୍ରିୟ। ପଡ଼ୋଶୀ ହେଉ ଅବା ଅଚିହ୍ନା ବ୍ୟକ୍ତି, ସମସ୍ତଙ୍କ ପାଇଁ ସେ ସବୁବେଳେ ପ୍ରସ୍ତୁତ। ବାଲେଶ୍ୱର ଔପଦା ଗୁହାଳିଆ ଗାଁର ଅମୀର ବେହେରା। କ୍ୟାନସରରେ ପୀଡ଼ିତ ବାପାଙ୍କୁ ମୁମ୍ବାଇ ନେଇ ଅଧିକ ଚିକିତ୍ସା କରାଇଥିଲେ ଆମୀର। କରୋନା ବେଳେ ମୁମ୍ବାଇରେ ଅନେକ ହଇରାଣ ହରକତ ହୋଇଥିଲେ। କେମିତି ଚିକିତ୍ସା କରିବେ, କେମିତି ରହିବେ ତାକୁ ନେଇ ପ୍ରତିଦିନ ନୂଆ ନୂଆ ସଂଘର୍ଷ କରିବାକୁ ପଡ଼ିଥିଲା। ଏତେ ସବୁ ପରେ ବି ବାପାଙ୍କୁ ବଞ୍ଚାଇ ପାରିନଥିଲେ।

ସେ ଯେଉଁ ସମସ୍ୟା ସହ ସଂଘର୍ଷ କରିଥିଲେ ତାହା ଯେପରି ଆଉ କେହି ନଭୋଗନ୍ତୁ ସେଥିପାଇଁ ଅଣ୍ଟା ଭିଡ଼ିଛନ୍ତି ଅମୀର। ମୁମ୍ବାଇରେ ରହି ଓଡ଼ିଆ କ୍ୟାନସର ରୋଗୀଙ୍କୁ ସହାୟତା କରୁଛନ୍ତି। ଔପଦା ବ୍ଲକର ପୂର୍ଣ୍ଣିମା ଗିରି ବି ଏଥିରୁ ଜଣେ। କ୍ୟାନସରେ ପୀଡ଼ିତା ହେବା ପରେ ଚିକିତ୍ସା ବେଳେ ସବୁ କଥା ବୁଝିଛନ୍ତି । ଆଉ ଏକଥା ମନେ ପଡ଼ିଲେ ପୂର୍ଣ୍ଣିମାଙ୍କ ଆଖିରୁ ଝରିପଡ଼େ ଲୁହ।

Advertisment

ସେହିଭଳି ଆଉ ଜଣେ ହେଉଛନ୍ତି ଗୟାଧର ସାହୁ। ଭଦ୍ରକ ବାସୁଦେବପୁରରେ ଏକ ଛୋଟିଆ ଚାହା ଦୋକାନ କରି ପରିବାର ଚଳାନ୍ତି । ୨୦୧୫ରେ ଗୟା ମଉସା ମୁଖ ଗୌହର କର୍କଟରେ ଆକ୍ରାନ୍ତ ହେଲେ। ହେଲେ ତାଙ୍କ ଦୃଢ଼ ଇଚ୍ଛା ଶକ୍ତି ଆଗରେ ଯେମିତି ହାର ମାନି ଯାଇଥିଲା ଦୁଃସାଧ ରୋଗ। ଲଢ଼ିଲେ ଆଉ କର୍କଟରୁ
ମୁକ୍ତ ହେଲେ। ଏବେ ଅନ୍ୟମାନଙ୍କୁ ପାନ ଗୁଟଖା ମାଦକ ଦ୍ରବ୍ୟ ପିଇବାଠୁ ଦୂରରେ ରଖିବାକୁ ନିବେଦନ କରୁଛନ୍ତି। ଏପରିକି ଏବେ ଆଖପାଖ ଅଞ୍ଚଳରେ ଗୟା ମଉସାଙ୍କ ଉଦାହରଣ ବି ଦିଆଯାଏ।

କ୍ୟାନସର ଲୋକଙ୍କ ଜୀବନ ଜୀବିକାକୁ ଉଜାଡ଼ି ଦିଏ। ହେଲେ ଦୃଢ଼ ଇଚ୍ଛା ଶକ୍ତି ଓ ଭଲ ପାଇବା ଏହାର ମୁକାବିଲା ପାଇଁ ଦମ୍ଭ ଦେଇଥାଏ।

Advertisment
Advertisment