/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639808520.jpg)
Milk and Jalebi for good health
ମିଠା ସାଧାରଣତଃ କିଛି ବିଶେଷ ଅବସରରେ ତିଆରି ହୋଇଥାଏ ଅଥବା ଘରକୁ ଅଣାଯାଇଥାଏ । କିନ୍ତୁ ଜିଲାପି ଏମିତି ଏକ ମିଠା ଯାହାର ମଜା ନେବାକୁ କୌଣସି ଅବସରକୁ ଅପେକ୍ଷା କରିବାକୁ ପଡ଼ିନଥାଏ। କିଏ ଜିଲାପି ସାଧା ଖାଇବାକୁ ପସନ୍ଦ କରେ ତ କିଏ କ୍ଷୀର ବା ଖିରା ସହ ତ ପୁଣି ଦହି ସହ ଖାଇବାକୁ ପସନ୍ଦ କରେ। ସକାଳେ ଜଳଖିଆରେ ଜିଲାପି ଖାଇଲେ ତାର ସ୍ୱାଦ ଦିନ ସାରା ରହିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି କୁହାଯାଏ। କ୍ଷୀର ସହ ଜିଲାପିର କମ୍ବିନେସନ ଶରୀର ପାଇଁ ବହୁତ ଲାଭଦାୟକ ଅଟେ । କ୍ଷୀର ସହ ଜିଲାପି ଖାଇବାର କଣ କଣ ଲାଭ ରହିଛି ଚାଲନ୍ତୁ ଜାଣିବା ।
Advertisment
- ଏହା ଷ୍ଟ୍ରେସ ହର୍ମୋନ କମ କରିବାରେ ସାହାଯ୍ୟ କରିଥାଏ। ଯାହାଫଳରେ ଅବସାଦରୁ ମୁକ୍ତି ମିଳିଥାଏ।
- ଏହା ଖାଇବା ଦ୍ୱାରା ଏକାଗ୍ରତା ବଢିଥାଏ ଓ ମୁଡ଼ ମଧ୍ୟ ଫ୍ରେଶ ହୋଇଯାଏ।
- ମାଇଗ୍ରେନ ଓ ଅଧା କପାଳୀ ଭଳି ମୁଣ୍ଡବିନ୍ଧା ସମସ୍ୟା ଦୂର କରିବାରେ ମଧ୍ୟ କ୍ଷୀର-ଜିଲାପିର କମ୍ବିନେସନ ବହୁତ ଲାଭକାରୀ।
- ବିଶେଷଜ୍ଞଙ୍କ ଅନୁଯାୟୀ ସକାଳେ ଜଳଖିଆରେ କ୍ଷୀର ସହ ଜିଲାପି ଖାଇଲେ ମୁଣ୍ଡବିନ୍ଧା ସମସ୍ୟା ଦୂର ହୋଇଥାଏ।
- କ୍ଷୀର ଓ ଜିଲାପିର କମ୍ବିନେସନ ଓଜନ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ।
- ଜିଲାପିରେ ବହୁ ମାତ୍ରାରେ କ୍ୟାଲୋରୀ ରହିଛି। ଯାହାଫଳରେ ଜିଲାପି ଖାଇବା ଦ୍ୱାରା ଓଜନ ବଢିଥାଏ ।
- ଯେଉଁମାନେ ବହୁତ ପତଳା ଓ ଓଜନ ବଢାଇବାକୁ ଚାହୁଁଛନ୍ତି ସେମାନେ ସକାଳେ ଜଳଖିଆ ସମୟରେ ଗୋଟିଏ ଗ୍ଲାସ କ୍ଷୀର ସହ ଜିଲାପି ଖାଇପାରିବେ।
- ଥଣ୍ଡା ଯୋଗୁଁ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ। କ୍ଷୀର ଜିଲାପି ଏହି ସମସ୍ୟା ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ।
- ଏଥିପାଇଁ ପ୍ରତିଦିନ ଗୋଟିଏ ଜିଲାପି ଗରମ କ୍ଷୀରରେ ବୁଡାଇ ଖାଇପାରିବେ।
Milk and JalebiAdvertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)