/odishatv-khabar/media/post_attachments/uploadimage/library/16_9/16_9_0/IMAGE_1755594916.jpg)
SELF-IMMOLATION-&-BURN-INJURY-TYPES
ମଣିଷ ଶରୀରର କେତେ ଭାଗ ଜଳିଗଲେ ବଂଚିବା ଅସମ୍ଭବ, କିପରି ହିସାବ ହୁଏ ପୋଡ଼ାଜଳାର ପ୍ରତିଶତ, ଜଳାପୋଡ଼ାକୁ କେତେ ଭାଗରେ ବିଭକ୍ତ କରେ ଡାକ୍ତରୀ ବିଦ୍ୟା, ଏସବୁ ପ୍ରଶ୍ନ ମନକୁ ଆସିବା ସ୍ୱାଭାବିକ । ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇ ଏମ୍ସ ଭୁବନେଶ୍ୱରର ବର୍ଣ୍ଣ ଓ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗୀୟ ମୁଖ୍ୟ, ଡାକ୍ତର ସଂଜୟ କୁମାର ଗିରି ରାଉତ କହିଛନ୍ତି ଯେ, ମଣିଷ ଶରୀରର ଜଳାପୋଡ଼ାକୁ ମୁଖ୍ୟତଃ ତିନୋଟି ଭାଗରେ ବିଭକ୍ତ କରାଯାଇଛି । ଫାର୍ଷ୍ଟ ଡିଗ୍ରୀ, ସେକେଣ୍ଡ୍ ଡିଗ୍ରୀ ଓ ଥାର୍ଡ ଡିଗ୍ରୀ । ତେବେ ଫାର୍ଷ୍ଟ ଡିଗ୍ରୀରେ ସନ ବର୍ଣ୍ଣ୍ ଅବା ଗରମପାଣି ଓ ମହମବତୀ ଦ୍ୱାରା କେବଳ ଚର୍ମର ଉପର ଭାଗ ପ୍ରଭାବିତ ହୋଇଥାଏ ।
ସେକେଣ୍ଡ ଡିଗ୍ରୀରେ ଚର୍ମର ଦ୍ୱିତୀୟ ଲେୟାର ପ୍ରଭାବିତ ହୋଇଥାଏ ଏବଂ ଥାର୍ଡ ଡିଗ୍ରୀରେ ସାଂଘାତିକ ଭାବେ ଚର୍ମର ଭିତର ପାର୍ଶ୍ୱ ସମେତ କିଛି ଅଙ୍ଗପ୍ରତ୍ୟଙ୍ଗ ଓ ଟିସ୍ୟୁ ମଧ୍ୟ ପ୍ରଭାବିତ ହୋଇଥାଏ । ତେଣୁ ଆତ୍ମଦାହ ଅବା ପେଟ୍ରୋଲ ଡିଜେଲ୍ ଭଳି ପଦାର୍ଥରେ ଜଳାପୋଡ଼ାକୁ ଥାର୍ଡ ଡିଗ୍ରୀରେ ଅନ୍ତର୍ଭୁକ୍ତ କରେ ଡାକ୍ତରୀ ବିଦ୍ୟା । ଏହାବାଦ୍ ଅତି ଗୁରୁତର କେସ୍ ଏବେ ଫୋର୍ଥ ଡିଗ୍ରୀ ବର୍ଣ୍ଣ ଭାବେ ଉଭା ହେଲାଣି ।
ସେହିପରି ପ୍ରକାର ଭେଦ ଅନୁସାରେ ମଧ୍ୟ ଜଳାପୋଡ଼ାକୁ ମୁଖ୍ୟତଃ ତିନୋଟି ଭାଗରେ ବିଭକ୍ତ କରାଯାଇଛି । ଥର୍ମାଲ୍ ବର୍ଣ୍ଣ, ଇଲେକ୍ଟ୍ରିକାଲ୍ ବର୍ଣ୍ଣ ଏବଂ ଛୋଟ ପିଲାଙ୍କ ଠାରେ ଦେଖାଦେଉଥିବା ସ୍କାଲ୍ଡ୍ସ୍ ବର୍ଣ୍ଣ ଯାହା ଗରମ ପଦାର୍ଥ ଅବା କ୍ଷୀର ପଡ଼ିବା ଦ୍ୱାରା ଦେଖାଦେଇଥାଏ । ତେବେ ଥର୍ମାଲ୍ ବର୍ଣ୍ଣ ଓ ଇଲେକ୍ଟ୍ରିକାଲ୍ ବର୍ଣ୍ଣକୁ ଥାର୍ଡ ଡିଗ୍ରୀ ବିଭାଗରେ ଅନ୍ତର୍ଭୁକ୍ତ କରାଯାଇଥାଏ, ଯେଉଁଥିରେ ରୋଗୀର କଣ୍ଡିସନ୍ ଗୁରୁତର ଅଛି ବୋଲି ଧରିନିଆଯାଏ ।
ୱାଲେସ୍ ରୁଲ୍ ଅଫ୍ ନାଇନ୍ସ ଅନୁସାରେ ଶରୀରର ସମ୍ମୁଖ ଓ ପଛପାଖର ୧୧ଟି ଭାଗକୁ ୯ ପ୍ରତିଶତ ଲେଖାଏଁ ମୋଟ ୯୯ ପ୍ରତିଶତ ଏବଂ ପେରିନିୟମ୍ ବା ମଣିଷର ପ୍ରାଇଭେଟ୍ ପାର୍ଟକୁ ୧ ପ୍ରତିଶତ ଭାବେ ହିସାବ କରି ସମୁଦାୟ ୧୦୦ ପ୍ରତିଶତ ବୋଲି ବିବେଚନା କରାଯାଏ । ଯେତେବେଳେ କୌଣସି ବ୍ୟକ୍ତି ପୋଡ଼ି ଯାଆନ୍ତି, ଏହି ନିୟମ ଆଧାରରେ ଡାକ୍ତର ପୋଡ଼ାଜଳାର ହାରାହାରି ପ୍ରତିଶତ ନିର୍ଣ୍ଣୟ କରନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)