• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଗରମ ପୋଷାକ ପିନ୍ଧି ଶୋଇଲେ ହୃଦ ରୋଗୀଙ୍କ ପାଇଁ ସମସ୍ୟା ହୋଇଥାଏ

ସ୍ୱେଟର ପିନ୍ଧି ଶୋଇବା ଦ୍ୱାରା ଆମ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଏକ୍ଜିମା,ତ୍ୱଚାରୋଗ,ଅସ୍ଥିରତା ଓ ଚିନ୍ତା,ତ୍ୱଚା କୁଣ୍ଡେଇ ହେବା ଇତ୍ୟାଦି ସମସ୍ୟା ଦେଖାଦେଇଥାଏ । ଆସନ୍ତୁ ଜାଣିବା ସ୍ୱେଟର ପିନ୍ଧି ଶୋଇବା ଦ୍ୱାରା କଣ କୁପ୍ରଭାବ ପଡିଥାଏ ।

ଏକ୍ଜିମା:

ରାତିରେ ଗରମ ପୋଷାକ ପିନ୍ଧି ଶୋଇଲେ ଚର୍ମ ଅଧିକ ଶୁଖିଲା ରହୁଥିବାରୁ ଏକ୍ଜିମା ହୋଇଥାଏ। ଯାହା ଦ୍ୱାରା ଚର୍ମ କୁଣ୍ଡେଇ ହୁଏ।

ତ୍ୱଚାରୋଗ:

ସମ୍ବେଦନଶୀଳ ତ୍ୱଚା ଥିବା ଲୋକମାନେ ଗରମ ପୋଷାକ ପିନ୍ଧି ଶୋଇଲେ ଝାଳ ବୋହିବା ସହ ତ୍ୱଚା ରୋଗ ବଢ଼େ ଓ ଇନଫେକ୍ସନ ହୋଇଥାଏ।

ଅସ୍ଥିରତା ଓ ଚିନ୍ତା:

ରାତିରେ ଗରମ ପୋଷାକ ପିନ୍ଧି ଶୋଇଲେ ଶରୀରରେ ଅସ୍ଥିରତା ଚିନ୍ତା ଦେଖାଦିଏ। ଯାହା ଫଳରେ ଲୋକମାନଙ୍କୁ ନିମ୍ନ ରକ୍ତ ଚାପର ସାମ୍ନା କରିବାକୁ ପଡ଼ିଥାଏ।

ହୃଦ ରୋଗ:

ଗରମ ପୋଷାକ ପିନ୍ଧି ଶୋଇଲେ ହୃଦ ରୋଗୀଙ୍କ ପାଇଁ ସମସ୍ୟା ହୋଇଥାଏ । ଗରମ ପୋଷାକ କିମ୍ବା ରେଜେଇରେ ଉତ୍ତାପ ଆବଦ୍ଧ ହୋଇ ରହୁଥିବାରୁ ସେମାନଙ୍କ ହୃଦୟ ପାଇଁ ଏହା କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।

କୁଣ୍ଡେଇ ହେବା:

ଗରମ ପୋଷାକ ପିନ୍ଧି ଶୋଇଲେ ଚର୍ମ କୁଣ୍ଢେଇ ହୋଇଥାଏ । କାରଣ ଶୁଖିଲା ଚର୍ମରେ ସ୍ୱେଟର ପୂରା ଲାଗିକି ରହିଥାଏ। ଯାହାଫଳରେ ତ୍ୱଚା କୁଣ୍ଡେଇ ହୋଇ ଛୋଟବ୍ରଣ ଆକାରରେ ବାହାରି ପଡ଼ିଥାଏ।

 ରାତିରେ ଗରମ ପୋଷାକ ପିନ୍ଧି ଶୁଅନ୍ତୁନାହିଁ । ଯଦି ରାତିରେ ଶୀତ ପୋଷାକ ପିନ୍ଧି ଶୋଇବାର ଅଧିକ ଆବଶ୍ୟକତା ରହିଛି ତାହେଲେ ପ୍ରଥମେ ସୂତା ବା ରେଶମ ପୋଷାକ ପିନ୍ଧି ଗରମ ପୋଷାକ ପିନ୍ଧି ଶୋଇବା ଉଚିତ୍ ଅଟେ ।