/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710643912.jpg)
5T Hospital
5-ଟି ଅନ୍ତର୍ଭୁକ୍ତ ଆମ ହସ୍ପିଟାଲର ବିକଳ ଚିତ୍ର l ଉଦଘାଟନର କିଛି ମାସ ନ ପୁରୁଣୁରୁ ଅଦିନିଆ ବର୍ଷାରେ ଅତ୍ୟାଧୁନିକ ହସ୍ପିଟାଲର ଜଳମୟ ସ୍ଥିତି l ଗଞ୍ଜାମ ଜିଲ୍ଲା ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପୋଲସରାରେ ହୋଇଥିବା ଅଦିନିଆ ବର୍ଷା ଯୋଗୁଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ପାଣି ପଶିଯାଇଥିଲା ।
ରୋଗୀ ଶଯ୍ୟା କକ୍ଷ ଓ ଡ୍ରେସିଙ୍ଗ ରୁମ, ୱେଟିଂ ରୁମରେ ମଧ୍ୟ ପାଣି ଭରି ଯାଇଥିଲା । ଫଳରେ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି । ସେପଟେ ଆସିକା ଉପଖଣ୍ଡ ହସପିଟାଲରେ ମଧ୍ୟ ସମାନ ଅବସ୍ଥା ।
ଗତକାଲି ସଂଧ୍ୟାରେ ଅସରାଏ ବର୍ଷା ପରେ ହସ୍ପିଟାଲରେ ପାଣି ପଶି ଯାଇଥିଲା । ପ୍ରବେଶ ପଥରେ ଜମି ରହିଥିଲା ଆଣ୍ଠୁଏ ପାଣି । ଡ୍ରେସିଂ ରୁମ୍, ଡାକ୍ତରଙ୍କ ଚିକିତ୍ସା କକ୍ଷ, ହସ୍ପିଟାଲ ହଲରେ ଲହଡ଼ି ଭାଙ୍ଗିଥିଲା ବର୍ଷା ପାଣି । ଏପରିକି ଜରୁରୀକାଳୀନ ଚିକିତ୍ସା ସାଙ୍ଗକୁ ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କ ୱାର୍ଡରେ ମଧ୍ୟ ବର୍ଷା ଜଳ ଜମି ରହିଥିଲା ।
ଏହାକୁ ନେଇ ସାଧାରଣ ଲୋକଙ୍କ ମନରେ କ୍ଷୋଭ ସୃଷ୍ଟି ହୋଇଛି । ମାତ୍ର ମାସକ ତଳେ ୫T ରେ ୨ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହି ହସପିଟାଲର ରୂପାନ୍ତରକରଣ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଭିଡିଓ କନଫରନସିଂରେ ଉଦଘାଟନ କରିଥିଲେ । କିନ୍ତୁ ମାତ୍ର ଅସରାଏ ବର୍ଷାରେ ସ୍ଥିତି ବେହାଲ ହୋଇଛି । ପୂର୍ତ୍ତ ବିଭାଗ ଏସ ଡି ଓ ଅମୀୟ ମିଶ୍ର କହିଛନ୍ତି, ଏହାର ଅନୁଧ୍ୟାନ କରାଯିବ ଓ ତୁରନ୍ତ କାମ କରାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)