Advertisment

Tea In Paper Cup: ହୁସିଆର୍‌! ଏହି କପ୍‌ରେ ଚାହା ପିଉଥିଲେ ହୋଇପାରେ ମାରାତ୍ମକ ରୋଗ!

‘ପେପର କପ୍‌ ତିଆରେ ବ୍ୟବହାର ହେଉଛି ପଲି ଏଥିଲିନ୍‌ ପରି ବିଭିନ୍ନ ରାସାୟନିକ ପଦାର୍ଥ। ସେଥିରେ ପଲି ଏଥିଲିନ୍‌ ସହ ମାଇକ୍ରୋ ପ୍ଲାଷ୍ଟିକ୍‌ କିମ୍ୱ ବାୟୋଫିନଲ୍‌-ଏ ପ୍ରମୁଖ ମିଶିଛି। ଏ ଗୁଡ଼ିକ ଆମ ଶରୀର ପ୍ରତି କ୍ଷତିକାରକ। କର୍କଟ ରୋଗ ସୃଷ୍ଟି କରିଥାଏ।’

ଅଦ୍ୟତନ ହୋଇଛି
Paper Cup

Paper Cup

Advertisment

ଆଜିର ବ୍ୟସ୍ତ ବହୁଳ ଦୁନିଆରେ ଲୋକମାନେ ଭାରି ଅଳସୁଆ। ଧୋଇବା ପାଇଁ କଷ୍ଟ ହେବ ବୋଲି ଭାବି କାଚ ଗ୍ଲାସ୍‌ ବା ଶଙ୍ଖ କପ୍‌ଠାରୁ ଦୂରେଇ ଯାଉଛନ୍ତି। ଆଉ ରଙ୍ଗୀନ ପେପର କପ୍‌କୁ ନିଜ ଓଠରେ ଲଗାଇ ଷୁଡୁକୁଛନ୍ତି ଗରମା ଗରମ କଫି ବା ଚାହା। ହେଲେ ଜାଣିଛନ୍ତି ଯେଉଁ ପେପର କପ୍‌ରେ ନିଇତି ଗରମ ଚାହା ପିଉଛନ୍ତି, ତାହା ଆପଣଙ୍କ ଶରୀର ପାଇଁ କେତେ କ୍ଷତିକାରକ? ସେ କଥା ଶୁଣିଲେ ଆପଣଙ୍କ ଅକଲ ଉଡିଯିବ। ତେଣୁ ବେଳ ଥାଉଁଥାଉଁ ପେପର କପ୍‌ଠାରୁ ଦୂରେଇ ଯାଆନ୍ତୁ। ଆଉ ନିରୋଗ ଜୀବନ ପାଇଁ କାଚ ଗ୍ଲାସ୍‌ ବା ଶଙ୍ଖ କପ୍‌କୁ ଆପଣାନ୍ତୁ। ସେଥିରେ ଗରମ ପାଣି, ଚାହା ବା କଫି ପିଅନ୍ତୁ ବୋଲି ବିଶେଷଜ୍ଞ କହିଛନ୍ତି।

Advertisment

କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ପ୍ରତିଷ୍ଠାନ କେନ୍ଦ୍ରର ବିକରଣ ଚିକିତ୍ସା ବିଭାଗୀୟ ମୁଖ୍ୟ ପ୍ରଫେସର ଡକ୍ଟର ସୁରେନ୍ଦ୍ର ନାଥ ସେନାପତି କହିଛନ୍ତି, ଆଜିକାଲି ଆମେ ସମସ୍ତେ ପେପର କପ୍‌ରେ ଚାହା ବା କଫି ପିଉଛେ। ସାଧାରଣରେ ଦେଖିବାକୁ ଗଲେ ପାଣି ସଂସ୍ପର୍ଶରେ ଆସିଲେ ପେପର ଓଦା ହୋଇଯାଏ। କିନ୍ତୁ ଆମେ ଚାହା ପିଉଥିବା ପେପର କପ୍‌ ପାଣି ସଂସ୍ପର୍ଶରେ ଆସିଥିଲେ ସୁଦ୍ଧା ଭିଜୁନି। କାରଣ ସେଥିରେ ଗୋଟିଏ କୋଟିଂ ଦିଆଯାଉଛି। ତାକୁ ପଲି ଏଥିଲିନ୍‌ କୁହାଯାଏ। ଯେଉଁଥିପାଇଁ କପ୍‌ଟି ଭିଜୁନାହିଁ ବୋଲି ଡକ୍ଟର ସେନାପତି କହିଛନ୍ତି।

ଅଧିକ ପଢ଼ନ୍ତୁ: ସରିଲା ଶୀତ, କାଲିଠୁ କଲବଲ କରିବ ଖରା; ସବୁ ଜିଲ୍ଲାରେ ବୃଦ୍ଧି ପାଇବ ତାପମାତ୍ରା...

