• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଶରରୀରେ ଓଜନ ବୃଦ୍ଧି କରାଏ କ୍ଷୀର ଏବଂ ମହୁ

  • ବାର୍ଲି ଖାଇଲେ ବଢିଥାଏ ଓଜନ

  • କିସମିସ୍ ଖାଇଲେ ବଢଇଥାଏ ଓଜନ

ସ୍ୱାସ୍ଥ୍ୟ ହିଁ ସଂପଦ । ଶରୀରରରେ ଖାଦ୍ୟର ସନ୍ତୁଳନ ଠିକ୍ ରହିଲେ ଓଜନ ଠିକ୍ ରହିଥାଏ । ଓଜନ କମାଇବା ଯେତିକି କଷ୍ଟ, ଓଜନ ବଢାଇବା ମଧ୍ୟ କିଛି ଲୋକଙ୍କ ପାଇଁ ସମାନ କଷ୍ଟ । ଆଜି ଆମେ ଜାଣିବା କେଉଁ କେଉଁ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଓଜନ ବୃଦ୍ଧି ପାଇଥାଏ ।

ଓଜନ ବୃଦ୍ଧି ପାଇଁ ଆବଶ୍ୟକୀୟ ଖାଦ୍ୟ:

  • କ୍ଷୀର ଏବଂ ମହୁ ଖାଇବା ଦ୍ୱାରା ଶରରୀରେ ଓଜନ ବୃଦ୍ଧି ପାଇଥାଏ । ପ୍ରତିଦିନ କ୍ଷୀର ସହିତ ମହୁ ପିଇବା ଦ୍ୱାରା ଆପଣଙ୍କର ଶୀଘ୍ର ଓଜନ ବଢଇଥାଏ ।
  • ଡ୍ରାଏ ଫ୍ରୁଟ୍ସ ଓଜନ ବଢାଇବାରେ ବହୁତ ସାହାଯ୍ୟ କରିଥାଏ । କ୍ଷୀରରେ ୩-୪ଟି ବାଦାମ, କାଜୁ କିମ୍ବା ଅନ୍ୟାନ୍ୟ ଡ୍ରାଏ ଫ୍ରୁଟ୍ସ ମିଶାଇ ଏହାକୁ ପ୍ରତିଦିନ କ୍ଷୀର ସହିତ ପିଇଲେ ଓଜନ ବୃଦ୍ଧି ପାଇଥାଏ ।
  • ବିନ୍ସ ଓଜନ ବଢାଇବାରେ ସାହାଯ୍ୟ କରିଥାଏ । ବିନ୍ସରେ ଭିଟାମିନ୍ ଏବଂ ମିନେରାଲ୍ସ ଭରପୂର ଅଟେ, ଯାହା ଓଜନ ବଢାଇବାରେ ସାହାଯ୍ୟ କରିଥାଏ ।
  • କ୍ଷୀର ଏବଂ ଓଟସ୍ ମଧ୍ୟ ଓଜନ ବଢାଇବାରେ ସାହାଯ୍ୟ କରେ । ଜଳଖିଆ ପାଇଁ ପ୍ରତିଦିନ କ୍ଷୀର ସହିତ ଓଟସ୍ ଖାଇବା ଦ୍ୱାରା ଓଜନ ବଢିଥାଏ ।
  • କିସମିସ୍ ମଧ୍ୟ ଓଜନ ବଢାଇଥାଏ । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ୧୦ ଗ୍ରାମ କିସମିସ୍ ପକାଇ ଫୁଟାଇ ପିଅନ୍ତୁ । ଏହା ଓଜନ ବଢାଇବାରେ ସାହାଯ୍ୟ କରିଥାଏ ।
  • ସୋୟାବିନ୍ ଖାଇବା ଦ୍ୱାରା ଓଜନ ବଢିଯାଏ । ସୋୟାବିନରେ ପ୍ରୋଟିନ୍ ଭରପୂର ରହିଥାଏ, ଯେଉଁଥିପାଇଁ ଶରୀର ଶକ୍ତିଶାଳୀ ହୁଏ ଏବଂ ଓଜନ ମଧ୍ୟ ବଢିଥାଏ ।
  • ବାର୍ଲି ଖାଇଲେ ମଧ୍ୟ ଓଜନ ବଢିଥାଏ । ବାର୍ଲିକୁ ଭିଜାଇ କ୍ଷୀରରେ ମିଶାଇ ଖିରି ପ୍ରସ୍ତୁତ କରନ୍ତୁ । ସେଥିରେ ଡ୍ରାଏ ଫ୍ରୁଟ୍ସ ପକାଇ ପ୍ରତିଦିନ ଖାଆନ୍ତୁ । ଏହିଭଳି ନିୟମିତ ଖାଇବା ଦ୍ୱାରା ଶରୀରର ଓଜନ ବୃଦ୍ଧି ପାଇଥାଏ ।
  • ଓଜନ ବଢାଇବା ପାଇଁ ପିନଟ୍ ଓ ବଟର ଏକ ସୁସ୍ଥ ବିକଳ୍ପ ଅଟେ । ପିନଟ୍ ଓ ବଟରରେ ପୋଷକ ତତ୍ତ୍ୱ ଭରପୂର ରହିଥାଏ । ଏହାକୁ ଖାଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ ।
  • ମିଶ୍ରି ଓ ବାଦାମ ଖାଇବା ଦ୍ୱାରା ଶରୀରରେ ଓଜନ ବୃଦ୍ଧି ହୋଇଥାଏ । ପ୍ରତିଦିନ ସକାଳୁ ମିଶ୍ରି ଓ ବତୁରା ହୋଇଥିବା ବାଦାମ ଖାଇଲେ ଶରୀରେ ଓଜନ ବୃଦ୍ଧି ପାଇଥାଏ ।

  • କଦଳୀ ଓଜନ ବଢାଇବାରେ ସାହାଯ୍ୟ କରେ, ପ୍ରତିଦିନ ଅତି କମରେ ୩-୪ଟି କଦଳୀ ଖାଇବା ଦ୍ୱାରା ଶରୀରରେ ଓଜନ ବୃଦ୍ଧି ପାଇଥାଏ । କଦଳୀ ପୁଷ୍ଟିକର ଗୁଣରେ ପରିପୂର୍ଣ୍ଣ ରହିଥାଏ ଯାହା ଓଜନ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।