• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କ୍ୟାନ୍‌ସରକୁ କେମିତି ଦେବେ ମାତ୍‌ ? କିପରି କ୍ୟାନ୍ସର କବଳରୁ ଆପଣ ପାଇବେ ମୁକ୍ତି ? ଏନେଇ ବିଶେଷଜ୍ଞମାନେ ଅନୁଧ୍ୟାନ କରୁଛନ୍ତି । କ୍ୟାନ୍‌ସର ପରି ମାରାତ୍ମକ ରୋଗ କବଳରୁ କିପରି ବର୍ତ୍ତି ହେବ ସେନେଇ ଅନୁଧ୍ୟାନ ଜାରି ରହିଛି । ଏହାକୁ ନେଇ ବିଶେଷଜ୍ଞ ମାନେ ନିଜର ପ୍ରତିକ୍ରିୟା ରଖିଛନ୍ତି ।

A*STAR.Singapore Immunology Networkର ସଦସ୍ୟମାନେ ବିଭନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି । ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ନିଉଟ୍ରୋଫିଲ୍ ହେଉଛି ଧଳା ରକ୍ତ କଣିକା । ଯାହାକି ପରିବର୍ତ୍ତନଶୀଳ । ପୂର୍ବ ତଥ୍ୟ ଅନୁସାରେ ନିଉଟ୍ରୋଫିଲ୍ ଟ୍ୟୁମର ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ତା’ସହ ନିଉଟ୍ରୋଫିଲ୍ କର୍କଟ ରୋଗୀଙ୍କ କ୍ଷେତ୍ରରେ ମଧ୍ୟ ବିପଦ ଆଣିଦିଏ ।

ବୈଜ୍ଞାନମାନେ କର୍କଟ ରୋଗକୁ ନେଇ ଆହୁରି ତଥ୍ୟ ପ୍ରଦାନ କରିଛନ୍ତି । ନୂତନ ରିସର୍ଚ୍ଚରେ ଏହି ଟିମ୍ ଶରୀରର ଅନ୍ୟ ଅଂଶରେ ଥିବା ସାଧାରଣ ନିଉଟ୍ରୋଫିଲରୁ ଟ୍ୟୁମର-ପ୍ରୋତ୍ସାହନକାରୀ ନିଉଟ୍ରୋଫିଲକୁ ସଠିକ୍ ଭାବରେ ପୃଥକ କରିବାର ଉପାୟ ଆବିଷ୍କାର କରିଛନ୍ତି ।

ବୈଜ୍ଞାନିକମାନେ ଅଗ୍ନାଶୟ କର୍କଟ ରୋଗର ଏକ ପ୍ରି-କ୍ଲିନିକାଲ୍ ମଡେଲ୍ ବ୍ୟବହାର କରି ବିଭିନ୍ନ ପ୍ରକାରର ନିଉଟ୍ରୋଫିଲ୍ ଟ୍ୟୁମରକୁ ସ୍ଥାନାନ୍ତରିତ ହେବା ଉପରେ ରିସର୍ଚ୍ଚ କରିଛନ୍ତି । ଯେପରିକି ବିଭିନ୍ନ ପ୍ରକାରର ନିଉଟ୍ରୋଫିଲ୍ କିପରି ନୂତନ ଭାବେ କାର୍ଯ୍ୟ କରିବ ସେ ପ୍ରତି ଧ୍ୟାନ ଦେଇଛନ୍ତି ।

ବୈଜ୍ଞାନିକଙ୍କ ରିସର୍ଚ୍ଚରେ ଅହୁରି କୁହାଯାଇଛି ଯେ, ନିଉଟ୍ରୋଫିଲ୍ଗୁଡ଼ିକ ଟ୍ୟୁମରର ନୂତନ ରକ୍ତଭଣ୍ଡାର ଗଠନ କରିଥାଏ । ଅମ୍ଳଜାନ ଏବଂ ପୁଷ୍ଟିକର ସୀମାକୁ ଦୂର କରି ଟ୍ୟୁମରକୁ ବଢ଼ାଇବାରେ ସାହାଯ୍ୟ କରିଥାଏ ।

ସେହିପରି ବୈଜ୍ଞାନିକମାନେ ଆହୁରି ସୂଚନା ଦେଇଛନ୍ତି ଯେ, ଏହି ରିସର୍ଚ୍ଚରେ, ଆମେ ଆମର ପୂର୍ବ ତଥ୍ୟ ଗୁଡ଼ିକୁ ବିସ୍ତାର କରିଥିଲୁ । ନିଉଟ୍ରୋଫିଲ୍ ଉପରେ ଅନୁଧ୍ୟାନ କରାଯାଇଛି । କର୍କଟ ରୋଗର ଚିକିତ୍ସା ବିକଳ୍ପରେ ଏହା ଉନ୍ନତି ଆଣିବ ବୋଲି ଡଃ. ମେଲିସା ନାଗ କହିଛନ୍ତି ।