/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743607338.jpg)
Rising Cancer Cases
ଫସଲରେ ଅଧିକ କୀଟନାଶକ ଓ ରାସାୟନିକ ସାରର ପ୍ରୟୋଗ ଡାକୁଛି କ୍ୟାନସର ବ୍ୟାଧି। ବିଶେଷ କରି ବଲାଙ୍ଗିର ଓ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ଏହି କାରଣରୁ ବଢ଼ିଚାଲିଛି କର୍କଟ ରୋଗୀଙ୍କ ସଂଖ୍ୟା। ତେଣୁ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଜୈବିକ ଚାଷକୁ ପ୍ରୋତ୍ସାହିତ କରିବାକୁ ବଳଭଦ୍ର ଜୈବିକ ମିଶନ୍ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ବ ଦେଉଥିବା ବିଧାନସଭାରେ ସୂଚନା ଦେଇଛନ୍ତି ମନ୍ତ୍ରୀ।...
ଫସଲରେ ହେଉଛି ଅତ୍ୟଧିକ କୀଟନାଶକ ବ୍ୟବହାର । ଅଧିକ ଉତ୍ପାଦନ ଆଶାରେ ରସାୟନିକ ସାର ପ୍ରୟୋଗ କରୁଛି ଚାଷୀ । ଆଉ ଏଥିଯୋଗୁଁ ରାଜ୍ୟରେ ହୁ ହୁ ବଢୁଛି କ୍ୟାନସର ଭଳି ମାରାତ୍ମକ ରୋଗ। ଦିନକୁ ଦିନ ଚାଷରେ ଅଧିକ ମାତ୍ରାରେ କୀଟନାଶକ ବ୍ୟବହାରକୁ ନେଇ ବିଧାନସଭାରେ ଉଦବେଗ। ରାଜ୍ୟର ଚାଷୀମାନେ ପାରମ୍ପରିକ ଜୈବିକ ଚାଷରୁ ମୁହଁ ଫେରାଉ ଥିବାକୁ ଚିନ୍ତା ପ୍ରକାଶ କରିଛନ୍ତି ବିଧାୟକମାନେ। ସେପଟେ ରାଜ୍ୟରେ ଚାଷୀଙ୍କୁ ସଚେତନ କରିବା ସହ ଜୈବିକ ଚାଷ କରିବାକୁ ପ୍ରୋତ୍ସାହିତ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ।
ଅଧିକ ପଢ଼ନ୍ତୁ : ହୃଦଘାତର ଆଗୁଆ ସୂଚନା ଦେଇଥାଏ ଏହି ୧୦ ଲକ୍ଷଣ, ଆଜି ହିଁ ହେଇଯାଆନ୍ତୁ ସତର୍କ
ବିଧାନସଭାରେ ମନ୍ତ୍ରୀ ଦେଇଥିବା ଉତ୍ତର ଅନୁସାରେ ଅଧିକ ପରିମାଣରେ କୀଟନାଶକ ଏବଂ ରାସାୟନିକ ସାରର ବ୍ୟବହାର କାରଣରୁ ବଲାଙ୍ଗୀର ଏବଂ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ କର୍କଟ ରୋଗୀଙ୍କ ସଂଖ୍ୟା ବଢୁଛି। ବିଶେଷ କରି ବରଗଡ ଜିଲ୍ଲା ପାଲଟିଛି କର୍କଟ ରୋଗୀଙ୍କ ହବ୍। ଜିଲ୍ଲାରେ ପ୍ରତିବର୍ଷ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଚାଲିଛି। ଏକ ତଥ୍ୟ ଅନୁସାରେ, ୨୦୨୧ରୁ ୨୦୨୩ ପର୍ଯ୍ୟନ୍ତ ଦୁଇ ବର୍ଷରେ ପଶ୍ଚିମ ଓଡ଼ିଶାରେ ହାରାହାରି ୨୨ ହଜାର ନୂଆ କ୍ୟାନସର ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୬ ହଜାର ରୋଗୀ କେବଳ ବରଗଡ଼ ଜିଲ୍ଲାର ବୋଲି ଜଣାପଡିଛି। ସେପଟେ ଜୈବିକ ଚାଷ ପ୍ରତି ଚାଷୀଙ୍କୁ ଆକୃଷ୍ଟ କରିବା ଲାଗି ଅଧିକ ଗବେଷଣାର ଆବଶ୍ୟକ ଥିବା ମତ ପ୍ରକାଶ ପାଇଛି।
ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାର ଚାଷୀମାନେ ଯେଉଁ କୀଟନାଶକ ଏବଂ ରାସାୟନିକ ସାର ବ୍ୟବହାର କରୁଛନ୍ତି, ସେଥିରେ ମାରାତ୍ମକ କେମିକାଲ୍ ରହିଛି । ଏହା ଶରୀରକୁ କ୍ଷତି ପହଞ୍ଚାଉଛି ବୋଲି କହିଛନ୍ତି ବିଶେଷଜ୍ଞ । ଏଥିସହ ସାରର ପ୍ରୟୋଗ ସମ୍ପୂର୍ଣ୍ଣ ବନ୍ଦ କରାଯିବା ଉପରେ ସେ ଜୋର୍ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)