Advertisment

Rules For Longevity: ୧୦୦ ବର୍ଷ ପରେ ବି ରହିବେ ସୁସ୍ଥ ଓ ଫିଟ୍, ଦୀର୍ଘାୟୁ ଜୀବନଶୈଳୀର ନିୟମ କହିଲେ ଶତାୟୁ ଡାକ୍ତର

ଡକ୍ଟର ଜନ୍ ସାରଫେନବର୍ଗ ନିଜର ନିୟମିତ ଓ ସୀମିତ ଜୀବନଶୈଳୀ ନିୟମ ପାଇଁ ୧୦୦ ବର୍ଷ ପରେ ବି ସୁସ୍ଥ ରହିବା ସହ ଫିଟ୍ ରହିଛନ୍ତି । ନିଜକୁ ଫିଟ୍ ରଖିବା ପାଇଁ ଆପଣାଇଛନ୍ତି କିଛି ନିୟମ । ନିୟମିତ ଅଭ୍ୟାସ ଦ୍ୱାରା ସେ ନିଜକୁ ୧୦୧ ବର୍ଷରେ ସୁସ୍ଥ ରଖି ପାରିଛନ୍ତି ।

author-image
Chinmayee Sahoo
ଅଦ୍ୟତନ ହୋଇଛି
longevity

longevity

କଣ ୧୦୦ ବର୍ଷ ପରେ ବି ବଞ୍ଚି ହେବ? ତାହା ପୁଣି ସୁସ୍ଥ ଓ ନିରାମୟ? ହଁ ୧୦୦ ବର୍ଷ ପରେ ବି ଆପଣ ସୁସ୍ଥ, ନିରାମୟ ଓ ସକ୍ରିୟ ଜୀବନ ବଞ୍ଚି ପାରିବେ । ଡକ୍ଟର ଜନ୍ ସାରଫେନବର୍ଗ, ଜଣେ ୧୦୧ ବର୍ଷୀୟ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ, ଯିଏ ସୁସ୍ଥ ରହିବା ସହ ନିଜକୁ ସକ୍ରିୟ ମଧ୍ୟ ରଖିଛନ୍ତି । ତାଙ୍କର ଦୀର୍ଘାୟୁର ରହସ୍ୟ ଜେନେଟିକ୍ସ ନୁହେଁ, ବରଂ କିଛି ନିୟମିତ ଅଭ୍ୟାସ ଦ୍ୱାରା ସେ ନିଜକୁ ସୁସ୍ଥ ରଖି ପାରିଛନ୍ତି। 

Advertisment

୧୯୨୩ ମସିହାରେବ ଚାଇନାରେ ଜନ୍ମଗ୍ରହଣ କରିଥିଲେ ଡକ୍ଟର ଜନ୍ ସାରଫେନବର୍ଗ । ସେ ବର୍ତ୍ତମାନ କାଲିଫର୍ଣ୍ଣିଆରେ ରହୁଛନ୍ତି । ତାଙ୍କ ପିତାମାତା ଓ ଭାଇମାନେ ୮୦ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିଲେ। କିନ୍ତୁ ସେ ଏବେ ମଧ୍ୟ ସକ୍ରିୟ ଅଛନ୍ତି, ଗାଡ଼ି ଚଳାନ୍ତି, ବିଶ୍ୱବ୍ୟାପୀ ବକ୍ତୃତା ଦିଅନ୍ତି ଏବଂ "ଭିଭା ଲଙ୍ଗେଭିଟି!" ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ଚଳାଉଛନ୍ତି। ସେ ନିଜେ କହିଛନ୍ତି, କିପରି ୧୦୦ ବର୍ଷ ପରେ ବି ନିଜକୁ ସୁସ୍ଥ ଓ ଫିଟ୍ ରଖି ପାରିଛନ୍ତି । 

ଅଧିକ ପଢ଼ନ୍ତୁ: ବର୍ଷା ଦିନେ ଖାଉଛନ୍ତି କି ଏହି ଖାଦ୍ୟ, ସାବଧାନ! ଜାଣନ୍ତୁ କଣ ଖାଇବା ଅନୁଚିତ୍‌

Advertisment

ତାଙ୍କର ମୁଖ୍ୟ ନିୟମଗୁଡ଼ିକ ହେଉଛି:

