Advertisment

ରକ୍ତ କର୍କଟ ଚିକିତ୍ସା କ୍ଷେତ୍ରରେ ଆଶ୍ବସ୍ତିଜନକ ଖବର; ସଫଳ ହେଲା ଓଡ଼ିଶାର ପ୍ରଥମ କାର୍ ଟି-ସେଲ୍ ଥେରାପି

ଚିମେରିକ୍ ଆଣ୍ଟିଜେନ୍ ରିସେପ୍ଟର ଟି-ସେଲ୍ ବା କାର୍ ଟି-ସେଲ୍ ଥେରାପି ମୟୂରଭଞ୍ଜର ଜଣେ ରକ୍ତ କର୍କଟ ଆକ୍ରାନ୍ତ ୧୫ ବର୍ଷୀୟା ନାବାଳିକା ଠାରେ ଫଳପ୍ରଦ ହୋଇଛି ଏବଂ ସେ ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
CAR T-Cell Therapies For Blood Cancer Patients

blood cancer

ରକ୍ତ କର୍କଟ ଚିକିତ୍ସା କ୍ଷେତ୍ରରେ ଉତ୍ସାହଜନକ ଖବର। ସଫଳ ହେଲା ଓଡ଼ିଶା ତଥା ପୂର୍ବ ଭାରତର ପ୍ରଥମ କାର୍ ଟି-ସେଲ୍ ଥେରାପି। ଚିମେରିକ୍ ଆଣ୍ଟିଜେନ୍ ରିସେପ୍ଟର ଟି-ସେଲ୍ ବା କାର୍ ଟି-ସେଲ୍ ଥେରାପି ମୟୂରଭଞ୍ଜର ଜଣେ ରକ୍ତ କର୍କଟ ଆକ୍ରାନ୍ତ ୧୫ ବର୍ଷୀୟା ନାବାଳିକା ଠାରେ ଫଳପ୍ରଦ ହୋଇଛି ଏବଂ ସେ ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

ଅଧିକ ପଢ଼ନ୍ତୁ: କ୍ୟାନସର ଚିକିତ୍ସାରେ ନୂଆ ସମ୍ଭାବନା; କର୍କଟ ରୋଗକୁ ମାତ୍‌ ଦେବ ୧୦୦ ଟଙ୍କିଆ ଟାବଲେଟ୍

ଏହି ଅଭିନବ ସେଲ୍ ଓ ଜିନ୍ ଥେରାପି ଚିରାଚରିତ କେମୋ ଥେରାପି ଠାରୁ ଭିନ୍ନ ଏବଂ ଏହା ଦ୍ୱାରା କର୍କଟ ସହ ଲଢ଼ିବା ପାଇଁ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରାଯାଏ। କାର୍ ଟି-ସେଲ ଥେରାପିରେ ରୋଗୀର ଟି-ସେଲକୁ ଜେନେଟିକାଲି ପରିବର୍ତ୍ତିତ କରି ଶରୀରର କର୍କଟ କୋଷ ଗୁଡ଼ିକୁ ନଷ୍ଟ କରିବାକୁ ବ୍ୟବହାର କରାଯାଏ। ଯେଉଁ ରୋଗୀମାନେ ଚିରାଚରିତ କର୍କଟ ଚିକିତ୍ସା ଓ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଂଟ ଦ୍ୱାରା ଉପକୃତ ହେଉ ନାହାନ୍ତି ସେମାନଙ୍କ ପାଇଁ ଏହା ଖୁବ୍ ସହାୟକ ହେଉଛି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। 

Advertisment

ଭାରତରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଐତିହାସିକ ମାଇଲଖୁଂଟ ଭାବେ ଉଭା ହୋଇଥିବା ଏହି ନେକ୍ସକାର ୧୯କୁ ଏକ ବର୍ଷ ପୂର୍ବେ ସେଂଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଂଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସ୍ ସିଓ) ଅନୁମୋଦନ ଦେଇସାରିଥିବା ବେଳେ ଏହି ଥେରାପିର ସୁବିଧା ନେବାରେ ଭାରତୀୟ ରୋଗୀମାନଙ୍କୁ ସୁଯୋଗ ମିଳିଛି ଏବଂ ସେମାନଙ୍କୁ ଆଉ ଚିକିତ୍ସା ପାଇଁ ବିଦେଶକୁ ଯିବାକୁ ପଡ଼ିବ ନାହିଁ ବୋଲି ପ୍ରଫେସର ଡାକ୍ତର ସାମଲ କହିଛନ୍ତି।

 

 ସାମ୍ବାଦିକ ସମ୍ମିଳନୀରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ଡାକ୍ତର ପୁଷ୍ପରାଜ ସାମନ୍ତସିଂହାର ସୂଚନା ଦେଇ କହିଛନ୍ତି ଯେ ଏହି ୧୫ ବର୍ଷୀୟା ବାଳିକାର ଚିକିତ୍ସା ହେଉଛି ପୂର୍ବ ଭାରତରେ ପ୍ରଥମ ସଫଳ କାର ଟି-ସେଲ ଥେରାପି ଚିକିତ୍ସା। ଆଇଏମ୍ ଏସ୍ ଆଣ୍ଡ ସମ ହସ୍ପିଟାଲ୍ ନୂତନ ଚିକିତ୍ସା ପଦ୍ଧତି ଓ ଜ୍ଞାନ କୌଶଳକୁ ବ୍ୟବହାର କରିବାରେ ଅଗ୍ରଣୀ ଥିବା ବେଳେ ୭୦ ରୁ ଅଧିକ ବୋନ୍ ମ୍ୟାରୋ ପ୍ରତ୍ୟାରୋପଣ ଏବଂ ୧୫୦ ରୁ ଅଧିକ ରୋବୋଟିକ୍ ଆଣ୍ଠୁ ପ୍ରତ୍ୟାରୋପଣ ପ୍ରକ୍ରିୟା କରାଯାଇଥିବା ସେ ସୂଚନା ଦେଇଥିଲେ। 

ଅଧିକ ପଢ଼ନ୍ତୁ: ସର୍ଭେରେ ଆସିଲା ଚିନ୍ତାଜନକ ରିପୋର୍ଟ; ଭାରତରେ ବଢୁଛି ମୁଣ୍ଡ ଓ ଗଳା କର୍କଟ ରୋଗୀଙ୍କ ସଂଖ୍ୟା...

Hospital Blood Cancer
Advertisment
Advertisment