• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚିନ୍ତା ବଢ଼ାଉଛି ମେଦବହୁଳତା । ପ୍ରାୟ ଲୋକ ବର୍ତ୍ତମାନ ସମୟରେ ମେଦବହୁଳତାର ଶିକାର ହେଉଛନ୍ତି । ନିଜର ବଢ଼ୁଥିବା ଓଜନକୁ ନେଇ ଚିନ୍ତାରେ ରହିବା ସହ ଡାଏଟିଂ ମଧ୍ୟ କରୁଛନ୍ତି । ବହୁ ଲୋକ ଓଜନ କମାଇବା ଓ ନିଜର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ରଖୁଥିବା ଦେଖିବାକୁ ମିଳିଛି ।

ଓଜନ ହ୍ରାସ କରିବାକୁ ଚାହୁଁଥିଲେ ନିୟମିତ ବ୍ୟାୟାମ କରନ୍ତୁ । ଖାଦ୍ୟ ପ୍ରତି ସବୁ ସମୟରେ ଧ୍ୟାନ ଦେବା ଆବଶ୍ୟକ । ତେବେ ଆପଣ କିପରି ଓଜନ ହ୍ରାସ କରିବେ ? ଓଜନ ହ୍ରାସ କରିବାକୁ ହେଲେ କେଉଁ ଭୁଲ୍ କରିବେ ନାହିଁ ଆସନ୍ତୁ ଜାଣିବା...

ଏନେଇ ନ୍ୟୁଟ୍ରିଟିଓନୋଲିଷ୍ଟ ରୁଜୁତା ଦିୱାକର ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଭିଡିଓରେ ମୋଟାପଣ କମାଇବାକୁ ହେଲେ, କ’ଣ ନକରିବା ଉଚିତ ସେନେଇ ଟିପ୍ସ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ଆପଣଙ୍କ ଓଜନ ବଢ଼ିଯାଉଛି କି...ଖାଦ୍ୟରେ ସାମିଲ୍ କରନ୍ତୁ କଖାରୁ ମଞ୍ଜି ଆଉ ରେଜଲ୍ଟ ଦେଖନ୍ତୁ

ଉପବାସ ରୁହନ୍ତୁ ନାହିଁ

ନ୍ୟୁଟ୍ରିଟିଓନୋଲିଷ୍ଟ ରୁଜୁତା ଦିୱାକରଙ୍କ କହିବା ଅନୁସାରେ ଓଜନ କମାଇବାକୁ ହେଲେ ଅନେକ ଲୋକ କମ୍ ଖାଦ୍ୟ ଖାଇବାକୁ ପସନ୍ଦ କରିଥାଆନ୍ତି । ଯାହାକି ବିଲକୁଲ୍ ଠିକ୍ ନୁହେଁ । ଭୋକିଲା ସମୟରେ ଉପବାସ ରୁହନ୍ତୁ ନାହିଁ । ଖାଦ୍ୟ ପ୍ରତି ଧ୍ୟାନ ଦେବା ସହ ଠିକ୍ ସମୟରେ ଖାଦ୍ୟ ଖାଇବାକୁ ବିଶେଷଜ୍ଞ କହିଛନ୍ତି ।

ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ

ଯେଉଁ ଉପାୟରେ ଆପଣଙ୍କ ଓଜନ କମୁଛି, ତାହା କରନ୍ତୁ । କିନ୍ତୁ ଓଜନ ହ୍ରାସ ପାଇବା ପରେ ଯଦି ଆପଣ ସୁସ୍ଥ ଥିବା ଅନୁଭବ କରୁଛନ୍ତି, ତେବେ ଆପଣ ଠିକ୍ ଉପାୟରେ ଓଜନ ହ୍ରାସ କରୁଛନ୍ତି ବୋଲି ବୁଝିବାକୁ ହେବ । ଯଦି ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍ ଲାଗୁ ନାହିଁ ତେବେ ତାହା କରନ୍ତୁ ନାହିଁ ବୋଲି ରୁଜୁତା କହିଛନ୍ତି ।

ମୋଟାପଣକୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ

କେବେ ବି ଆପଣଙ୍କ ପୂର୍ବର ଓଜନକୁ ମନେପକାଇ ବିଚଳିତ ହୁଅନ୍ତୁ ନାହିଁ । କି ବର୍ତ୍ତମାନର ମୋଟାପଣକୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ । ସୋସିଆଲ ମିଡିଆରେ ପୋଷ୍ଟ କରାଯାଉଥିବା ସମସ୍ତ କଥା ସଫଳତା ଦିଏନାହିଁ । କାରଣ ସମସ୍ତଙ୍କ ଜୀବନ ଶୈଳୀ ସମାନ ନୁହେଁ । ଅର୍ଥାତ୍ ଏକାପରି ହୋଇନଥାଏ ।

ସଠିକ୍ ନିଦ୍ରା ଯାଆନ୍ତୁ

ଆବଶ୍ୟକ ଠାରୁ ଅଧିକ କିମ୍ବା କମ୍ ଶୋଇବା ଜମା ବି ଠିକ୍ ନୁହେଁ । ସ୍ୱାସ୍ଥ୍ୟର ଯତ୍ନ ନେବାକୁ ହେଲେ ଠିକ୍ ସମୟରେ ଶୋଇବା ଜରୁରୀ । ଆପଣଙ୍କ ନିଦ ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକତା ରହିଛି ।

ଅଧିକ ବ୍ୟାୟାମ ସ୍ୱାସ୍ଥ୍ୟ ପାଇଁ ଠିକ୍ ନୁହେଁ

ତାହାସହ ଓଜନ କମାଇବାକୁ ହେଲେ ବ୍ୟାୟାମର ଆବଶ୍ୟକତା ରହିଛି । ହେଲେ ଆବଶ୍ୟକତା ଠାରୁ ବେଶି ବ୍ୟାୟାମ କରିବା ଠିକ୍ ନୁହେଁ । ଯାହା ଶରୀର ଉପରେ କୁପ୍ରଭାବ ପକାଇଥାଏ ବୋଲି କୁହାଯାଇଛି ।