Advertisment

ସେ କହିଛନ୍ତି, ପେପର କପ୍‌ ତିଆରେ ବ୍ୟବହାର ହେଉଛି ପଲି ଏଥିଲିନ୍‌ ପରି ବିଭିନ୍ନ ରାସାୟନିକ ପଦାର୍ଥ। ସେଥିରେ ପଲି ଏଥିଲିନ୍‌ ସହ ମାଇକ୍ରୋ ପ୍ଲାଷ୍ଟିକ୍‌ କିମ୍ୱ ବାୟୋଫିନଲ୍‌-ଏ ପ୍ରମୁଖ ମିଶିଛି। ଏ ଗୁଡ଼ିକ ଆମ ଶରୀର ପ୍ରତି କ୍ଷତିକାରକ। କର୍କଟ ରୋଗ ସୃଷ୍ଟି କରିଥାଏ। ଯଦି ଆମେ ଏହି ପେପର କପ୍‌ରେ ଦୀର୍ଘ ସମୟ ଧରି କଫି, ଚାହା ବା ହଟ୍‌ ଡ୍ରିଙ୍ଗ୍ସ ପିଉଛେ, ତାହା ଶରୀର ପାଇଁ କ୍ଷତିକାର। ବିଶେଷ କରି ମହିଳାଙ୍କୁ ସ୍ତନ କର୍କଟ ହେବାର ସମ୍ଭାବନା ରହିଛି। ପୁରୁଷମାନଙ୍କଠାରେ ପୋଷ୍ଟ୍ରେଟ୍‌ ଗ୍ରନ୍ଥି କିମ୍ୱା ଲିଭର କର୍କଟ ହୋଇପାରେ। ତେଣୁ ଦୀର୍ଘ ସମୟ ଧରି ଯଦି ପେପର କପ୍‌ରେ ଚାହା ବା କଫି ପିଉଛନ୍ତି, ସେଥି ପ୍ରତି ସତର୍କ ହୋଇଯାଆନ୍ତୁ ବୋଲି ପ୍ରଫେସର ସେନାପତି କହିଛନ୍ତି।

ଅଧିକ ପଢ଼ନ୍ତୁ: BeMC ବୈଠକରେ ହୋହଲ୍ଲା; ମୁହାଁମୁହିଁ ହେଲେ ଦୁଇ କର୍ପୋରେଟର ଗୋଷ୍ଠୀ...

Advertisment

ପ୍ରଫେସର ସେନାପତି କହିଛନ୍ତି, ଗତ ୩୦ ବର୍ଷର ଚାକିରି କ୍ୟାରିୟର ଭିତରେ ପେପର କପ୍‌ରେ ଚାହା ବା କଫି ପିଇ କେହି କର୍କଟରେ ଆକ୍ରାନ୍ତ ହୋଇଥିବାର ପ୍ରମାଣ ମୋ ପାଖରେ ନାହିଁ। କିନ୍ତୁ ପେପର କପ୍‌ରେ ଚାହା ବା କଫି ବା ଗରମ ପାଣି ଦୀର୍ଘ ସମୟ ଧରି ପିଉଥିଲେ କର୍କଟ ହେବାର ସମ୍ଭାବନା ଅଛି ବୋଲି ଏକ ଷ୍ଟଡି ଆସିଛି। ଯାହା ଚିନ୍ତା ବଢ଼ାଇଛି। ତେଣୁ ଯେଉଁମାନେ ପେପର କପ୍‌ରେ ଚାହା ବା କଫି ପିଉଛନ୍ତି, ବେଳ ଥାଉଁଥାଉଁ ସତର୍କ ହୋଇଯାଆନ୍ତୁ। ପୂର୍ବ ଯେମିତି କାଚ ଗ୍ଲାସ୍‌ ବା ଶଙ୍ଖ କପରେ ଚାହା ପିଅନ୍ତୁ। ସୁସ୍ଥ ଜୀବନ ଅତି ବାହିତ କରନ୍ତୁ ବୋଲି ପ୍ରଫେସର ସେନାପତି କହିଛନ୍ତି।

Health Ministry Cancer Patients
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