Advertisment

Why Eyes Burning: ଆଖି ପୋଡୁଛି, କୁଣ୍ଡାଇ ହେଉଛି ଓ ଝାପ୍ସା ଦେଖା ଯାଉଛି କି ? କ’ଣ କହୁଛନ୍ତି ଚକ୍ଷୁ ବିଶେଷଜ୍ଞ

ମୋବାଇଲ, କମ୍ପ୍ୟୁଟର ଓ ଟାବଲେଟର ଅତ୍ୟଧିକ ବ୍ୟବହାର କରିବା ଦ୍ୱାରା ଆଖିରେ ଶୁଷ୍କତା ଓ ଜ୍ୱଳନ ଅନୁଭବ ହେବା ସହ ସହରମାନଙ୍କରେ ପ୍ରଦୂଷିତ ବାୟୁ ଯାନବାହାନ ଓ କଳକାରଖାନାରୁ ନିର୍ଗତ ଧୂଆଁ ଓ ବିଷାକ୍ତ ଗ୍ୟାସ ମଧ୍ୟ ଆଖି ସଂସ୍ପର୍ଶରେ ଆସିଲେ ଆଖି ଖରାପ ହୋଇଥାଏ ।

author-image
Chinmayee Sahoo
ଅଦ୍ୟତନ ହୋଇଛି
eyes

eyes

ଆପଣଙ୍କ ଆଖି କୁଣ୍ଡାଇ ହେଉଛି କି? ଶୁଖି ଯାଉଛି ଓ ପୋଡୁଛି ମଧ୍ୟ? ତାହାଲେ ଚିନ୍ତା କରନ୍ତୁ ନାହିଁ । ଏହି ସମସ୍ୟା ଦେଇ ଗତି କରୁଥିବା କେବଳ ଆପଣ ଏକା ନୁହଁନ୍ତି, ଆଖି ବିଶେଷଜ୍ଞମାନେ ଏହି ସମସ୍ୟା ଅନେକ ଲୋକଙ୍କ ମଧ୍ୟରେ ଦେଖୁଛନ୍ତି । ଜାଣିଛନ୍ତି କି ଆପଣ ଆଖିରେ ଜଳାପୋଡା ଅନୁଭବ କରିବାର ପ୍ରକୃତ କାରଣ କ’ଣ? 

Advertisment

ଅଧିକ ପଢନ୍ତୁ: କାମରେ ଧ୍ୟାନ କେନ୍ଦ୍ରୀଭୂତ ହେଉନାହିଁ ? ବାରମ୍ବାର ଭୁଲି ଯାଉଛନ୍ତି କି ? କ’ଣ ରହିଛି ଏହା ପଛର କାରଣ ଜାଣନ୍ତୁ

ଏନଆଇଓ ସୁପର ସ୍ପେଶିଆଲିଟି ହସ୍ପିଟାଲର ଚକ୍ଷୁ ବିଶେଷଜ୍ଞ ଡ଼ ଯୋଗେଶ ଚୌଗୁଲେଙ୍କ ମତରେ, ବିଗତ କିଛି ବର୍ଷ ହେବଏହି ସମସ୍ୟା ପ୍ରାୟତଃ ଦେଖା ଦେଉଛି । ଦିନକୁ ଦିନ ସ୍କ୍ରିନ ଉପରେ ଆମେ ଅଧିକ ନିର୍ଭରଶୀଳ ହେଉଛେ, ମୋବାଇଲ, କମ୍ପ୍ୟୁଟର ଓ ଟାବଲେଟରେ ଅଧିକ ସମୟ ବିତାଉଛେ । ଯାହାଫଳରେ ଆଖିରେ ପଲକ ପକାଇବା ମୁଖ୍ୟତଃ କମି ଯାଉଛି । ଏଥିରେ ଆଖିର ପୃଷ୍ଠରେ ଥିବା ଲୁହ ଫିଲ୍ମ ପ୍ରଭାବିତ ହୋଇଥାଏ । ଲୁହ ଫିଲ୍ମ ଆଖିକୁ ଧୂଳିରୁ ରକ୍ଷା କରିବା ପାଇଁ ଥିବା ତିନି-ସ୍ତରୀୟ ଆସ୍ତରଣ ଯାହା ଆଖିର ପୃଷ୍ଠକୁ ଆବରଣ କରିଥାଏ ଏବଂ ଏହା ଆଖିକୁ କୌଣସି କ୍ଷତିରୁ ରକ୍ଷା କରିବା ସହ ସ୍ପଷ୍ଟ ସ୍ପଷ୍ଟ ଦୃଷ୍ଟିକୁ ବଜାୟ ରଖେ । ଲୁହ ଫିଲ୍ମ ତିନୋଟି ସ୍ତରକୁ ନେଇ ଗଠିତ । ଭିତର ମ୍ୟୁକସ ସ୍ତର, ମଧ୍ୟରେ ଜଳୀୟ ସ୍ତର ଏବଂ ବାହ୍ୟ ଲିପିଡ୍ (ତୈଳ) ସ୍ତରକୁ ନେଇ ଗଠିତ ।

