Advertisment

ଖାଆନ୍ତୁ ମିଶ୍ରି, ମିଳିବ ଏହି ଫାଇଦା

ସ୍ୱାସ୍ଥ୍ୟ ହିଁ ସଂପଦ । ଏବେ ଚାଲିଛି ଶୀତ ଋତୁ । ଥଣ୍ଡା,କାଶ, ଜର ବହୁତ ଶୀଘ୍ର ଶରୀରକୁ ଆକ୍ରାନ୍ତ ହୋଇଥାଏ । ତେବେ ଆପଣ ଜାଣନ୍ତି କି ମିଶ୍ରିରେ ଅନେକ ଗୁଣ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।

author-image
Pallipuspa Samal
ଅଦ୍ୟତନ ହୋଇଛି
benefits of misri

benefits of misri

ମିଶ୍ରି ପାଟିର ସ୍ୱାଦ ବଢାଇବା ସହିତ ଶରୀରକୁ ଶକ୍ତି ମଧ୍ୟ ଦେଇଥାଏ । ଆପଣ ଜାଣନ୍ତି କି ମିଶ୍ରିରେ ଅନେକ ଗୁଣ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ମିଶ୍ରିର ଉପକାରିତା ବିଷୟରେ

Advertisment

ମିଶ୍ରିର ଉପକାରିତା:

  • ମିଶ୍ରି ହଜମ ପ୍ରକ୍ରିୟାକୁ ବଢାଇଥାଏ । ପାନ ମହୁରୀ ସହିତ ମିଶ୍ରି ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ବଢିଥାଏ । ଏଥିରେ ଡାଇଜେଷ୍ଟିଭ୍ ଗୁଣ ରହିଥାଏ, ଯେଉଁ କାରଣରୁ ଖାଦ୍ୟ ଶୀଘ୍ର ଏବଂ ସହଜରେ ହଜମ ହୋଇଥାଏ । ତେଣୁ, ଖାଦ୍ୟ ଖାଇବା ପରେ ନିଶ୍ଚିତ ଭାବରେ ମିଶ୍ରି ଖାଆନ୍ତୁ ।
  • ଶରୀରରେ ହିମୋଗ୍ଲୋବିନ୍ ସ୍ତର କମ୍‌ ଥିଲେ ନିୟମିତ ଭାବେ ମିଶ୍ରି ଖାଆନ୍ତୁ। ଏହା ଦ୍ୱାରା ଶରୀରରେ ହିମୋଗ୍ଲୋବିନର ସ୍ତର ବଢିବା ସହିତ ରକ୍ତ ସଞ୍ଚାଳନ ମଧ୍ୟ ଠିକ୍ ରହିଥାଏ ।
  • ମିଶ୍ରି କାଶ ଏବଂ ଥଣ୍ଡାର ଉପସମ କରାଏ । ପ୍ରାୟତଃ କାଶ ଏବଂ ଥଣ୍ଡା ଜନିତ ସମସ୍ୟା ଉପୁଜିଲେ ମିଶ୍ରି ଗୁଣ୍ଡରେ, ଗୋଲମରିଚ ଗୁଣ୍ଡ ଏବଂ ଘିଅକୁ ମିଶ୍ରଣ କରି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ରାତିରେ ଏହାକୁ ଖାଆନ୍ତୁ । ଏହା ବ୍ୟତୀତ ମିଶ୍ରି ଗୁଣ୍ଡ ଏବଂ ଗୋଲମରିଚ ଗୁଣ୍ଡକୁ ଉଷୁମ ପାଣିରେ ମିଶାଇ ପିଇବା ଦ୍ୱାରା କାଶରୁ ଆରାମ ମିଳିଥାଏ ।
  • ମିଶ୍ର ଆଖିର ଦୃଷ୍ଟିଶକ୍ତି ପାଇଁ ବହୁତ ଭଲ ଅଟେ । ପ୍ରତିଦିନ ମିଶ୍ରି ଖାଇବା ଦ୍ୱାରା ଦୃଷ୍ଟିଶକ୍ତି ସମସ୍ୟା ତଥା ମୋତିଆବିନ୍ଦୁ ସମସ୍ୟା ଉପୁଜି ନଥାଏ ।
  • ଏନର୍ଜି ବୁଷ୍ଟର୍ ଭାବେ କାମ କରେ ମିଶ୍ରି । ଲୋ ବିବି ବା ନିମ୍ନ ରକ୍ତ ଚାପ ଥିଲେ ପ୍ରତିଦିନ ମିଶ୍ରି ଖାଇବା ଦ୍ୱାରା ଶରୀରକୁ ଏନର୍ଜି ମିଳିଥାଏ ଓ ରକ୍ତଚାପ ଠିକ୍ ରହିଥାଏ ।
  • ମିଶ୍ର ମସ୍ତିଷ୍କ ପାଇଁ ଏକ ପ୍ରାକୃତିକ ଔଷଧ ଭାବରେ ମଧ୍ୟ ବ୍ୟବହୃତ ହୋଇଥାଏ । ମାନସିକ ଥକାପଣକୁ ମୁକ୍ତ କରିବାରେ ସାହାଯ୍ୟ କରିଥାଏ ମିଶ୍ରି । ପ୍ରତିଦିନ ଶୋଇବା ପୂର୍ବରୁ ମିଶ୍ରିକୁ ଗରମ କ୍ଷୀର ସହ ମିଶାଇ ପିଇଲେ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ ।
  • ମିଶ୍ରି ନାକରୁ ରକ୍ତସ୍ରାବ ସମସ୍ୟା ମଧ୍ୟ ଦୂର କରିଥାଏ । ଯଦି ନିୟମିତ ଆପଣଙ୍କର ନାକରୁ ରକ୍ତସ୍ରାବ ହେଉଛି, ତାହେଲେ ମିଶ୍ରି ଖଣ୍ଡକୁ ପାଣିରେ ଭିଜାଇ ଏହାର ପାଣିକୁ ପ୍ରତିଦିନ ପିଅନ୍ତୁ । ଏହା ରକ୍ତସ୍ରାବ ବନ୍ଦ କରିବାରେ ସାହାଯ୍ୟ କରିବ ।
Health News
Advertisment
Advertisment