/odishatv-khabar/media/post_attachments/uploadimage/library/16_9/16_9_0/cashew_1630222030.jpg)
cashew
ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଆମେ ଅଧିକାଂଶ ସମୟରେ ଡାକ୍ତରଙ୍କ ପରାମର୍ଶ ନେଇଥାଉ । ଶରୀର ପାଇଁ ପୋଷକ ତତ୍ତ୍ୱ ଯୋଗାଉଥିବା ଖାଦ୍ୟ ମଧ୍ୟ ସେବନ କରିଥାଉ । ସେହି ଖାଦ୍ୟ ମଧ୍ୟରେ ସାମିଲ ରହିଛି କାଜୁ, ଏଥିରେ ଭରି ରହିଛି ପୋଷକ ତତ୍ତ୍ୱ । ଏଥିରେ ରହିଥିବା ପୋଷକ ତତ୍ତ୍ୱ ସ୍ମରଣ ଶକ୍ତି ବଢାଇଥାଏ । ତେଣୁ ନିୟମିତ ଗୋଟିଏ କାଜୁ ଖାଇବା ଦ୍ୱାରା ସମସ୍ତ କଥା ସହଜରେ ମନେ ରହିଥାଏ । ଚାଲନ୍ତୁ ଜାଣିବା କାଜୁର ବିଭିନ୍ନ ଉପକାରିତା ବିଷୟରେ...
Advertisment
- ସ୍ମରଣ ଶକ୍ତି ବଢାଏ କାଜୁ । ଶରୀରର ଦୁର୍ବଳତା ହେତୁ ଅନେକ ଲୋକେ ବହୁ ସମୟରେ ସହଜରେ କଥା ଭୁଲି ଯାଆନ୍ତି । ପ୍ରତିଦିନ କାଜୁ ଖାଇବା ଦ୍ୱାରା ଏହା ସ୍ମରଣ ଶକ୍ତି ବଢାଇବା ସହିତ ଶରୀରରେ ଇମ୍ୟୁନିଟି ଶକ୍ତିକୁ ବୃଦ୍ଧି କରାଇବାରେ ସାହାଯ୍ୟ କରେ।
- ପ୍ରତିଦିନ କାଜୁ ଖାଇବା ଦ୍ୱାରା ରକ୍ତ ଚାପ ଜନିତ ସମସ୍ୟା ଦୂର ହୋଇଥାଏ । କାଜୁ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏଥିରେ ସୋଡିୟମର ମାତ୍ରା କମ ରହିଥାଏ । ଏହାସହ ପୋଟାସିୟମ ଓ ମାଗ୍ନେସିୟମ ଅଧିକ ମାତ୍ରାରେ ରହିଛି। ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ।
- ହାଡ଼କୁ ଶକ୍ତ ରଖିଥାଏ କାଜୁ । କାଜୁ ହାଡ଼ ପାଇଁ ମଧ୍ୟ ଖୁବ ଉପକାରୀ। ଏଥିରେ ପ୍ରଚୁର ମାତ୍ରାରେ ମାଗ୍ନେସିୟମ ରହିଛି। କ୍ୟାଲସିୟମ ଭଳି ମାଗ୍ନେସିୟମ ମଧ୍ୟ ହାଡ଼କୁ ମଜଭୂତ କରିବାରେ ସାହାଯ୍ୟ କରେ। ହାଡକୁ ସୁସ୍ଥ ରଖେ।
- ସପ୍ତାହକୁ ୨ ରୁ ୩ ଥର କାଜୁ ଖାଇଲେ ଶରୀର ଠିକ୍ ରହିଥାଏ। ଚର୍ମରେ ଚମକ ଆସିଥାଏ । ମୁହଁ ଓ ଚର୍ମ ଶୀଘ୍ର ଲୋଚାକୋଚା ହୋଇନଥାଏ ।
- ଖାଲି ପେଟରେ ମହୁ ସହ କାଜୁ ଖାଇଲେ ପିଲା ମାନଙ୍କ ସ୍ମରଣ ଶକ୍ତି ବୃଦ୍ଧି ହେବା ସହ ସହଜରେ ପାଠ ମନେ ରହିଥାଏ।
- କାଜୁରେ ରହିଥବା ଆଣ୍ଟିଅକ୍ସିଡ଼ାଣ୍ଟ, ଭିଟାମିନ-ଇ ,ସେଲେନିୟମ କ୍ୟାନସର ଠାରୁ ମଧ୍ୟ ରକ୍ଷା କରିଥାଏ । ପ୍ରତିଦିନ କାଜୁ ସେବନ କରିବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗ ଶରୀର ଠାରୁ ଦୂରେଇ ରହିଥାଏ।
- କାଜୁ ହାର୍ଟ ପାଇଁ ବେଶ୍ ଉପକାରୀ । ନିୟମିତକାଜୁ ଖାଇବା ଦ୍ୱାରା ହୃଦରୋଗ ଭଲି ରୋଗ୍ କମ୍ ହୋଇଥାଏ ।
- ଦୃଷ୍ଟି ଶକ୍ତି ବଢାଏ କାଜୁ । କାଜୁରେ ଜିଓ ଜାନଥିନ ନାମକ ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ପିଗମେଣ୍ଟ ଥାଏ ଯାହା ଆମ ଆଖରେ ଦୃଷ୍ଟି ଶକ୍ତି ବଢାଇବାରେ ସାହାଯ୍ୟ କରେ ।
-
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)