Advertisment

Cholera in Jajpur: ଥମୁନି ହଇଜା କୋପ, ଆଉ ୧୬ ନୂଆ କଲେରା ପଜିଟିଭ୍ ଚିହ୍ନଟ

ଅଧିକ ଚିନ୍ତା ବଢ଼ାଇଛି ଯାଜପୁର। ଏଠାରେ ପୁଣି ଡାଇରିଆରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ଅନ୍ୟପକ୍ଷରେ ଜିଲ୍ଲାରେ ଆଉ 16 ନୂଆ କଲେରା ପଜିଟିଭ୍ ଚିହ୍ନଟ ହୋଇଛି। ତେଣେ ସ୍ବାସ୍ଥ୍ୟ, ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗ ସହ ବୈଠକ କରି ପ୍ରଭାବିତ ଅଂଚଳରେ ବିଶୁଦ୍ଧ ପାଣି ଯୋଗାଣ ଉପରେ ଜୋର୍ ଦେଇଛି ସେଣ୍ଟ୍ରାଲ୍ ଟିମ।

author-image
Saroj Kumar Jena
cholera

cholera

ଜିଲ୍ଲା ପରେ ଜିଲ୍ଲା ମାଡ଼ୁଛି ହଇଜା। ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ପଶିଛି ଲୋକଙ୍କ ମନରେ ଛନକା। ସବୁଠୁ ଅଧିକ ଚିନ୍ତା ବଢ଼ାଇଛି ଯାଜପୁର। ଏଠାରେ ପୁଣି ଡାଇରିଆରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ଅନ୍ୟପକ୍ଷରେ ଜିଲ୍ଲାରେ ଆଉ 16 ନୂଆ କଲେରା ପଜିଟିଭ୍ ଚିହ୍ନଟ ହୋଇଛି। ତେଣେ ସ୍ବାସ୍ଥ୍ୟ, ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗ ସହ ବୈଠକ କରି ପ୍ରଭାବିତ ଅଂଚଳରେ ବିଶୁଦ୍ଧ ପାଣି ଯୋଗାଣ ଉପରେ ଜୋର୍ ଦେଇଛି ସେଣ୍ଟ୍ରାଲ୍ ଟିମ।

Advertisment

ପାନୀୟ ଜଳର ମାନ ବୃଦ୍ଧି କର। ବିଶୋଧିତ ଜଳ ଯୋଗାଣକୁ ଗୁରୁତ୍ୱ ଦିଅ। ହାତ ପରିଷ୍କାର ରଖିବାକୁ ଲୋକଙ୍କୁ ସଚେତନ କର। ଆଜି ସ୍ୱାସ୍ଥ୍ୟ ବିଭାଗ, ପଞ୍ଚାୟତିରାଜ ଓ଼ ପାନୀୟ ଜଳ ଏବଂ ନଗର ଉନ୍ନୟନ ବିଭାଗ ସହ ଆଲୋଚନା ବେଳେ ଏମିତି କିଛି ପରାମର୍ଶ ଦେଇଛନ୍ତି କେନ୍ଦ୍ରୀୟ ଟିମ୍। ବଡ଼ କଥା ହେଲା 3 ଦିନ ଧରି ଫିଲ୍ଡ ଆଉ ସ୍ଥିତି ଅନୁଧ୍ୟାନ ପରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଡାଇରିଆ ନିରାକରଣ ଏବଂ ଚିକିତ୍ସା ନେଇ ସୁପାରିଶ କରିଛନ୍ତି 10 ଜଣିଆ କେନ୍ଦ୍ରୀୟ ଟିମ୍। ବୈଠକ ପରେ ପୁଣି ଥରେ ଫିଲ୍ଡ ଭିଜିଟରେ ଯାଇଛନ୍ତି ଟିମ୍। ପ୍ରାଥମିକ ଅନୁଧ୍ୟାନରୁ ଜଣାପଡିଛି, ପାଣି ଏକ ପ୍ରମୁଖ ମାଧ୍ୟମ, ପିଇବା ପାଣିରୁ ହିଁ ବ୍ୟାପିଛି ଡାଇରିଆ। ତେଣୁ ଲୋକଙ୍କୁ ବିଶୋଧିତ ପାନୀୟ ଜଳ ଯୋଗାଇଦେବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରୀୟ ଟିମ୍। ତାସହ ସଂକ୍ରମଣ ଚେନ୍ କୁ ଭାଙ୍ଗିବାକୁ ଧ୍ୟାନ ଦେବାକୁ କହିଛନ୍ତି। ଆଗାମୀ ଦିନରେ ପ୍ରଭାବିତ ହୋଇଥିବା ଥିବା ଜିଲ୍ଲାଗୁଡ଼ିକରେ ମଧ୍ୟ ସ୍କୁଲ ଖୋଲିବା ଘୁଞ୍ଚି ପାରେ। କଲେରା ବ୍ୟାକ୍ଟେରିଆ ଝାଡ଼ା ବାଟେ ପାଣିକୁ ଆସିଥାଏ ଓ ପାଣିରୁ ଖାଦ୍ୟକୁ ଯାଇ ବ୍ୟାପିଥାଏ। ତେଣୁ ଝାଡ଼ା ଯିବା ପରେ ଭଲ ଭାବେ ହାତ ଧୋଇବା ଉଚିତ୍। ଏ ଦିଗରେ ଅଧିକ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି।