Advertisment

ଆଖି କମ ପଲକ ପକାଇବା ବା କମ୍ ମିଟିମିଟି କରିବା ଦ୍ୱାରା ଆଖି ଆବଶ୍ୟକୀୟ ଲୁବ୍ରିକେସନ (ଏହା ଏକ ପ୍ରକ୍ରିୟା ଯେଉଁଥିରେ ଲୁହ ଫିଲ୍ମ ଦ୍ୱାରା ଆଖିର ପୃଷ୍ଠକୁ ଆର୍ଦ୍ର ଓ ସୁରକ୍ଷିତ ରଖାଯାଇଥାଏ) ପାଇ ପାରେନାହିଁ । ଯାହା ଫଳରେ ଆଖିରେ ଶୁଷ୍କତା ଓ ଜ୍ୱଳନ ଅନୁଭବ ହୁଏ । ଏହାକୁ ଡିଜିଟାଲ ଆଇ ଷ୍ଟ୍ରେନ ବା କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମ ବୋଲି କୁହାଯାଉଛି, ଯାହା ବୟସ ବର୍ଗରେ ଏହା ଅତି ସାଧାରଣ । 

ଡିଜିଟାଲ ଆଇ ସିଣ୍ଡ୍ରୋମ ହେଉଛି ସ୍କ୍ରିନ ସହିତ ଜଡିତ ଆଖିରୋଗର ଅନେକ ପ୍ରକାର ଲକ୍ଷଣ, ସ୍କ୍ରିନ ଟାଇମ ବଢିବା ଦ୍ୱାରା ମୁଣ୍ଡ ବିନ୍ଧା, ଆଖିରେ ଅସହଜ ଅନୁଭବ କରିବା, ଆଖି ଶୁଖିଯିବା ଏବଂ କାନ୍ଧ ଓ ବେକ ବିନ୍ଧା ହେବା । 

ତେବେ ଆଖି ସମସ୍ୟାରେ କେବଳ ଯେ ସ୍କ୍ରିନ ଟାଇମ ଦାୟୀ, ତାହା ନୁହେଁ, ବରଂ ଆମେ ଯେଉଁ ସହରରେ ନିଶ୍ୱାସ ପ୍ରଶ୍ୱାସ ଗ୍ରହଣ କରୁଛେ, କେଉଁଠି ନା କେଉଁଠି ତାହା ମଧ୍ୟ ଆମ ଆଖିକୁ ପ୍ରଭାବିତ କରୁଛି । ବିଗତ କିଛି ବର୍ଷରେ ସହରମାନଙ୍କରେ ବାୟୁ ପ୍ରଦୂଷଣ ବଢୁଛି । ଭୂ-ପୃଷ୍ଠର ଧୂଳି କଣା, ଯାନବାହାନ ଓ କଳକାରଖାନାରୁ ନିର୍ଗତ ଧୂଆଁ ଓ ବିଷାକ୍ତ ଗ୍ୟାସ ମଧ୍ୟ ଆଖି ସମସ୍ୟାର ଅନ୍ୟ ଏକ କାରଣ । ଧୂଳିକଣା ପିଏମ ୨.୫ (ଧୂଳି କଣିକାର ଏକ ବର୍ଗ), ରାସାୟନିକ ପଦାର୍ଥ, ବାୟୁରେ ଥିବା ଆଲର୍ଜେନ ଭଳି ସୂକ୍ଷ୍ମ ଧୂଳିକଣା ଆଖିର ପୃଷ୍ଠକୁ ନଷ୍ଟ କରିଥାଏ । 

ଅଧିକ ପଢନ୍ତୁ: ଡିପ୍ରେସନରୁ ମୁକ୍ତି ଦେବ ‘ମ୍ୟାଜିକ୍ ଛତୁ’ର ଗୋଟିଏ ଡୋଜ୍ 

ସେହିପରି ଘର ଭିତରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏୟାର କଣ୍ଡିସନିଂରେ ରହିବା ଦ୍ୱାରା ଆଖିରେ ଶୁଷ୍କତା ଆସେ । ଦୀର୍ଘ ସମୟ ଧରି ଏଭଳି ଅବସ୍ଥାରେ କାମ କରିବା ଦ୍ୱାରା ଆଖିରେ ହାଲିଆପଣ ଆସେ ଓ ଯନ୍ତ୍ରଣା ଅନୁଭବ ହୁଏ । 

