Advertisment

Heart Attacks: ୯ ବର୍ଷ ଝିଅର ହୃଦଘାତରେ ମୃତ୍ୟୁ; ଜାଣନ୍ତୁ ଶିଶୁମାନଙ୍କ ଶରୀରରେ ଦେଖା ଦେଉଥିବା ହୃଦଘାତର ଲକ୍ଷଣ

ରାଜସ୍ଥାନର ସିକାରରେ ଏକ ୯ ବର୍ଷୀୟ ନାବାଳିକାଙ୍କ ହୃଦଘାତ ଜନିତ ମୃତ୍ୟୁ ହୋଇଥିଲା। ଶିଶୁଙ୍କଠାରେ ହୃଦଘାତ ଖୁବ୍ କମ୍ ଦେଖା ଗଲେ ମଧ୍ୟ ଆଗୁଆ ସଚେତନ ହେବା ନିହାତି ଜରୁରୀ।

author-image
Chinmayee Sahoo
ଅଦ୍ୟତନ ହୋଇଛି
heart attack

heart attack

ରାଜସ୍ଥାନର ସିକାର ଜିଲ୍ଲାରେ ନିକଟରେ ଜଣେ ନାବାଳିକାଙ୍କ ହୃଦଘାତ ହୋଇଥିଲା। ଆଦର୍ଶ ବିଦ୍ୟା ମନ୍ଦିର ସ୍କୁଲର ଚତୁର୍ଥ ଶ୍ରେଣୀର ଛାତ୍ରୀ ପ୍ରାଚୀ କୁମାୱତ (୯) ସ୍କୁଲରେ ମଧ୍ୟାହ୍ନ ଭୋଜନ ବିରତି ସମୟରେ ହଠାତ୍ ଚେତାଶୂନ୍ୟ ହୋଇ ମୃତ୍ୟୁବରଣ କରିଥିଲେ। ସ୍କୁଲ ପ୍ରିନ୍ସିପାଲଙ୍କ କହିବା ଅନୁସାରେ, ପ୍ରାଚୀ ତାଙ୍କ ଟିଫିନ ଖୋଲୁଥିବା ବେଳେ ପ୍ରାୟ ୧୧ଟା ସମୟରେ ହଠାତ୍ ଚେତା ହରାଇ ପଡ଼ିଯାଇଥିଲେ, ଏବଂ ତାଙ୍କର ଖାଦ୍ୟ ମଧ୍ୟ ଚାରିଆଡ଼େ ଛିଟିକି ପଡ଼ିଥିଲା।

Advertisment

ସ୍କୁଲ କର୍ମଚାରୀମାନେ ତୁରନ୍ତ ତାଙ୍କୁ ଦନ୍ତାରାମଗଡ଼ କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ର (CHC) କୁ ନେଇଥିଲେ। ଡାକ୍ତରମାନେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସିକାରର ଏସକେ ହସ୍ପିଟାଲକୁ ପଠାଇଥିଲେ, କିନ୍ତୁ ବାଟରେ ଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ଡାକ୍ତର କହିଛନ୍ତି ଯେ ପ୍ରାଚୀ ଏକାଧିକ ଥର ହୃଦଘାତରେ ଶିକାର ହେବା ତାଙ୍କର ଯୋଗୁଁ ମୃତ୍ୟୁ ହୋଇଛି।

ଶିଶୁଙ୍କଠାରେ ହୃଦଘାତ ଖୁବ୍ କମ୍ ଦେଖାଯାଏ। କିନ୍ତୁ ଏଥିରେ ଅସମ୍ଭବ ବୋଲି କିଛି ନାହିଁ। ଶିଶୁମାନେ ସାଧାରଣତଃ ସାମନା କରୁଥିବା ଅସୁବିଧାକୁ ସ୍ପଷ୍ଟ ଭାବେ କହିପାରନ୍ତି ନାହିଁ, ତେଣୁ ଲକ୍ଷଣଗୁଡ଼ିକୁ ଚିହ୍ନଟ କରିବା ଗୁରୁତ୍ୱପୂର୍ଣ୍ଣ।

Advertisment

ନିମ୍ନଲିଖିତ ଲକ୍ଷଣଗୁଡ଼ିକ ଦେଖାଗଲେ ହୃଦଜନିତ ସମସ୍ୟା ଥାଇପାରେ

  • ଛାତିରେ ଯନ୍ତ୍ରଣା: ଖେଳୁଥିବା ବା ଶାରୀରିକ କାର୍ଯ୍ୟକଳାପ ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା।
  • ମୂର୍ଚ୍ଛା ବା ଚେତା ହରାଇବା: ବିଶେଷକରି ଖେଳିବା ସମୟରେ ଚେତାଶୂନ୍ୟ ହୋଇଯିବା।
  • ଶ୍ୱାସକଷ୍ଟ: ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ବା ଜୋର୍ ନିଶ୍ୱାସ ପ୍ରଶ୍ୱାସ ନେବା।
  • ଅତ୍ୟଧିକ କ୍ଳାନ୍ତି: ଶାରୀରିକ କାର୍ଯ୍ୟକଳାପ ନ କରି ମଧ୍ୟ ଥକ୍କା ଲାଗିବା।
  • ନୀଳ ବା ଧୂସର ରଙ୍ଗ: ଓଠ, ଆଙ୍ଗୁଠି ବା ପାଦର ଆଙ୍ଗୁଠିଗୁଡିକ ନୀଳ ବା ଧୂସର ରଙ୍ଗ ଦେଖାଯିବା।
  • ବାନ୍ତି: ଅନେକ ସମୟରେ ବାନ୍ତି ଲାଗିବା।

ଶିଶୁମାନଙ୍କ ଠାରେ ଦେଖା ଦେଉଥିବା ହୃଦଘାତର କାରଣ ପ୍ରାୟତଃ ବୟସ୍କ ମାନଙ୍କଠାରୁ ଭିନ୍ନ ହୋଇଥାଏ। ଏହାକୁ ଔଷଧ ଖାଇ କିମ୍ବା ଅସ୍ତ୍ରୋପଚାର କରି ଭଲ କରାଯାଇ ପାରିବ। ତେଣୁ ପିତାମାତାମାନେ ଶିଶୁର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତୁ। ଏବଂ ସନ୍ତୁଳିତ ଖାଦ୍ୟ ଖାଇବାକୁ ଦିଅନ୍ତୁ।

ଅଧିକ ପଢ଼ନ୍ତୁ: ମାରାତ୍ମକ କ୍ୟାନସର ରୋଗରୁ ମିଳିବ ମୁକ୍ତି ! ବୈଜ୍ଞାନିକଙ୍କୁ ମିଳିଲା ବଡ ସଫଳତା

Rajasthan Cardiac Arrest Heart Attack
Advertisment
Advertisment