/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696595982.jpg)
One Health Programe
ଓଡ଼ିଶାରେ ଆରମ୍ଭ ହେବ ୱାନ ହେଲଥ କାର୍ଯ୍ୟକ୍ରମ । WHO ଦ୍ୱାରା ପ୍ରସ୍ତାବିତ ୱାନ ହେଲଥ କାର୍ଯ୍ୟକ୍ରମକୁ ପାଇଲଟ ପ୍ରକଳ୍ପ ଆଧାରରେ ଓଡ଼ିଶାରେ କାର୍ଯ୍ୟକାରୀ କରାଯିବ । ସାରା ଦେଶରେ ଓଡ଼ିଶା ସମେତ ୪ ରାଜ୍ୟରେ ଆରମ୍ଭ ହେଉଛି ଏହି କାର୍ଯ୍ୟକ୍ରମ । ଏହା ଅଧୀନରେ ଜୁନୋଟିକ ଡିଜିଜ ଅର୍ଥାତ୍ ଆନ୍ଥ୍ରାକ୍ସ, ରାବିଜ, ସ୍କ୍ରବ ଟାଇଫସ, ନିପା ଭାଇରସ ଭଳି ପଶୁଠାରୁ ମଣିଷ ଶରୀରକୁ ଆସୁଥିବା ରୋଗର ମିଳିତ ମୁକାବିଲା କରାଯିବ।
ସ୍ୱାସ୍ଥ୍ୟ ବିଭାଗ ସହିତ ପଶୁ ସମ୍ପଦ, କୃଷି ଓ ବନ୍ୟପ୍ରାଣୀ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବେ । ଜୁନୋଟିକ ଡିଜିଜ୍ ପାଇଁ ତିଆରି ହେବ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ଆକ୍ସନ ପ୍ଲାନ ଓ ଜିଲ୍ଲା ସ୍ତରୀୟ ଆକ୍ସନ ପ୍ଲାନ । ଗଠନ ହେବ କୋଅର୍ଡିନେସନ କମିଟି । କେଉଁ ଜିଲ୍ଲାରେ କେଉଁ ଜୁନୋଟିକ ରୋଗ ଅଧିକ ହେଉଛି ତାହାର ମ୍ୟାପିଂ କରାଯିବ । ଏହାସହ ରାଜ୍ୟରେ ଜୁନୋଟିକ ରୋଗ ପରୀକ୍ଷା ଲାଗି ସେଣ୍ଟିନାଲ ଲାବୋରେଟରି ଓ ମେଡିକାଲ କଲେଜ ଲାବୋରେଟରୀ ଗୁଡ଼ିକୁ ଅଧିକ ସଶକ୍ତ କରାଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)