• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପେନକିଲର ମେଫଟାଲ ବ୍ୟବହାର କରୁଛନ୍ତି କି ? ତେବେ ସାବଧାନ । ପେନକିଲର୍ ମେଫଟାଲ ସେବନ ଦ୍ୱାରା ହୋଇପାରେ ରିଆକ୍ସନ । ଏନେଇ କେନ୍ଦ୍ର ସରକାର ଆଲର୍ଟ ଜାରି କରିଛନ୍ତି । ଇଣ୍ଡିଆନ ଫାର୍ମାକୋପିଆ କମିଶନ ବା IPC ଡ୍ରଗ୍ ସେଫଟି ଆଲର୍ଟ ଜାରି କରିଛି । ଋତୁସ୍ରାବ ଜନିତ ଯନ୍ତ୍ରଣା ଉପଶମ ପାଇଁ ବହୁଳ ବ୍ୟବହାର ହୁଏ ମେଫଟାଲ୍ ଔଷଧ । ଏମିତିକି ଆଣ୍ଠୁଗଣ୍ଠି ଯନ୍ତ୍ରଶା, ଦାନ୍ତବିନ୍ଧା ପାଇଁ ମଧ୍ୟ ମେଫଟାଲ୍ ସେବନ କରାଯାଏ ।

ବହୁଳ ପ୍ରଚଳିତ ପେନକିଲର ମେଫଟାଲ୍ ପାଇଁ ସତର୍କ କଲେ ସରକାର । ମେଡିସିନ୍ ସେବନ ଦ୍ୱାରା ପାର୍ଶ୍ୱପ୍ରତିକ୍ରିୟା ପ୍ରକାଶ ପାଉଥିବା ନେଇ ଆଲର୍ଟ କରାଯାଇଛି । ଋତୁସ୍ରାବଜନିତ ଯନ୍ତ୍ରଣା ଉପଶମ ସହ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଆଦି ପାଇଁ ବହୁଳ ବ୍ୟବହାର ହୁଏ ମେଫଟାଟାଲ୍ ।

ଆପିସି ପକ୍ଷରୁ ଡାକ୍ତର ଓ ରୋଗୀମାନଙ୍କୁ ମେଫଟାଲ ବ୍ୟବହାର କରିବା ବେଳେ ସତର୍କ ରହିବାକୁ କୁହାଯାଇଛି। ପାର୍ଶ୍ୱ ପ୍ରତିକ୍ରିୟା ହେବା ମାତ୍ରେ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ କୁହାଯାଇଛି। ମେଫେନାମିକ ଏସିଡ ପେନକିଲର ସାଧାରଣତଃ ଆଣ୍ଠୁଗଣ୍ଠି ବିନ୍ଧା, ଋତୁସ୍ରାବ, ସ୍ୱଳ୍ପରୁ ମଧ୍ୟମଧରଣର ବଡି ପେନ୍‌, ଫୁଲା, ଜ୍ୱର ଓ ଦାନ୍ତ ବିନ୍ଧାରେ ଉପଶମ ଆଣିବା ପାଇଁ ବ୍ୟବହାର କରାଯାଏ।

କମିଶନ ତା’ ସତର୍କ ସୂଚନାରେ କହିଛି ଯେ ପ୍ରାଥମିକ ଯାଞ୍ଚରୁ ଏହି ପେନକିଲର ଖାଇବା ଦ୍ୱାରା ଡ୍ରଗ ରିଆକ୍ସ ଇସନଫିଲିଆ ଓ ସିଷ୍ଟମିକ ସିମଟମ୍ପସ ସିଣ୍ଡ୍ରିମ ସବୁ ଦେଖାଯାଉଛି। ଫାର୍ମାକୋଭିଜିଲାନ୍ସ ପ୍ରୋଗ୍ରାମ ଅଫ ଇଣ୍ଡିଆ ବା ପିଭିପିଆଇ ତଥ୍ୟରୁ ଏହାର ସୂଚନା ମିଳିଛି।