Advertisment

ଦରକାର ଠାରୁ ଅଧିକ ସେଉ ଖାଉଛନ୍ତି କି ? ହୋଇ ଯାଆନ୍ତୁ ସାବଧାନ

ଜଣେ ବ୍ୟକ୍ତିକୁ ସାରା ଦିନରେ ଗୋଟିଏ କିମ୍ବା ଦୁଇଟିରୁ ଅଧିକ ସେଓ ଖାଇବା ଉଚିତ୍‌ । ଯଦି ଆପଣ ଏହାଠାରୁ ଅଧିକ ସେଓ ଖାଉଛନ୍ତି ତେବେ  ଏହାର ସାଇଡ ଇଫେକ୍ଟ ହୋଇପାରେ । ଚାଲନ୍ତୁ ଜାଣିବା ଅଧିକ ସେଓ ଖାଇବା ସ୍ୱାସ୍ଥ୍ୟ ପ୍ରତି କେତେ ହାନିକାରକ ।

author-image
Pallipuspa Samal
ଅଦ୍ୟତନ ହୋଇଛି
Eating more apple? Be careful

Eating more apple? Be careful

ସାଧାରଣତଃ ଦିନକୁ ଯଦି ଗୋଟିଏ ସେଓ ଖାଆନ୍ତି, ତେବେ ଆପଣ ରୋଗ ଠାରୁ ଦୂରରେ ରହିବେ । ଏକ ଅଧ୍ୟୟନରୁ ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଆବଶ୍ୟକ ଠାରୁ ଅଧିକ ସେଓ ଖାଇବା ଶରୀର ପାଇଁ ୪ ଟି ବଡ଼ କ୍ଷତି ଆଣିଥାଏ । ସେଓରେ ଥିବା ଭିଟାମିନ ସି,ଫାଇବର ଓ ପୋଟାସିୟମ ଶରୀରକୁ ରୋଗ ଦାଉରୁ ରକ୍ଷା କରିଥାଏ । ହେଲେ ଏହାର ଅଧିକ ସେବନ ଶରୀର ପାଇଁ କ୍ଷତିକାରକ ମଧ୍ୟ ହୋଇଥାଏ ।

Advertisment
  • ଫାଇବର ଆମର ପାଚନ କ୍ରିୟାକୁ ମଜବୁତ୍‌ କରିଥାଏ । ହେଲେ ଆବଶ୍ୟକ ଠାରୁ ଅଧିକ ଫାଇବର ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହାଦ୍ୱାରା ବ୍ଲୋଟିଂ ଓ କୋଷ୍ଠ କାଠିନ୍ୟ ଆଦି ସମସ୍ୟା ଆରମ୍ଭ ହୋଇ ଯାଇଥାଏ । ଜଣେ ବ୍ୟକ୍ତିକୁ ଦିନରେ ୨୦ ରୁ ୪୦ ଗ୍ରାମ ଫାଇବର ର ଆବଶ୍ୟକତା ପଡ଼ିଥାଏ ।
  • ସେଓ କାର୍ବୋହାଇଡ୍ରେଟରେ ଭରପୁର ଥାଏ । ତେଣୁ ଏକ୍ସରସାଇଜ ପୂର୍ବରୁ ସେଓ ଏକ ଭଲ ଖାଦ୍ୟ ଭାବେ ବିଚାର କରାଯାଏ । ଯଦି ଆବଶ୍ୟକ ଠାରୁ ଅଧିକ ସେଓ ଖାଆନ୍ତି ତେବେ ବ୍ଲଡ ସୁଗାର ବଢ଼ିପାରେ ।
  • ସେଓରେ ସବୁଠୁ ଅଧିକ କୀଟନାଶକ ମାତ୍ରା ରହିଥାଏ । ଡିଫେନିଲମାଇନ ସେଓରେ ଅଧିକ ମାତ୍ରରେ ଥିବା ଦେଖାଯାଏ । ତେଣୁ ଅଧିକ ସେଓ ଖାଇବା ଦ୍ୱାରା ଅଧିକ ମାତ୍ରାରେ କୀଟନାଶକ ଶରୀରକୁ ଯାଇପାରେ ।
Benifits of AppleBenifits of Apple
  • ସେଓ କାର୍ବୋ ହାଇଡ୍ରେଟରେ ଭରପୁର ଥିବାରୁ ଏହା ଆପଣଙ୍କୁ ତୁରନ୍ତ ଶକ୍ତି ଦେଇଥାଏ । ହେଲେ ଅଧିକ ସେଓ ଖାଇବା ଦ୍ୱାରା ଓଜନ ବଢ଼ିଥାଏ । କାରଣ ଅଧିକ ସେଓ ଖାଇବା ଦ୍ୱାରା ଆପଣଙ୍କ ଶରୀର ଫ୍ୟାଟ ବର୍ଣ୍ଣ କରିପାରିନଥାଏ ।
  • ଅଧିକ ସେଓ ଖାଇବା ଦ୍ୱାରା ବେଳେବେଳେ ଏସିଡିଟି ସମସ୍ୟା ଦେଖା ଦେଇଥାଏ ।
Advertisment
Health News
Advertisment
Advertisment