• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଚା’ରେ ପକାନ୍ତୁ ଏହି ସବୁ ମସଲା, ବଢାନ୍ତୁ ସ୍ୱାଦ

ପ୍ରାୟତଃ ସବୁ ଭାରତୀୟଙ୍କ ସକାଳର ଗରମାଗରମ 'ଚା' ନିହାତି ଦରକାର । ସାଧାରଣତଃ ସକାଳୁ ଉଠିଲେ ଚା ଆଗ ସମସ୍ତେ ଖୋଜିଥାନ୍ତି । ଯଦି ଆପଣ ଚା’ ପିଉଛନ୍ତି ତେବେ ଆପଣଙ୍କ ଚା’କୁ ଆଉ ଟିକେ ସ୍ୱାଦିଷ୍ଟ କରିବା ପାଇଁ ବ୍ୟବହାର କରନ୍ତୁ ଏହି ସବୁ ମସଲା, ଯାହା ଦ୍ୱାରା ଆଣଙ୍କ ଚା’ର ସ୍ୱାଦ ଦୁଇ ଗୁଣ ହୋଇଯିବ ।

ଚା’କୁ ଅଧିକ ସ୍ୱାଦିଷ୍ଟ କରିବା ପାଇଁ କିଛି ମସଲା ବି ରହିଛି:

କେଶର:

କେଶର ଯୁକ୍ତ ଚା’ ବହୁତ ପ୍ରସିଦ୍ଧ । କେଶରକୁ ଚା’ରେ ବ୍ୟବହାର କଲେ ଏହାର ସ୍ୱାଦ ଏବଂ ଫ୍ଲେବର ସବୁଦିନ ଅପେକ୍ଷା ଅଲଗା ଆସିବ । ଆପଣ ଥରେ ଚା’ରେ କେଶର ପକାଇ ପିଅନ୍ତୁ ଏହି ଚା’ ଆପଣଙ୍କର ସବୁବେଳେ ପିଇବାର ଅଭ୍ୟାସ ହୋଇଯିବ ।

ଡାଲଚିନି:

ଡାଲଚିନି ଚା’ରେ ଏକ ଭିନ୍ନ ଫ୍ଲେବର ଥାଏ ଯାହାକୁ ଆପଣ ବହୁତ ପସନ୍ଦ କରନ୍ତି । ଏହା ଥଣ୍ଡା ସମୟରେ ବହୁତ ସ୍ୱାଦିଷ୍ଟ ଲାଗିଥାଏ । ଡାଲଚିନି ଚା ପ୍ରସ୍ତୁତ କଲାବେଳେ ମନେରଖନ୍ତୁ ଏହାକୁ ଚା’ରେ ଅଧୀକ ପକାନ୍ତୁ ନାହିଁ ନହେଲେ ଆପଣଙ୍କ ଗଳା ସମସ୍ୟା ସୃଷ୍ଟି ହେବ ।

taste of teataste of tea

ଗୁଜୁରାତି:

ଏକ କପରେ ୧-୨ଟି ଗୁଜୁରାତି । ଗୁଜୁରାତିର ସ୍ୱାଦ ଅଦା ସହିତ ଭଲ ଲାଗିଥାଏ । ଚା’ ରେ ଅଧୀକ ଗୁଜୁରାତି ପକାଇବାରୁ ଦୁରେଇ ରୁହନ୍ତୁ । ଯଦି ଆପଣଙ୍କୁ ମିଠା ଚା’ ପସନ୍ଦ ତେବେ ସେଥିରେ ଗୋଟିଏ ଗୁଜୁରାତି ପକାନ୍ତୁ । ଗୁଜୁରାତି ଆପଣଙ୍କ ଚା’ରେ ହର୍ବାଲ ଫ୍ଲେବର ଆଣିଥାଏ । ଏହା ଆପଣଙ୍କ ଚା’ର ସ୍ୱାଦ ଦ୍ୱିଗୁଣିତ କରିଥାଏ ।

ଗୋଲମରିଚ:

ଏକ କପ ଚା’ରେ ୨-୩ଟି ଗୋଲମରିଚ । ଯଦି ଆପଣଙ୍କ ଗଳା ଖରାପ ଥାଏ ଗୋଲମରିଚ ଚା’ ବହୁତ ଲାଭଦାୟକ ଅଟେ । ଏହି ଚା’ ଆପଣ ଥଣ୍ଡା କିମ୍ୱା ବର୍ଷା ସମୟ ରେ ପିଇବା ଆବଶ୍ୟକ । ଯଦିଓ ଏହା ଗରମ ସମୟରେ ଚିନ୍ତିତ କରିପାରେ ସେଥିପାଇଁ ଏହାକୁ ଋତୁ ଅନୁଯାୟୀ ପିଅନ୍ତୁ ।

taste of teataste of tea