ଡିଜିଟାଲ ଯୁଗରେ ଚାଲିଛି ଅନ୍ଧାରୀ ଚିକିତ୍ସା । ଜଣେ ଗୁରୁତର ରୋଗୀଙ୍କୁ ମୋବାଇଲ ଲାଇଟରେ ଚିକିତ୍ସା କରାଯାଇଥିବା ନେଇ ଅଭିଯୋଗ । ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋବାଇଲ ଲାଇଟରେ ଚିକିତ୍ସା କରାଯାଉଥିବା ନେଇ ଦେଖିବାକୁ ମିଳିଛି । ଯାହା ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ରକୁ ପଦାରେ ପକାଇଛି ।
Also Read
ଅଭିଯୋଗ ଅନୁଯାୟୀ, ହସ୍ପିଟାଲରେ ବିଦ୍ୟୁତ କଟିଯିବା ପରେ ଭେଣ୍ଟିଲେଟରରେ ଥିବା ଜଣେ ରୋଗୀଙ୍କୁ ଏଭଳି ଚିକିତ୍ସା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ତେବେ ମେଡିକାଲ ସୁପରିଣ୍ଟେଣ୍ଡେଡ କହିଛନ୍ତି, ବିଦ୍ୟୁତ ଗଲା ପରେ ଜେନରେଟର ଅନ୍ କରିବା ଲାଗି ଷ୍ଟାର୍ଟ ଅପ୍ ଲାଗି ଯାହା ସମୟ ଲାଗେ। ଗୋଟେ ମିନିଟ ମଧ୍ୟରେ ଜେନେରେଟରରୁ ବିଦ୍ୟତ ସଂଯୋଗ ହୋଇଥାଏ ।