• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଚାଲିଛି ପରୀକ୍ଷା ଋତୁ । ବିଭିନ୍ନ ବିଭାଗରେ ପଠପଢ଼ୁଥିବା ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଛନ୍ତି । କିଛି ଛାତ୍ରଛାତ୍ରୀମାନଙ୍କର ଆଗକୁ ମଧ୍ୟ ପରୀକ୍ଷା ଆସୁଛି । ତେଣୁ ଏକ୍‌ଜାମ୍‌କୁ ନେଇ ପିଲାମାନେ ଚିନ୍ତିତ ରହୁଥିବା ବେଳେ କିପରି ପରୀକ୍ଷାରେ ଭଲକରିବେ ସେନେଇ ପ୍ରସ୍ତୁତି ଚଳାଇଛନ୍ତି ।

ବିଶେଷକରି ପାଠ ପ୍ରତି ଆଗ୍ରହ ରଖିଥିବା ଛାତ୍ରଛାତ୍ରୀ ମାନେ ଅନିଦ୍ରା ହୋଇ ମଧ୍ୟ ପଠପଢୁଥିବା ନଜିର ରହିଛି । ନିଦ୍ରାକୁ ଅବହେଳା କରାଯାଇ ବିଶେଷକରି ପାଠ ପ୍ରତି ପିଲାମାନେ ଧ୍ୟାନ ଦେଇଥିବା ଦେଖିବାକୁ ମିଳିଛି । ହେଲେ ଆପଣ ଜାଣନ୍ତି କି, ପରୀକ୍ଷା ସମୟରେ ଶୋଇବା ନିହାତି ଜରୁରୀ । କାରଣ ଭଲ ନିଦ ହେବା ଦ୍ୱାରା ଜଣେ ପରୀକ୍ଷାର୍ଥୀଙ୍କୁ ଅନେକ ଫାଇଦା ମିଳିଥାଏ । ବିଶେଷକରି ୬ଟି ଫାଇଦା ପାଇଥାନ୍ତି ପିଲାମାନେ ଆସନ୍ତୁ ଜାଣିବା ।

୮ରୁ ୯ ଘଣ୍ଟା ଶୋଇବା ଜରୁରୀ 

ଶୋଇବା ସମୟ ବିଭିନ୍ନ ବୟସ ଓ ବ୍ୟକ୍ତି ବିଶେଷକଙ୍କ ଉପରେ ନିର୍ଭର କରେ । ଛୋଟପିଲାଙ୍କ ଠାରୁ ଆରମ୍ଭ କରି ବୟସ ବ୍ୟକ୍ତି ପାଇଁ ଶୋଇବା ସମୟର ସୀମା ଅଲଗା ରହିଥାଏ । ସିଧାରଣତଃ ଜଣେ ବ୍ୟକ୍ତି ୮ରୁ ୯ ଘଣ୍ଟା ଭଲନିଦରେ ଶୋଇବା ଆବଶ୍ୟକ । ଏହା ଦ୍ୱାରା ମାନସିକ ସ୍ଥିତି ଠିକ୍ ରହିଥାଏ। 

ରକ୍ତର ଶର୍କରା ସ୍ତର ଠିକ୍‌ ରହେ

ଭଲ ନିଦରେ ଶୋଇବା ଦ୍ୱାରା ହର୍ମୋନ ତଥା ରକ୍ତର ଶର୍କରା ସ୍ତର ଠିକ୍‌ ରହିଥାଏ । ଖାଲି ସେତିକି ନୁହେଁ କୋଲେଷ୍ଟ୍ରଲ୍‌, ଲେପ୍ଟିନ୍‌ ଓ ଇନସୁଲିନ୍‌ ସ୍ତର ମଧ୍ୟ ଠିକ୍‌ ରହିଥାଏ ।

ଓଜନ ବଢ଼ାଏ ଅନିଦ୍ରା !

ନିଦ୍ରାର ଅଭାବ ଯୋଗୁଁ ଅଳସୁଆ ଭାବ ସୃଷ୍ଟି ହୋଇଥାଏ । ଅତ୍ୟଧିକ କ୍ଷୁଧା ସହ ବ୍ୟକ୍ତି ଜଣକ ମିଠା ଓ ଲୁଣିଆ ଖାଦ୍ୟ ପ୍ରତି ଆଗ୍ରହୀ ହୋଇଥା’ନ୍ତି । ଫଳରେ ସେମାନଙ୍କ ଓଜନ ବଢ଼ିଥାଏ ।

ନିଦ ରଖେ ଶରୀର ସୁସ୍ଥ

ନିଦ୍ରା ଠିକ୍‌ ହେବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ଠିକ୍‌ ରହିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ । ତେଣୁ ବ୍ୟକ୍ତି ଜଣକ ସୁସ୍ଥ ଜୀବନଯାପନ କରିଥାଆନ୍ତି ।

ନିଦ ଠିକ୍‌ ହେଲେ ସ୍ମରଣ ଶକ୍ତି ବୃଦ୍ଧିପାଏ !

ନିଦ କମ୍‌ ହେବା ଦ୍ୱାରା କୋଲେଷ୍ଟ୍ରଲ ବଢ଼ିଥାଏ । ଫଳରେ ଜ୍ଞାନ ଓ ସ୍ମରଣ ଶକ୍ତି ଉପରେ ପ୍ରଭାବ ପକାଇଥାଏ । ସ୍ମରଣ ଶକ୍ତି ହ୍ରାସ ପାଇବା ସହ ଭୁଲିଯିବା ରୋଗ ମଧ୍ୟ ଦେଖାଦେଇଥାଏ । ଯାହା କି ଜଣେ ପରୀକ୍ଷାର୍ଥୀ ପାଇଁ ଆଦୌ ଠିକ୍‌ ନୁହେଁ ।