• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ନାନା ସମସ୍ୟା । ବିଦ୍ୟୁତ ସମସ୍ୟା ସାଙ୍ଗକୁ କାମ କରୁନି ଏସି ଓ ଫ୍ୟାନ । ଚାରି ଆଡେ ମାଳ ମାଳ ମୂଷା । ଏହାକୁ ନେଇ ଅଭିଯୋଗ କଲେ ବି ପଦକ୍ଷେପ ନିଆଯାଇନି । ରୋଗୀଙ୍କ ପାଇଁ ଠିକ ବ୍ୟବସ୍ଥା ନଥିବା ବେଳେ ଅଧିକାରୀଙ୍କ ପ୍ରକୋଷ୍ଠରେ ଲାଗିଥିବା ଏସି ଓ ଫ୍ୟାନ ୨୪ ଘଣ୍ଟା ଚାଲିଛି ।

ଯାହାକୁ ନେଇ ରୋଗୀଙ୍କ ସମ୍ପର୍କୀୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ମେଡିକାଲରେ ଚିକିତ୍ସାଠାରୁ ବଳି ଯାଉଛି ମେଡିକାଲର ସମସ୍ୟା । ବିଦ୍ୟୁତ ସେବାଠୁ ଆରମ୍ଭ କରି ଅସ୍ୱାସ୍ଥ୍ୟକର ପରିବେଶ । କେଉଁଠି ଫ୍ୟାନ ଚାଲୁନି, ତ କେଉଁଠି ଏସି ଅଛି କାମ କରୁନି । ଏସି ଭିତରେ ମୂଷା ଘର କରି ରହିଲେଣି ।

ଅବହେଳିତ ଅବସ୍ଥାରେ ପଡ଼ିଛି ମାତୃ ଓ ଶିଶୁ କେନ୍ଦ୍ର ବିଭାଗ । ଦିନ ହେଉ କି ରାତି, ଏସିରେ ମୂଷା ମାଳମାଳ । ନବଜାତକଙ୍କ ସହ ମାଆଙ୍କୁ ସବୁବେଳେ ମୂଷା କାମୁଡିବାର ଭୟ ରହୁଛି । ସେମାନଙ୍କ ଖାଇବା ମଧ୍ୟ ମୂଷା ଖାଇଦେଉଛନ୍ତି । ଅନେକ ଲୋକଙ୍କୁ ମୂଷା କାମୁଡିଥିବା ବେଳେ ଇଂଜେକସନ ନେବାକୁ ପଡୁଛି । ହେଲେ ସମସ୍ୟାର ସମାଧାନ ନାହିଁ ।

ଯାହାକୁ ନେଇ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିବା ପାଇଁ ବାହାରିଛନ୍ତି । ରୋଗୀଙ୍କ ସମ୍ପର୍କୀୟଙ୍କ ଅବସ୍ଥା ବି ସାଂଘାତିକ । ହସ୍ପିଟାଲ ବାରଣ୍ଡାରେ ଦିନ କଟୁଛି । ପ୍ରବଣ ଗରମ ସାଙ୍ଗକୁ ଫ୍ୟାନ ବୁଲୁନି । ମଶା ବି ପ୍ରବଳ, ଏଭଳି ସ୍ଥିତିରେ ଅଧିକାରୀଙ୍କ ପ୍ରକୋଷ୍ଠ କିନ୍ତୁ ଚକାଚକ ରହିଛି । ଏସି ସାଙ୍ଗକୁ ୨୪ ଘଣ୍ଟା ଫ୍ୟାନ ବୁଲୁଛି ।

କିଛି ଖରାପ ହେଲେ ତୁରନ୍ତ ମରାମତି ହେଉଛି । ହେଲେ ରୋଗୀଙ୍କ ପ୍ରତି କାହିଁକି ଏତେ ଉଦାସୀନତା ମନୋଭାବ, ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । କୋରାପୁଟରେ ମେଡିକାଲ କଲେଜ ସ୍ଥାପନାକୁ ନେଇ ଲୋକଙ୍କ ଭିତରେ କାହିଁ କେତେ ଗର୍ବ । ହେଲେ ଏଠାରେ ସାମାନ୍ୟତମ ସୁବିଧା ଲୋକଙ୍କୁ ମିଳୁନି ।

ତେବେ ଏଭଳି ଅଭିଯୋଗକୁ ଅତି ହାଲୁକା ଭାବେ ନେଇଛନ୍ତି ମେଡିକାଲ୍ କଲେଜର ପ୍ରଶାସନିକ ଅଧିକାରୀ ରଞ୍ଜିତା ମଲ୍ଲିକ । ମୂଷା କାମୁଡିଲେ ଅଭିଯୋଗ କରିବାକୁ କହିଛନ୍ତି । ହସ୍ପିଟାଲର ଅବ୍ୟବସ୍ଥା ନେଇ ପିଡବ୍ଲୁଡିକୁ କୁହାଯାଇଛି, କିନ୍ତୁ କାମ କରୁନାହାନ୍ତି ବୋଲି କହିଛନ୍ତି ।