/odishatv-khabar/media/post_attachments/uploadimage/library/16_9/16_9_0/Egg_1632041636.jpg)
Egg
ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ବହୁ ଲାଭଦାୟକ ଅଟେ । ଅଣ୍ଡାରେ ବହୁ ମାତ୍ରାରେ ପ୍ରୋଟିନ,ମିନେରାଲ୍ସ ଓ ଭିଟାମିନ୍ ଭରି ରହିଛି । ଅଧିକାଂଶ ଲୋକ ଅଣ୍ଡା ଖାଇବାକୁ ପସନ୍ଦ କରିଥାନ୍ତି, କାରଣ ଏହା ଓଜନ ବୃଦ୍ଧି ନକରି ଆପଣଙ୍କ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିଥାଏ । କିନ୍ତୁ ଯଦି ଅଣ୍ଡାକୁ ଭୁଲ ଉପାୟରେ ଖାଇଥାନ୍ତି, ତେବେ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏପରି କିଛି ଖାଦ୍ୟ ଅଛି ଯାହା ଅଣ୍ଡା ସହିତ ଖାଇଲେ ଆଲର୍ଜି ହୋଇପାରେ, ତେଣୁ ଆସନ୍ତୁ ଜାଣିବା କେଉଁ ଜିନିଷକୁ ଆମେ ଅଣ୍ଡା ସହିତ ଖାଇବା ଉଚିତ୍ ନୁହେଁ ।
Advertisment
- ଅଣ୍ଡା ସହିତ ଖାଆନ୍ତୁ ନାହିଁ ବେକନ୍ । କେବେ ବି ଅଣ୍ଡା ଏବଂ ବେକନ୍ ଏକାଠି ଖାଇବେ ନାହିଁ । ଏହି ଦୁଇଟିକୁ ଏକାଠି ଖାଇବା ଦ୍ୱାରା ଦୁର୍ବଳତା ଅନୁଭବ ହୋଇଥାଏ । ବାସ୍ତବରେ ଉଭୟ ମଧ୍ୟରେ ହାଇ ପ୍ରୋଟିନ୍ ଏବଂ ଅଧିକ ଫ୍ୟାଟ୍ ରହିଥାଏ ଯାହା ଶରୀରକୁ ଭାରୀ ଏବଂ ଅଳସୁଆ କରିଥାଏ ।
- ଅଣ୍ଡା ସହିତ ଖାଆନ୍ତୁ ନାହିଁ ଚିନି । ଏହି ମିଶ୍ରିତ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । ବାସ୍ତବରେ, ଏହି ଦୁଇଟିରେ ଆମିନୋ ଏସିଡ୍ ରହିଥାଏ, ଯଦି ଏହା ବହୁ ପରିମାଣରେ ଶରୀରରେ ପ୍ରବେଶ କରେ, ଏହା ବିଷାକ୍ତ ହୋଇପାରେ ଏବଂ ରକ୍ତରେ ଜମାଟ ବାନ୍ଧିପାରେ ।
- ଅଣ୍ଡା ସହ ପିଅନ୍ତୁ ନାହିଁ ଚାହା । ପ୍ରାୟତଃ ଲୋକମାନେ ସକାଳ ଜଳଖିଆ ପାଇଁ ଅଣ୍ଡା ସହିତ ଚା ପିଇବାକୁ ଭଲ ପାଇଥାନ୍ତି, କିନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ସକାଳେ ଅଣ୍ଡା ଖାଇବା ସ୍ୱାସ୍ଥ୍ୟକର କିନ୍ତୁ ଏହା ସହିତ ଚା ପିଇବା ଶରୀର ପାଇଁ ବିଷାକ୍ତ ହୋଇପାରେ । ଏହା ଆପଣଙ୍କର ହଜମ ପ୍ରକ୍ରିୟା ପ୍ରଭାବିତ କରିଥାଏ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ଦେଖାଦେଇଥାଏ । ଏହା ସହିତ ଏସିଡିଟିର ସମସ୍ୟା ମଧ୍ୟ ଦେଖାଦେଇଥାଏ ।
- ଅଣ୍ଡା ସହିତ ଖାଆନ୍ତୁ ନାହିଁ ତରଭୁଜ । ଏହା ସ୍ୱାସ୍ଥ୍ୟ ପାଇଁ ବହୁ କ୍ଷତିକାରକ ଅଟେ । ଏହା ଖାଦ୍ୟକୁ ବିଷାକ୍ତ କରିଥାଏ ।
- ସୋୟା କ୍ଷୀରକୁ କେବେ ଅଣ୍ଡା ସହିତ ନିଅନ୍ତୁ ନାହିଁ । ଯଦି ଆପଣ ଏହି ଦୁଇଟିକୁ ଏକାଠି ଖାଇଥାନ୍ତି ତେବେ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ । ଏହା କରିବା ଦ୍ୱାରା ଆପଣଙ୍କ ଶରୀରରେ ପ୍ରୋଟିନ୍ ଅବଶୋଷଣରେ ସମସ୍ୟା ହୋଇପାରେ ।
- ଅଣ୍ଡା ସହିତ ଖାଆନ୍ତୁ ନାହିଁ ଦୁଗ୍ଧ ଜାତୀୟ ଖାଦ୍ୟ । ପନିର,ମଖନ୍ ଓ କ୍ଷୀର ଆଦି ଖାଦ୍ୟ ଅଣ୍ଡା ସହିତ ଖାଇଲେ ଏହା ଖାଦ୍ୟକୁ ବିଷାକ୍ତ କରାଥାଏ ଯାହା ପେଟରେ ଗ୍ୟାସ ସମସ୍ୟ ସୃଷ୍ଟି କରେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)