Healthy Diet
ଓଜନ ବଢିଗଲେ ଚିନ୍ତାରେ ପଡିଯାଏ ବ୍ୟକ୍ତି । ଆଉ ଆରମ୍ଭ କରେ ଡାଏଟିଂ । ଡାଏଟ୍ ଚାଟ୍ ପରିବର୍ତ୍ତନରୁ ନେଇ ମର୍ଣ୍ଣିଂ ୱାକ୍ ଓ ଏକ୍ସରସାଇଜ ଭଳି କେତେ କ'ଣ କରିବାକୁ ପଡେ । ହେଲେ ଏସବୁ ବ୍ୟତୀତ ବି କିଛି ଉପାୟ ଅଛି ଯାହାଦ୍ୱାରା ଆପଣ ସହଜରେ ଓଜନ କମାଇପାରିବେ । ଜଳଖିଆରେ ଆପଣ ଯଦି କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ସାମିଲ କରନ୍ତି ତାହେଲେ ଆପଣଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ରେଜଲ୍ଟ ମିଳିବ । ଏହି ଜଳଖିଆ ଯେତିକି ପୃଷ୍ଟିକର ସେତିକି ସ୍ୱାଦିଷ୍ଟ । ଏହାକୁ ଖାଇଲେ ଓଜନ କମିବ ସତ, କିନ୍ତୁ ଶରୀରର ଶକ୍ତି ବୃଦ୍ଧି ହେବ ।
ସକାଳୁ ଜଳଖିଆରେ ଅଣ୍ଡା, ଗ୍ରୀକ୍ ୟୋଗର୍ଟ କିମ୍ବା ପନିର ଭଳି ଖାଦ୍ୟ ଗ୍ରହଣ କଲେ ଏହା ବହୁ ସମୟ ପର୍ଯ୍ୟନ୍ତ ଶରୀରକୁ ଶକ୍ତି ଯୋଗାଏ । ଯାହାଦ୍ୱାରା ଥକ୍କାପଣ ଅନୁଭୂତ ହୁଏ ନାହିଁ । ସେହିପରି ଫାଇବରରେ ଭରପୂର ଖାଦ୍ୟ ଯେପିରିକି ଓଟ୍ସ, ତାଜା ଫଳ ଆଦି ଖାଇବା ଦ୍ୱାରା ମଧ୍ୟ ବହୁ ସମୟ ଧରି ଭୋକ ହୁଏ ନାହିଁ । କାରଣ ପେଟ ଭରପୂର ରହେ ।
ଏହାସହ ଜଳଖିଆରେ ହେଲଦି ଫ୍ୟାଟ୍ସ ନେବାକୁ ଭୁଲିବେନି । ବ୍ରେକ୍ଫାଷ୍ଟରେ ବାଦାମ, ଲହୁଣୀ, ଆଦି ସାମିଲ କରିବା ଦ୍ୱାରା ଏଥିରୁ କ୍ୟାଲୋରୀ ମିଳିଥାଏ । ଏସବୁ ଖାଦ୍ୟ ବହୁ ସମୟ ଧରି ଶରୀରକୁ ଶକ୍ତି ଯୋଗାଇବା ସହ ଫ୍ୟାଟ୍ ବର୍ଣ୍ଣ୍ କରିବାରେ ସହାୟକ ହୁଏ । ଫଳରେ ଓଜନ ହ୍ରାସ ପାଏ । ତେବେ ଡାଏଟିସିଆନଙ୍କ କହିବା କଥା, ଓଜନ କମାଇବା ପାଇଁ କମ୍ ଖାଇବା ଜରୁରୀ ନୁହେଁ, ବରଂ ହେଲ୍ଦି ଖାଦ୍ୟ ଖାଇବା ଜରୁରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)