Smoking Bad Effect: ଧୂମପାନ କରୁଥିଲେ ଫୁସ୍‌ଫୁସ୍‌ ସହ ୫ ଅଙ୍ଗ ହୋଇଯିବ ନଷ୍ଟ

ଧୂମପାନ କରିବା କିମ୍ବା ସିଗାରେଟ୍ ପିଇବା ଆମ ସମସ୍ତଙ୍କ ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ। ସିଗାରେଟ୍ ଧୂଆଁ ଧୀରେ ଧୀରେ ସମଗ୍ର ଶରୀରକୁ ବିଷ ପରି କ୍ଷତି ପହଞ୍ଚାଏ ।

ଧୂମପାନ କରୁଥିଲେ ସାବଧାନ...

ଧୂମପାନ କରିବା କିମ୍ବା ସିଗାରେଟ୍ ପିଇବା ଆମ ସମସ୍ତଙ୍କ ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ। ହେଲେ କ’ଣ ଆପଣ ଜାଣିଛନ୍ତି, ସିଗାରେଟ୍ ପିଇବା ଦ୍ଵାରା କେବଳ ଫୁସ୍‌ଫୁସ୍‌ର କ୍ଷତି ହୋଇନଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସିଗାରେଟ୍ ଧୂଆଁ ଧୀରେ ଧୀରେ ସମଗ୍ର ଶରୀରକୁ ବିଷ ପରି କ୍ଷତି ପହଞ୍ଚାଏ ।

ହୃତ୍‌ପିଣ୍ଡରୁ ମସ୍ତିଷ୍କ, ଚର୍ମରୁ ଆଖି ପର୍ଯ୍ୟନ୍ତ, କୌଣସି ଅଙ୍ଗ ଏହି ବିଷରୁ ରକ୍ଷା ପାଇପାରେ ନାହିଁ । ଏହା ଆପଣଙ୍କ ଜୀବନରୁ ଆୟୁ ମଧ୍ୟ ଚୋରି କରିନେଇଥାଏ । ଧୂମପାନ ହୃଦଘାତ, ବ୍ରେନ୍ ଷ୍ଟ୍ରୋକ, ଦୃଷ୍ଟି ଶକ୍ତି ହ୍ରାସ ଏବଂ ଦୃଷ୍ଟି ଶକ୍ତି ହରାଇବାର ଆଶଙ୍କା ବୃଦ୍ଧି କରେ । ଆସନ୍ତୁ ଜାଣିବା ସିଗାରେଟ୍ ଦ୍ଵାରା କେଉଁ ଅଙ୍ଗଗୁଡ଼ିକ ନଷ୍ଟ ହୋଇଥାଏ ଏବଂ କାହିଁକି ଏଥୁରୁ ନିବୃତ ରହିବା ଉଚିତ ।

କିଡ୍‌ନୀ: ସିଗାରେଟ ଟାଣିବା ଦ୍ୱାରା କିଡ୍‌ନୀରେ କର୍କଟ ରୋଗ ହେବାର ଆଶଙ୍କା ୫୦ ପ୍ରତିଶତ ବୃଦ୍ଧି ପାଇଥାଏ । ଧୂଆଁରେ ଥିବା ବିଷାକ୍ତ ପଦାର୍ଥ ବୃକକ୍ ଟିସୁକୁ କ୍ଷତି ପହଞ୍ଚାଇଥାଏ । ଯାହା ଦ୍ୱାରା ବୃକକ୍ ଧିରେ ଧିରେ ଖରାପ ହେବାକୁ ଲାଗେ । ଏହା ରକ୍ତ ଚାପକୁ ବୃଦ୍ଧି କରେ । ଯାହା କିଡ୍‌ନୀ ଫେଲ୍ ହେବାର ସବୁଠାରୁ ବଡ଼ କାରଣ ହୋଇପାରେ ।

ଅଧିକ ପଢ଼ନ୍ତୁ: ସ୍କ୍ରିନ ଉପରେ କାମ କରି କରି ଥକି ଯାଉଛି କି ଆଖି ? ଜାଣନ୍ତୁ, କେମିତି କରିବେ ପ୍ରତିକାର ?

