Advertisment

COVID-19 New Wave in Asia: ଚିନ୍ତା ବଢାଇଲାଣି କରୋନା, ଚୀନ୍, ସିଙ୍ଗାପୁରରେ ଦ୍ରୁତ ସଂକ୍ରମଣ

ସିଙ୍ଗାପୁର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ କରୋନାର ଏ ନୂଆ ଲହରରେ ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି। ମେ 3 ତାରିଖ ସୁଦ୍ଧା ଶେଷ ସପ୍ତାହ ଭିତରେ ସିଙ୍ଗାପୁରରେ କୋଭିଡ୍ ମାମଲରେ 28 ପ୍ରତିଶତ ବୃଦ୍ଧି ଘଟି ସଂକ୍ରମିତଙ୍କ ସଂଖ୍ୟା 14 ହଜାର ଟପିଛି।

covid

covid

Advertisment

ମାଡ଼ି ଆସୁଛି କି କୋଭିଡର ନୂଆ ଲହର। ଚୀନ୍, ସିଙ୍ଗାପୁର ସମେତ ଦକ୍ଷିଣ ଏସୀୟ ରାଷ୍ଟ୍ରରେ କରୋନାର ଦ୍ରୁତ ସଂକ୍ରମଣକୁ ନେଇ ବଢିଲା ଟେନ୍ସନ୍। ଏମିତିକି ହଂକଂରେ କୋଭିଡର ନୂଆ ୱେଭ 30 ଜଣଙ୍କ ଜୀବନ ନେବା ପରେ ସେଠି ହାଇ ଆଲର୍ଟରେ ସ୍ଥାନୀୟ ସରକାର। ଏଭଳି ସ୍ଥିତିରେ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି କେନ୍ଦ୍ର ପରାମର୍ଶରେ ଆମେ ସ୍ଥିତି ଉପରେ ନଜର ରଖିଛୁ।

Advertisment

ସିଙ୍ଗାପୁର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ କରୋନାର ଏ ନୂଆ ଲହରରେ ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି। ମେ 3 ତାରିଖ ସୁଦ୍ଧା ଶେଷ ସପ୍ତାହ ଭିତରେ ସିଙ୍ଗାପୁରରେ କୋଭିଡ୍ ମାମଲରେ 28 ପ୍ରତିଶତ ବୃଦ୍ଧି ଘଟି ସଂକ୍ରମିତଙ୍କ ସଂଖ୍ୟା 14 ହଜାର ଟପିଛି। ସେହିପରି ମେଡିକାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟାରେ ମଧ୍ୟ 30 ପ୍ରତିଶତ ବୃଦ୍ଧି ଘଟିଛି। ସେହିପରି କୋଭିଡ୍ 19ର ଉତ୍ପତ୍ତି ସ୍ଥଳ ଚୀନରେ ମଧ୍ୟ ସଂକ୍ରମଣ ବଢ଼ିଚାଲିଛି। ସବୁଠୁ ବେଶି ଚିନ୍ତା ହଂକଂକୁ ନେଇ।

ଅଧିକ ପଢ଼ନ୍ତୁ: କାମ ଦେଲାନି ନବୀନଙ୍କ ନାଲିଆଖି; କ'ଣ ହେବ ବିଜେଡିର ଭବିଷ୍ୟତ ?

