Advertisment

ଚାପୁଡ଼ା ବି କରିପାରେ ଚମତ୍କାର, ବଢାଏ ସୁନ୍ଦରତା

ସୁନ୍ଦର ହେବା ପାଇଁ ଚାହୁଁଛନ୍ତି କି, ତାହେଲେ ଚାପୁଡ଼ା ଖାଆନ୍ତୁ । ଆଶ୍ଚର୍ଯ୍ୟ ହୋଇଗଲେ ନା । ହଁ ଆଜ୍ଞା ଆଶ୍ଚର୍ଯ୍ୟ ହେଲେ ବି ସତ । ମୁହଁରେ ଚାପୁଡ଼ା ମାରିବା ଦ୍ୱାରା ରକ୍ତ ସଞ୍ଚାଳନ ବୃଦ୍ଧି ପାଇଥାଏ ଓ ଏହା ଦ୍ୱାରା ମୁହଁ ବା ଚେହେରାରେ ଚମକ ଆଣିଥାଏ । ତେବେ ଚାଲନ୍ତୁ ଜାଣିବା ଡାପୁଡ଼ା ଖାଇବା ଦ୍ୱାରା କିପରି ସୈନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ ।

author-image
Pallipuspa Samal
slap every day to be beautiful

slap every day to be beautiful

ସୁନ୍ଦର ଚର୍ମ ପାଇବା ପାଇଁ ଆପଣ ବିଭିନ୍ନ ଉପାୟ କରନ୍ତି। ଏଥିପାଇଁ ପାର୍ଲରକୁ ଯାଆନ୍ତି ଏବଂ ପ୍ରତି ମାସରେ ଫେସିଆଲ୍-ବ୍ଲିଚ୍ ଟ୍ରିଟମେଣ୍ଟ କରନ୍ତି। ଏଥିପାଇଁ, ଘରୋଇ ଉପଚାର ହେଉ କିମ୍ବା ଦାମୀ ପ୍ରଡକ୍ଟ ବ୍ୟବହାର କରିବା, ଆପଣ ସବୁକିଛି କରନ୍ତି ଯାହା ଦ୍ୱାରା ଆପଣଙ୍କ ସୌନ୍ଦର୍ଯ୍ୟ ବଢିପାରିବ। କିନ୍ତୁ ଆପଣ ଜାଣନ୍ତି କି ଆପଣ ନିଜକୁ ଚାପୁଡ଼ା ମାରି ନିଜ ସୌନ୍ଦର୍ଯ୍ୟକୁ ମଧ୍ୟ ବଢାଇ ପାରିବେ ।

Advertisment
  • ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କୋରିଆ ଝିଅମାନେ ନିଜର ସୌନ୍ଦର୍ଯ୍ୟ ପାଇଁ ଚାପୁଡ଼ାର ସାହାଯ୍ୟ ନିଅନ୍ତି।
  • କୋରିଆ ଝିଅମାନେ ବିଶ୍ୱାସ କରନ୍ତି ଯେ ଚାପୁଡ଼ା ମୁହଁରେ ରକ୍ତ ସଞ୍ଚାଳନକୁ ବଢାଇଥାଏ ଏବଂ ଚେହେରାକୁ ଚମକାଇଥାଏ ।
  • ଚେହେରାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏହା ଏକ ଥେରାପି ଅଟେ । ବିଶେଷଜ୍ଞଙ୍କ ମତ ଅନୁଯାୟୀ ମୁହଁରେ ଏହି ଥେରାପି ପ୍ରୟୋଗ କରିବା ଦ୍ୱାରା ମୁହଁରେ ରକ୍ତ ସଞ୍ଚାଳନ ବୃଦ୍ଧି ପାଇଥାଏ । ଯାହା ଚେହେରାରେ ଚମକ ଆଣିବାରେ ସାହାଯ୍ୟ କରେ ।
  • କ୍ରିମ୍ ଏବଂ ମଶ୍ଚୁରାଇଜର ପ୍ରୟୋଗ କରିବା ସମୟରେ ଆପଣ ଏହି ଥେରାପି ମଧ୍ୟ କରିପାରିବେ।
  • ଆପଣ ଏହାକୁ ମୁହଁରେ କ୍ରିମ୍ କିମ୍ୱା ଫେସ୍ ଓଏଲ୍ ଥାପି ଏହା ପ୍ରୟୋଗ କରିପାରିବେ।
  • ବିଶେଷଜ୍ଞଙ୍କ ମତ ଅନୁଯାୟୀ ଚାପୁଡ଼ା ଥେରାପି କରିବା ଦ୍ୱାରା ମୁହଁରେ କୋଲାଜେନ୍ ଉତ୍ପାଦନକୁ ବଢାଇଥାଏ ଏବଂ ଚର୍ମକୁ କୋମଳ କରିଥାଏ
  • ବିଶେଷଜ୍ଞମାନେ ଏହା ବିଷୟରେ କୁହନ୍ତି ଯେ ,ଏହି ଥେରାପି ପ୍ରୟୋଗ ସମୟରେ ଯେପରି ଆପଣଙ୍କୁ ଯନ୍ତ୍ରଣା ନହୁଏ ସେଥିପ୍ରତି ଧ୍ୟାନ ଦେବେ ।
  • ଏହାକୁ ପ୍ରୟୋଗ କରିବା ସମୟରେ, ମୁହଁକୁ ପ୍ୟାଟ୍ କରିବା ସମୟରେ ସମାନ ଚାପ ପ୍ରୟୋଗ କରନ୍ତୁ
  • ଏହା ଦ୍ୱାରା ଉତ୍ପାଦଟି ଚେହେରାରେ ଭଲ ଭାବରେ ଶୁଖି ଯିବ ଏବଂ ମୁଖ କୋଷରେ ରକ୍ତ ସଞ୍ଚାଳନ ଭଲ ଭାବରେ ହେବ ।
Health News
Advertisment
Advertisment