  • ତମାଖୁ ସେବନଠାରୁ ଦୂରେଇ ରୁହନ୍ତୁ: ସାରଫେନବର୍ଗ ଧୂମପାନ କରନ୍ତି ନାହିଁ । ତାଙ୍କ ମତରେ, ଏଗୁଡ଼ିକ କର୍କଟ, ହୃଦ୍‌ରୋଗ ଏବଂ ଅକାଳ ବୁଢ଼ାପଣ ଭଳି ଜଟିଳ ରୋଗର କାରଣ। ୧୯୬୪ ସର୍ଜନ ଜେନେରାଲ ରିପୋର୍ଟ ଧୂମପାନ ଦ୍ୱାରା ଶରୀରର ବିଭିନ୍ନ ଅଙ୍ଗ ଖରାପ ହୋଇଥାଏ ।
  • ମଦ୍ୟପାନରୁ ଦୂରେଇ ରୁହନ୍ତୁ: ସାରଫେନବର୍ଗ ମଦ୍ୟପାନ କରନ୍ତି ନାହିଁ । ମଧ୍ୟମ ମାତ୍ରାର ମଦ୍ୟପାନ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବିପଦ । ମଦ୍ୟପାନ ଦ୍ୱାରା କ୍ୟାନସର ହେବାର ସମ୍ଭାବନା ଥିବାରୁ ସେ କେବେ ବି ମଦ୍ୟପାନ କରନ୍ତି ନାହିଁ । 
  • ନିୟମିତ ବ୍ୟାୟାମ କରନ୍ତୁ: ମଧ୍ୟବୟସ (୪୦–୭୦) ରେ ନିୟମିତ ବ୍ୟାୟାମ ଅତ୍ୟନ୍ତ ଜରୁରୀ। ସେ ଜିମ୍ ନଯାଇ ମଧ୍ୟ ନିଜକୁ ଫିଟ୍ ରଖିଛନ୍ତି । ସାରଫେନବର୍ଗ ବଗିଚା କାମ ଯେପରିକି ଷ୍ଟ୍ରବେରୀ, ଫଳ ଗଛ ଭଳି ବିଭିନ୍ନ ଚାଷ କରନ୍ତି। ସେ ବିଶ୍ୱାସ କରନ୍ତି ଯେ ସକ୍ରିୟ ଜୀବନଶୈଳୀ ବିଭିନ୍ନ ରୋଗକୁ ରୋକିଥାଏ।
  • ଉପବାସ ଅଭ୍ୟାସ କରନ୍ତୁ: ସେ କେବଳ ସକାଳ ଖାଦ୍ୟ ଓ ମଧ୍ୟାହ୍ନ ଭୋଜନ ଖାଇଥାନ୍ତି, ରାତ୍ରି ଭୋଜନ ଛାଡ଼ି ଦିଅନ୍ତି ଯାହା ସୁସ୍ଥ ଓଜନ ଓ ମେଟାବୋଲିଜମ ବଜାୟ ରଖେ। 
  • ନିରାମିଷ ଖାଦ୍ୟ ଅନୁସରଣ କରନ୍ତୁ: ୨୦ ବର୍ଷ ବୟସରୁ ସାରଫେନବର୍ଗ ନିରାମିଷ ଖାଦ୍ୟ ଗ୍ରହଣ କରୁଛନ୍ତି । ସେ କେବଳ ଦୁଦ୍ଧ ଜାତୀୟ ଦ୍ରବ୍ୟ ଓ ଅଣ୍ଡା ବ୍ୟତୀତ କୌଣସି ମାଂସ ଖାଆନ୍ତି ନାହିଁ । ଯେଉଁଥିରେ ଚିନି ଓ ସାଚୁରେଟେଡ୍ ଫ୍ୟାଟ୍ କମ୍ ଥାଏ। ତାଙ୍କ ଖାଦ୍ୟରେ ଫଳ (ଆମ୍ବ, ପର୍ସିମନ), ବାଦାମ (ମାକାଡାମିଆ) ଓ ସରଳ ଖାଦ୍ୟ ଯେମିତି ଆଳୁ ଖାଇଥାଆନ୍ତି । 
  • ଚିନି କମ୍ ଖାଆନ୍ତୁ: ସାରଫେନବର୍ଗ ଚିନି ଖାଇବା ପରିବର୍ତ୍ତେ ତା ବିକଳ୍ପରେ କାଜୁ କ୍ରିମ୍ ଓ ଫଳ ବ୍ୟବହାର କରିଥାଆନ୍ତି । ଯାହା ଅଧିକ ଚିନି ସେବନ କରିବା ଦ୍ୱାରା ମୋଟାପଣ, ହୃଦରୋଗ ଏବଂ ଅନ୍ୟାନ୍ୟ ମାନସିକ ରୋଗ ହୋଇଥାଏ ।
  • ସାଚ୍ୟୁରେଟେଡ୍ ଫ୍ୟାଟ୍ ଖାଦ୍ୟ ଖାଇବା କମ୍ କରନ୍ତୁ: ଡ଼କ୍ଟର ସ୍କାର୍ଫେନବର୍ଗ ସାଚ୍ୟୁରେଟେଡ୍ ଫ୍ୟାଟ୍ ଖାଦ୍ୟଠାରୁ ଦୂରେଇ ରୁହନ୍ତି । ଯାହା ହୃଦରୋଗର କାରଣ ହୋଇଥାଏ । 

ଅଧିକ ପଢ଼ନ୍ତୁ: ଜାଣନ୍ତୁ କିପରି ଓ କେତେବେଳେ ପିଇବେ ଗ୍ରୀନ୍ ଟି; କଣ ରହିଛି ଫାଇଦା

Healthy Diet Best Food For Healthy Life How To Live A Healthy Lifestyle
Advertisment
Advertisment