ଉଜ୍ୱଳ ଓ ସୁନ୍ଦର ତ୍ୱଚ୍ଚା ପାଇଁ ଆମେ ବାହାରେ ବିଭିନ୍ନ ଫେସିଆଲ କରିଥାଉ । କିନ୍ତୁ ଘରେ ଆମେ ବିଭିନ୍ନ ଘରୋଇ ଉପକରଣ ସାହାଯ୍ୟରେ ତ୍ୱଚାକୁ ଚମକେଇ ପାରିବା । ସେଭଳି କେତେକ ସରଳ ଉପାୟ ମଧ୍ୟରୁ ଗୋଟିଏ ହେଉଛି ଖିର ଫେସିଆଲ୍। ସପ୍ତାହକୁ ଥରେ ଏହି ଫେସିଆଲ୍ କରିବା ଦ୍ୱାରା ନିଜେ ଏହାର ଚମତ୍କାରିତା ଅନୁଭବ କରିପାରିବେ। ଜାଣନ୍ତୁ ଏହାର ପ୍ରଣାଳୀ ।
Also Read
ଫେସିଆଲ ପାଇଁ ପ୍ରଥମ ପ୍ରଣାଳୀ:
- ପ୍ରଥମେ ମୁହଁକୁ ଭଲ ଭାବେ ଧୋଇ ପୋଛି ଦିଅନ୍ତୁ ।
- ଏହାପରେ ଖିରରେ ସାମାନ୍ୟ ଲେମ୍ବୁ ରସ ମିଶାଇ, ଏହାକୁ ତୁଳା ଦ୍ୱାରା ନିଜ ମୁହଁରେ ଭଲ ଭାବେ ମାଲିସ କରନ୍ତୁ ।
- କିଛି ସମୟ ମାଲିସ କରିବା ପରେ ମୁହଁକୁ ଧୋଇ ଦିଅନ୍ତୁ ।
୨ୟ ପ୍ରଣାଳୀ:
- ଏବେ ଖିରରେ ଅଳ୍ପ ଦହି , ଚିନି ମିଶାଇ ଭଲ ଭାବେ ମୁହଁକୁ ୧୦ ରୁ ୧୨ ମିନିଟ ମାଲିସ କରନ୍ତୁ।
- ଏହାପରେ ମୁହଁକୁ ଧୋଇ ପୋଛି ଦିଅନ୍ତୁ।
୩ୟ ପ୍ରଣାଳୀ:
- ଚୁଲିରେ ଏକ ପାତ୍ରରେ ଉଷୁମ ପାଣି କରି ଅନ୍ୟ ଏକ ପାତ୍ରକୁ କାଢି ଦିଅନ୍ତୁ।
- ଏହାପରେ ଏହି ପାଣିରେ ଏକ ଛୋଟ ପତାଳା ତଉଲିଆକୁ ବୁଡ଼ାଇ ଭଲ ଭାବେ ଚୁପୁଡ଼ି ଏହାକୁ ମୁହଁ ପୋଛିବା ଭଳି କରନ୍ତୁ।
- ଏହିଭଳି ଭାବେ୨ ରୁ ୩ ଥର କରନ୍ତୁ ।
୪ର୍ଥ ପ୍ରଣାଳୀ:
- ୪ ରୁ ୫ ଚାମଚ ଖିରରେ ଅଳ୍ପ ହଳଦୀ, ବେସନ, ମହୁ, ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ।
- ଏହାକୁ ମୁହଁରେ ଲଗାଇ ୨୦ ରୁ ୨୫ ମିନିଟ ରଖନ୍ତୁ।
- ଏହାପରେ ମୁହଁ ଧୋଇ ଦିଅନ୍ତୁ।
ଏହିପରି ୨ ସପ୍ତାହରେ ଥରେ ଫେସିଆଲ କରନ୍ତୁ । ତ୍ୱଚା ଦିନକୁ ଦିନ ଚମକିବ ।