/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662775240.jpg)
Unknown Disease
ମାଲକାନଗିରି ମାଥିଲିରେ ପୁଣି ଅଜଣା ରୋଗ ଆତଙ୍କ । ୧୦ ଦିନରେ ଗଲାଣି ୬ ଜୀବନ । ଯାହାକୁ ନେଇ ଆତଙ୍କିତ ସ୍ଥାନୀୟ ବାସିନ୍ଦା । ମାଲକାନଗିରି ମାଥିଲି ବ୍ଲକ୍ର ହଳଦୀକୁଣ୍ଡ ଗାଁରେ ଅଜଣା ରୋଗ ଆତଙ୍କ ପରେ ଏବେ ସେଠାରେ ଭୟର ବାତାବରଣ ଖେଳିଯାଇଛି । ଘରେ ଘରେ ଲୋକ ଶଯ୍ୟାସାୟୀ । କାହାର ଗୋଡ଼ ଫୁଲିଛି ତ କିଏ ଜ୍ୱରରେ ଆକ୍ରାନ୍ତ ।
ଏମିତି ତିନି ଚାରି ଦିନ ପଡ଼ି ରହିବା ପରେ ଚାଲିଯାଉଛି ଜୀବନ । ଘଟଣା ଜାଣିବା ପରେ ଗାଁରେ ପହଞ୍ଚିଛି ଡାକ୍ତରୀ ଟିମ୍ । ଚାଲିଛି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା । ତଥାପି ମେଡିକାଲ ଯିବାକୁ ଅମଙ୍ଗ ଲୋକେ । ମେଡିକାଲ ଗଲେ ଭଲ ହେବେ କଣ, ଯିଏ ମେଡିକାଲ ଯାଉଛି ତାର ମୃତ୍ୟୁ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ପ୍ରାୟ ୧୫ ଦିନ ହେବ ବ୍ୟାପିବାରେ ଲାଗିଛି ଏହି ରୋଗ । ଜଣେ ମହିଳାଙ୍କ ସମେତ ୬ ଜଣଙ୍କ ଜୀବନ ଗଲାଣି । ଅଜଣା ରୋଗରେ ଏଭଳି ସ୍ଥିତିରେ ଲୋକେ ମେଡିକାଲ ଯିବା ବଦଳରେ ଝଡ଼ାଫୁଙ୍କା ଉପରେ ବିଶ୍ୱାସ କରୁଛନ୍ତି । ଡାକ୍ତରୀ ଟିମ୍କୁ ମଧ୍ୟ ଲୋକେ ସହଯୋଗ କରୁନଥିବା ସ୍ୱାସ୍ଥ୍ୟକର୍ମୀ ଅଭିଯୋଗ ଆଣିଛନ୍ତି ।
ଅନ୍ୟପଟେ ରୋଗୀଙ୍କ ଚିକିତ୍ସାରେ କ୍ୱାକର ସଂପୃକ୍ତି ଥିବା ନେଇ ଡାକ୍ତରୀ ଟିମ୍ ଥାନାରେ ଜଣାଇବା ପରେ ଜଣେ କ୍ୱାକକୁ ଗିରଫ କରିଛି ମାଥିଲି ଥାନା ପୋଲିସ ।
(ରିପୋର୍ଟ- ଜିତେନ୍ଦ୍ର ବେଉରା)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)