Advertisment

ସ୍ୱାସ୍ଥ୍ୟ ପାଇଁ 'ଚା'

ପ୍ରାୟତଃ ସବୁ ଭାରତୀୟଙ୍କ ସକାଳର ଗରମାଗରମ 'ଚା' ନିହାତି ଦରକାର । ସାଧାରଣତଃ ସକାଳୁ ଉଠିଲେ ଚା ଆଗ ସମସ୍ତେ ଖୋଜିଥାନ୍ତି । କିନ୍ତୁ ପ୍ରତିଦିନ 'ଚା' ପିଇବା ସ୍ୱାସ୍ଥ୍ୟ ପକ୍ଷେ କେତେ ଭଲ କେତେ ଖରାପ । ତାହା ଆପଣ ଜାଣନ୍ତି କି ? ଚାଲନ୍ତୁ ଜାଣିବା

author-image
Pallipuspa Samal
tea for health

tea for health

ସକାଳୁ ଉଠିଲେ ଆଗ ସମସ୍ତେ ଚା ଖୋଜିଥାନ୍ତି । ହେଲେ ଏହି ଚା ଶରୀର ପାଇଁ ବହୁ କ୍ଷତି ପହଞ୍ଚାଇଥାଏ । ପ୍ରତିଦିନ କ୍ଷୀର ଚା ପିଇବା ଦ୍ୱାରା ଶରୀରକୁ ବହୁ କ୍ଷତି ପହଞ୍ଚାଇ ଥାଏ । ତେବେ ଚାଲନ୍ତୁ ଜାଣିବା 'ଚା' ପିଇବା ଦ୍ୱାରା ଶରରୀର କଣ କ୍ଷତି ହୋଇଥାଏ ।

Advertisment
  • ପ୍ରତିଦିନ ଚା ପିଇବା ଶରୀର ପାଇଁ ଠିକ୍ ନୁହେଁ । କାରଣ ଚା ଗୁଣ୍ଡରେ ଟାନିନ୍ ରହିଥାଏ ,ଏହି ଯୌଗିକରେ ଅଧିକ ଅମ୍ଳ ରହିଥାଏ । ତେଣୁ କ୍ଷୀର 'ଚା' ପିଇବା ଉଚିତ ନୁହେଁ।
  • କ୍ଷୀର 'ଚା' ପାଖାପାଖି କଳା ରଙ୍ଗର ଚା ପତିରେ ପ୍ରସ୍ତୁତ ହୋଇଥାଏ , ଏଥିରେ ପାଖାପାଖି ୪୭ ମିଲିଗ୍ରାମ କାଫିନ ରହିଥାଏ । ତେଣୁ କରି ଏହା ନିଦ୍ରା ହୀନତାର ସାମାନ୍ୟ କାରଣ ହୋଇପାରେ । ତେଣୁ ଶୋଇବା ପୂର୍ବରୁ କେବେବି ଚା ପିଇବା ଉଚିତ ନୁହେଁ ।
  • 'ଚା' ରେ ଖୁବ କମ୍ କ୍ୟାଲୋରୀ ରହିଥାଏ, ତା ସହିତ ଏଥିରେ ଏପରି କିଛି ରସାୟନ ରହିଥାଏ ଯାହା ଶରୀର ପାଇଁ କ୍ଷତିକାରକ ଅଟେ । କମ୍ କ୍ୟାଲୋରୀ ଯୁକ୍ତ ଚା ଆପଣଙ୍କ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
  • ଟି-ରିସର୍ଚ୍ଚ ଆସୋସିଏସନ ଇଣ୍ଡିଆ ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁସାରେ ଯେତେବେଳେ କ୍ଷୀର ଓ 'ଚା' ମିଶି ଯାଇ ଥାଆନ୍ତି ତେବେ ;ଚା' ରେ ଥିବା ପ୍ରୋଟିନ 'ଚା' ର ଯୌଗିକ ସହିତ ମିଶିବା ଓଜନ ହ୍ରାସ ହୋଇଥାଏ ।
  • ଟାଇପ-୨ ମଧୁମେହକୁ ବଢାଇପାରେ 'ଚା' । କାରଣ କାଫିନ ଓ କ୍ଷୀରର ମିଶ୍ରଣ ସହିତ ମିଶିବା ଦ୍ୱାରା ଟାଇପ-୨ ମଧୁମେହ ସମସ୍ୟା ଦେଖାଦେଇଥାଏ l
  • 'ଚା' ପ୍ରତିଦିନ ପିଇବାର ଅର୍ଥ ଚିନ୍ତାର ଲକ୍ଷଣ ଦେଖା ଦେବା । ଗବେଷଣାରୁ ଜଣାପଡିଛି ଯେ 'ଚା' ରେ ଥିବା କାଫିନ ମଣିଷକୁ ଚିଡିଚିଡା ସ୍ୱଭାବର କରିଦେଇଥାଏ । ଯାହା ଶରୀରକୁ ବିଭିନ୍ନ ରୋଗକୁ ସାମ୍ନା କରାଇ ଥାଏ ।
  • ପ୍ରତିଦିନ ଖାଲି ପେଟରେ 'ଚା' ପିଇବା ଉଚିତ୍ ନୁହେଁ, କାରଣ ଏହା ପେଟରେ ଏସିଡିଟି ସମସ୍ୟ ସୃଷ୍ଟି କରିଥାଏ ।
Health News
Advertisment
Advertisment