ତେଣୁ ଏଭଳି ଲକ୍ଷଣ ଦେଖାଗଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଯଦିଓ କିଛି କ୍ଷେତ୍ରରେ ଏହା ଅସ୍ଥାୟୀ ଭାବେ ହୋଇଥାଏ, କିନ୍ତୁ, ଡାକ୍ତରଙ୍କୁ ଦେଖାଇବା ଉଚିତ୍ । ଆଖିରେ ହାଲୁକା ଜ୍ୱଳନ ହେଲେ ତାହା ଲୁବ୍ରିକ୍ରେଟିଙ୍ଗ ଆଇ ଡ୍ରପ ଦ୍ୱାରା ଆଶ୍ୱସ୍ତି ମିଳି ପାରିବ । କିନ୍ତୁ ଯଦି, ଦୀର୍ଘ ସମୟ ପାଇଁ ଆଖିରେ ଝାପ୍ସା ଦେଖାଯିବା, ନାଲି ପଡିଯିବା, ଯନ୍ତ୍ରଣା ଅନୁଭବ ହେଉଛି, ତାହାଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ବୋଲି ଡ଼ ଜୟ କେଲକର କହିଛନ୍ତି । ସେ ବିନା ପ୍ରେସକ୍ରିପସନରେ ଔଷଧ ଗ୍ରହଣକାରୀଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି ଯେ, ଆମେ ଯେତେବେଳେ ବିନା ପ୍ରେସକ୍ରିପସନରେ ମେଡିସିନ୍ ଗ୍ରହଣ କରୁଛେ, ତାହା କିଛି ସମୟ ପାଇଁ ଭିତର ସମସ୍ୟାକୁ କମ୍ କରି ଦେଇପାରେ । କିନ୍ତୁ ଔଷଧର ପ୍ରଭାବ କମିଯିବା ପରେ ଏହା ଆଖି ସମସ୍ୟାକୁ ଆହୁରି ବେଶୀ କରିଥାଏ ।

କିପରି ନେବେ ଆଖିର ଯତ୍ନ?

ଆଖି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଡ଼ କେଲକର କିଛି ଅଭ୍ୟାସ ଅନୁସରଣ ପାଇଁ ପରାମର୍ଶ ଦେଇଛନ୍ତି ।

  • ଆପଣାନ୍ତୁ ୨୦-୨୦ ନିୟମ: ପ୍ରତି ୨୦ ମିନିଟରେ ୨୦ ସେକେଣ୍ଡ ପାଇଁ ୨୦ ଫୁଟ ଦୂରକୁ ଦେଖନ୍ତୁ ।
  • ପ୍ରଦୂଷିତ କିମ୍ବା ପବନ ହେଉଥିବା ସ୍ଥାନରେ ସୁରକ୍ଷାମୂଳକ ଚଷମା ପିନ୍ଧନ୍ତୁ ।
  • ଯଦି ଏୟାର କଣ୍ଡିସନିଂ ରୁମରେ ଅଛନ୍ତି, ତାହାଲେ କୋଠରୀରେ ଆର୍ଦ୍ରତା ବଜାୟ ରଖନ୍ତୁ । 
  • ହାଇଡ୍ରେଟେଡ ରୁହନ୍ତୁ, ସନ୍ତୁଳିତ ଖାଦ୍ୟ ଖାଆନ୍ତୁ, ସ୍କ୍ରିନ ବ୍ୟବହାର ସମୟରେ ନିୟମିତ ଆଖି ପିଛୁଳା ପକାନ୍ତୁ ବା ମିଟିମିଟି କରନ୍ତୁ ।
  • ଯଦି ଏସି କିମ୍ବା ସ୍କ୍ରିନ ସମୟ ବ୍ୟବହାର ହ୍ରାସ କରି ପାରିବେ ନାହିଁ, ତାହାଲେ ପ୍ରିଜରଭେଟିଭ (ସଂରକ୍ଷିତ) କୃତ୍ରିମ ଲୁହ ବ୍ୟବହାର କରନ୍ତୁ । 
  • ଆଖି ସମସ୍ୟାକୁ ରୋକିବା ଏବଂ ଆଖିକୁ ଦୀର୍ଘକାଳୀନ କ୍ଷତିରୁ ଦୂରେଇବା ପାଇଁ ବର୍ଷକୁ ଥରେ ଆଖି ପରୀକ୍ଷା କରନ୍ତୁ ।

ଅଧିକ ପଢନ୍ତୁ: ପରିଣତ ବୟସରେ କ୍ୟାନସରକୁ ହରାଇଲେ, ଜୀବନରେ ଆଣିଲେ ଏହି ସବୁ ପରିବର୍ତ୍ତନ

Eye Disease
Advertisment
Advertisment