ହଂକଂରେ କୋଭିଡ୍ 19 ପଜିଟିଭ୍ ହାର ୟା ଭିତରେ 13.66 ପ୍ରତିଶତ ବଢ଼ି ଥିଲା ବେଳେ, 81ଟି ଗୁରୁତର ମାମଲାରୁ 30 ଜଣଙ୍କ ମୃତ୍ୟୁ ଘଟିବା ଚିନ୍ତାକୁ ବଢ଼ାଇଛି। ତେବେ ସଂକ୍ରମଣରେ ପ୍ରାଣ ହରାଇଥିବା ପ୍ରାୟ ସମସ୍ତଙ୍କ ଠାରେ ଅନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ଥିବା ଜଣାପଡିଛି। ସେହିପରି ଥାଇଲାଣ୍ଡରେ ଏପ୍ରିଲରେ ହୋଇଥିବା ସୋଂଗକ୍ରନ୍ ଉତ୍ସବ ପରଠୁ କରୋନା ସଂକ୍ରମଣ ବଢୁଥିବାରୁ ସତର୍କ ହୋଇପଡିଛନ୍ତି ଥାଇଲାଣ୍ଡ ସରକାର। ତେବେ ଭାରତରେ ଏବେ ଯାଏଁ ନୂଆ ସଂକ୍ରମଣ ବୃଦ୍ଧିର ସୂଚନା ନଥିଲା ବେଳେ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ମଧ୍ୟ କହିଛନ୍ତି ରାଜ୍ୟରେ ଦୀର୍ଘ ଦିନ ହେଲା ପଜିଟିଭ୍ କେସ୍ ଆସିନି। ତଥାପି କେନ୍ଦ୍ର ପକ୍ଷରୁ ଆଲର୍ଟ ରହିବାକୁ କୁହାଯାଇଥିବାରୁ ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟରେ ଟେଷ୍ଟିଂ ଚାଲିଛି।

Advertisment

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକରେ ଆରମ୍ଭ ହୋଇଥିବା କୋଭିଡର ନୂଆ ଲହର ପାଇଁ କୋଭିଡ ଜେଏନ୍ ୱାନ୍ ଷ୍ଟ୍ରେନର ଏଲ୍ଏଫ୍-7 ଓ ଏନ୍.ବି.1.8 ଭାରିଆଣ୍ଟ ପାଇଁ ଦାୟୀ। ଭାରତରେ ଏଯାଏଁ ଏ ଭାରିଆଣ୍ଟ ନଥିବାରୁ ଭୟଭୀତ ହେବାର କୌଣସି କାରଣ ନାହିଁ। କିନ୍ତୁ ଆମକୁ ଏଥିପାଇଁ ସତର୍କ ରହିବାକୁ ପଡ଼ିବ।

କୋଭିଡର ନୂଆ ଲହରକୁ ନେଇ ଭୟ ଭିତରେ କରୋନାକୁ ନେଇ ଆସିଛି ଆଉ ଏକ ଚିନ୍ତାଜନକ ତଥ୍ୟ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ କୋଭିଡ କମାଇଛି ମଣିଷର ଆୟୂଷ। ୨୦୧୯ରୁ ୨୦୨୧ ମଧ୍ୟରେ ବିଶ୍ୱବ୍ୟାପୀ ଆୟୂଷ ୧ ବର୍ଷ ୮ମାସ ହ୍ରାସ ପାଇଛି। ଅର୍ଥାତ କରୋନା ଆସିବା ପରେ ମଣିଷର ଆୟୂଷରେ ବଡ଼ ହ୍ରାସ ଘଟିଛି। ଇତିହାସରେ ଏହାକୁ ସର୍ବାଧିକ ହ୍ରାସ ବୋଲି ଦର୍ଶାଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। କରୋନା ପରେ ଡିପ୍ରେସନ ବୃଦ୍ଧି ପାଇଛି। କେବଳ ଏଇ କାରଣରୁ ଆୟୂଷ ୬ ମାସ କମିଯାଉଥିବା ଦର୍ଶାଇଛି WHO। ସେହିପରି ଏବେବି ଅନେକ ଦେଶରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ସୁଦୃଢ ନୁହେଁ। ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀଙ୍କ ବିପୁଳ ଅଭାବ ଏବଂ ଟିକାକରଣ ଓ ନିରାପଦ ପ୍ରସବ ପରି ସେବାରେ ତ୍ରୁଟି ପାଇଁ ମଧ୍ୟ କରୋନା ଆକ୍ରାନ୍ତଙ୍କ ଆୟୂଷ କମୁଛି। ତେଣୁ ଏସବୁ ଦିଗକୁ ସତର୍କତାର ସହ ଧ୍ୟାନ ଦେବାକୁ ପରାମର୍ଶ ଦେଇଛି WHO।

Advertisment

ଅଧିକ ପଢ଼ନ୍ତୁ: ଦଳକୁ ହାଇଜାକ୍ କରିବାକୁ ଦିଆନଯାଉ, ନବୀନଙ୍କୁ ଚିଠି ଲେଖି କହିଲେ ରଣେନ୍ଦ୍ର

Coronavirus COVID-19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