ଅଧିକ ପଢନ୍ତୁ: ଖବର ପ୍ରସାରଣ ବେଳେ ଷ୍ଟୁଡିଓ ଉପରେ ହମଲା; ଚାଲିଥିଲା ଲାଇଭ୍ ନ୍ୟୁଜ୍, ପଡ଼ିଲା ମିଜାଇଲ୍

Advertisment

ଏପଟେ ଯଦିଓ ରୋଗୀ ସଂଖ୍ୟା କମୁଛି ହେଲେ ଡାଇରିଆରେ ଲାଗୁନି ବ୍ରେକ୍। କେବଳ ଯାଜପୁର ଜିଲ୍ଲାରେ ୪୯ ସାମ୍ପଲରୁ ଆଉ ୧୬ ଭିବ୍ରିଓ କଲେରା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦୁଇଟି ପର୍ଯ୍ୟାୟରେ ଯାଇଥିବା ସାମ୍ପଲରୁ ଏସବୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜଳ ନମୁନା ନୁହେଁ, କେବଳ ମଳ ନମୁନାରୁ ମିଳିଛି ଭିବ୍ରିଓ କଲେରା। ସେପଟେ ଯାଜପୁର ରୋଡ୍ ମେଡିକାଲରେ ଡାଇରିଆରେ

ଜଣେ ଶିଶୁ ସମେତ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତେବେ ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଯାଜପୁର ସିଡିଏମଓ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ ଯାଜପୁର ଜିଲ୍ଲାରେ ଡାଇରିଆ ସ୍ଥିତି ସ୍ଥିର ରହିଛି। ଜିଲ୍ଲାରେ ଏବେ ମୋଟ୍ ୧୯୬ ରୋଗୀ ଚିକିତ୍ସାଧୀନ ଅଛନ୍ତି। ଧର୍ମଶାଳାରେ 6 ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ରସୁଲପୁରରେ ଜଣେ ଏବଂ ବଡ଼ଚଣାରେ କେହି ବି ସଂକ୍ରମିତ ହୋଇ ନାହାନ୍ତି।

ଏପଟେ CMC ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଟକ ଶଙ୍କରପୁର ଦାସସାହି ଓ ଉପରସାହି ସ୍ଥିତ ପାଣି କମ୍ପାନୀ ଉପରେ ଆଜି ରେଡ୍ କରାଯାଇଥିଲା। ପାଣିକୁ ବିଶୁଦ୍ଧ ନକରି ବିକ୍ରି କରୁଥିବା ଅଭିଯୋଗରେ ୨ଟି ଯାକ ପାଣି କଂପାନୀ ସିଲ୍ କରିଛି ବିଭାଗ। ପାଣିକୁ ବିଶୁଦ୍ଧ ନକରି ମାର୍କେଟ୍ କୁ ଛଡ଼ାଯାଉଥିଲା ୨୦ ଲିଟର ବିଶିଷ୍ଟ ପାଣି ଜାର୍। ଏହି ଅଭିଯୋଗ ପରେ ରେଡ୍ କରି ଆବଶ୍ୟକ ପ୍ରମାଣ ପାଇବାପରେ କଂପାନୀକୁ ସିଲ୍ କରିଛି ସ୍ବାସ୍ଥ୍ୟବିଭାଗ। ସେପଟେ ଢେଙ୍କାନାଳରେ ରଙ୍ଗ ମିଶା ନିମ୍ନମାନର ଖାଦ୍ୟ ବିକ୍ରି ଅଭିଯୋଗ ପରେ ବିଭିନ୍ନ ସ୍ଥାନରେ ସ୍ବାସ୍ଥ୍ୟ ବିଭାଗ ଓ ମ୍ୟୁନିସିପାଲିଟି ପକ୍ଷରୁ ଚଢ଼ାଉ ହୋଇଥିଲା। ଏଥିରେ ୧୦ଟି ହୋଟେଲ୍ ଉପରେ ୩୦ ହଜାର ଟଙ୍କାର ଫାଇନ୍ ହୋଇଛି।

ଅଧିକ ପଢନ୍ତୁ: ନ୍ୟୁକ୍ଲିୟର୍ ଡିଲ୍ ସାଇନ୍ ନକରି, ବଡ଼ ଭୁଲ କରିଛି ଇରାନ: ଟ୍ରମ୍ପ

Jajpur Diarrhea Vibrio Cholerae
Advertisment
Advertisment