/odishatv-khabar/media/post_attachments/uploadimage/library/16_9/16_9_0/plum_1630131551.jpg)
plum
ସ୍ୱାସ୍ଥ୍ୟ ହିଁ ସଂପଦ । ଶରୀରର ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ଫଳ ଓ ପନିପରିବା ଖାଇବା ନିହାତି ଆବଶ୍ୟକ ଅଟେ । ସେଥିମଧ୍ୟରୁ ପ୍ଲମ୍ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ପ୍ଲମ୍ ରେ ଅନେକ ପୋଷକତତ୍ତ୍ୱ ରହିଛି । ପ୍ଲମ୍ ରେ ଥିବା ଭିଟାମିନ-ସି ଆମ ଶରୀରକୁ ସୁସ୍ଥ ରଖିବା ସହ ମାଂସପେଶୀରେ ରକ୍ତ ଗଠନ କରିବାରେ ସାହାଯ୍ୟ କରେ । ତେବେ ଚାଲନ୍ତୁ ଜାଣିବା ପ୍ଲମ୍ ଶରୀରର ପାଇଁ କେତେ ଲାଭଦାୟକ ।
Advertisment
- ପ୍ଲମରେ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀରରେ କ୍ୟାନ୍ସର କୋଷକୁ ବଢିବାକୁ ଦେଇନଥାଏ । ଏଥିରେ ବିଟା-କାରୋଟିନ୍ ଥାଏ, ଯାହା କ୍ୟାନ୍ସର ରୋଗକୁ ରୋକିବାରେ ସାହାଯ୍ୟ କରିଥାଏ । ବିଶେଷ ଭାବରେ ଏହା ଫୁସଫୁସ୍ ଏବଂ ପାଟି କ୍ୟାନ୍ସରରୁ ରକ୍ଷା କରିଥାଏ।
- ପ୍ଲମରେ ଏପରି ଉପାଦାନ ଥାଏ, ଯାହା ବ୍ଲଡ୍ ସୁଗାର ଲେଭଲକୁ ନିୟନ୍ତ୍ରଣ କରିଥାଏ । ଏହାକୁ ଖାଇବା ଦ୍ୱାରା କିଛି ହରମୋନ୍ ମୁକ୍ତ ହୋଇଥାଏ, ଯାହା ତୁରନ୍ତ ବ୍ଲଡ୍ ସୁଗାରକୁ ନିୟନ୍ତ୍ରଣ କରିଥାଏ ।
- ପ୍ଲମରେ ଆଣ୍ଟିଅକ୍ସିଡାଣ୍ଟ ଗୁଡିକ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଅନେକ ରୋଗ ଠାରୁ ଦୂରେଇ ରଖିଥାଏ । ଏହା ଶରୀରରେ ଯେକୌଣସି ପ୍ରକାରର ପ୍ରବାହକୁ ଦୂର କରିଥାଏ ଏବଂ ଫ୍ରି ରେଡିକାଲ୍ ଦ୍ୱାରା ସୃଷ୍ଟି ହୋଇଥିବା କ୍ଷତିଗ୍ରସ୍ତ କୋଷଗୁଡ଼ିକୁ ସୁସ୍ଥ କରିଥାଏ।
- ପ୍ଲମ୍ ହାଡକୁ ମଧ୍ୟ ଶକ୍ତିଶାଳୀ କରିଥାଏ, କାରଣ ଏଥିରେ ପଲିଫେନୋଲ୍ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ।
- ଏହାଛଡ଼ା ପ୍ଲମ୍ ହୃଦ୍ ରୋଗ ଏବଂ ମଧୁମେହକୁ ରୋଗକୁ ରୋକିବାରେ ସାହାଯ୍ୟ କରିଥାଏ ।
- ଓଜନ ହ୍ରାସ କରାଏ ପ୍ଲମ୍ । ପ୍ଲମରେ ସୁପରକ୍ସାଇଡ୍ ଥାଏ, ଯାହା ଶରୀରର ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ । ତେଣୁ ପ୍ରତିଦିନ ପ୍ଲମ୍ ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ ।
- କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ ପ୍ଲମ୍ । ଏହାକୁ ପ୍ରତିଦିନ ସେବନ କଲେ କୋଷ୍ଠକାଠିନ୍ୟରୁ ମୁକ୍ତି ମିଳିଥାଏ ।
- ପ୍ଲମ୍ ରେ ରହିଛି ପଟାସିୟମ ଯାହା ଶରୀରର ଉଚ୍ଚ ରକ୍ତଚାପ ଓ ହାର୍ଟ ଷ୍ଟ୍ରୋକୁ ରୋକିବାରେ ସାହାଯ୍ୟ କରେ ।
- ପ୍ଲମ୍ ରେ ରହିଛି ଆଣ୍ଟିଅକ୍ସିଡାଣ୍ଟ । ଯାହା ଶରୀରରେ ଚିନ୍ତା ବା ଚାପକୁ ଦୂର କରିଥାଏ। ଯେତେବେଳେ ଶରୀରରେ ଆଣ୍ଟିଅକ୍ସିଡାଣ୍ଟ କମ୍ ଥାଏ, ସେତେବେଳେ ମାନସିକ ଚିନ୍ତା ଅଧିକ ହୋଇପାରେ, ତେଣୁ ପ୍ରତିଦିନ ପ୍ଲମ୍ ର ସେବନ ଦ୍ୱାରା ଶରୀରରେ ଚାପ କମ୍ ହୋଇଥାଏ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)