ହୃତ୍‌ପିଣ୍ଡ: ଧୂମପାନ କରୁଥିବା ବ୍ୟକ୍ତିଙ୍କ ହୃଦଘାତ ଏବଂ ବ୍ରେନ୍ ଷ୍ଟ୍ରୋକ୍‌ର ଆଶଙ୍କା ସାଧାରଣ ଲୋକଙ୍କ ଠାରୁ ୨ ରୁ ୪ ଗୁଣ ଅଧିକ ଥାଏ । ସିଗାରେଟରୁ ନିର୍ଗତ ନିକୋଟିନ୍ ଏବଂ ରକ୍ତବାହୀ ନଳୀକୁ ସଙ୍କୁଚିତ କରିଦିଏ । ଯାହା ରକ୍ତ ସଞ୍ଚାଳନକୁ ପ୍ରଭାବିତ କରେ ଏବଂ ହୃଦରୋଗର ଆଶଙ୍କା ବୃଦ୍ଧି କରେ । ଧୂଆଁରେ ଥିବା କାର୍ବନ ମନୋକ୍ସାଇଡ୍ ରକ୍ତରେ ଅମ୍ଳଜାନର ପରିମାଣକୁ ହ୍ରାସ କରେ, ଯାହା ହୃତ୍‌ପିଣ୍ଡ ଉପରେ ଅଧିକ ଚାପ ପକାଇଥାଏ । ରକ୍ତଚାପ ସବୁବେଳେ ଉଚ୍ଚ ରହିଥାଏ, ଯାହା ଧୀରେ ଧୀରେ ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କା ବୃଦ୍ଧି କରେ ।

ମସ୍ତିଷ୍କ : ଆପଣ ଜାଣନ୍ତି କି, ସିଗାରେଟ୍ ପିଇଲେ, ସ୍ମୃତି ଶକ୍ତିକୁ ଖରାପ ହୋଇପାରେ ଏବଂ ଡିମେନ୍ସିଆର ଆଶଙ୍କା ବୃଦ୍ଧି ପାଇପାରେ । ଏହା ସ୍ନାୟୁ ପ୍ରଣାଳୀକୁ ଦୁର୍ବଳ କରିଦିଏ । ଯାହାଦ୍ୱାରା ଏକାଗ୍ରତା ଏବଂ ଚିନ୍ତା କରିବାର କ୍ଷମତା ହ୍ରାସ ପାଇଥାଏ ।

ଚର୍ମ: ସିଗାରେଟ ଧୂଆଁ ଚର୍ମରୁ ଆର୍ଦ୍ରତା ଏବଂ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଛଡାଇ ନିଏ । ଯାହାଫଳରେ ମୁହଁରେ କୁଞ୍ଚନ ଏବଂ ଦାଗ ଦେଖାଯିବା ଆରମ୍ଭ ହୁଏ । ଚର୍ମ ନିର୍ଜୀବ ହୋଇଯାଏ । କୋଲାଜେନ ଉତ୍ପାଦନ ହ୍ରାସ ପାଏ । ଯାହାଫଳରେ ସମୟ ପୂର୍ବରୁ ବୃଦ୍ଧ ଦେଖାଯା'ନ୍ତି ଲୋକେ ।

ଆଖି : ସିଗାରେଟ ଧୂଆଁ ଆଖିର ସୂକ୍ଷ୍ମ ରକ୍ତବାହୀ ନଳୀର କ୍ଷତି ପହଞ୍ଚାଇଥାଏ । ରକ୍ତ ସଞ୍ଚାଳନକୁ ଧୀର କରିବା ସହ ଦୃଷ୍ଟିଶକ୍ତିକୁ ମଧ୍ୟ କମାଇଦେଇଥାଏ । ଦୀର୍ଘ ସମୟ ଧରି ଧୂମପାନ କରିବା ଦ୍ୱାରା ମୋତିଆବିନ୍ଦୁ ମଧ୍ୟ ହୋଇପାରେ ।

ଅଧିକ ପଢ଼ନ୍ତୁ: ଉଠିବା ମାତ୍ରେ ମୁଣ୍ଡ ବୁଲାଉଛି କି ? ହୋଇଯାଆନ୍ତୁ ସତର୍କ