Advertisment

ILSର ନୂଆ ଆବିଷ୍କାର: ତରଳ ଝାଡ଼ା ଓ ମେଦ ମହୁଳତା ରୋକିବାରେ ସାଜିବ ରାମ ବାଣ

ଆଦିବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇବା ଉଦ୍ଦେଶ୍ୟରେ ୩ ବର୍ଷ ତଳେ ILSର ପୂର୍ବତନ ନିର୍ଦ୍ଦେଶକ ସ୍ବର୍ଗତ ଡକ୍ଟର ଅଜୟ ପରିଡ଼ା ଆରମ୍ଭ କରିଥିଲେ ଟ୍ରାଇବାଲ୍ ହେଲ୍ଥ ଆଣ୍ଡ ନ୍ୟୁଟ୍ରିସନ୍ କାର୍ଯ୍ୟକ୍ରମ ।

ଅଦ୍ୟତନ ହୋଇଛି
undefined

big achievement in medical science

Advertisment

ILSର ନୂଆ ଆବିଷ୍କାର ଲିଜିଲାକ୍ଟୋବାସିଲସ୍ ସାଲିଭାରିୟସ୍। ତରଳ ଝାଡ଼ା, ମେଦ ବହୁଳତା ରୋକିବ ଏହି ଅନନ୍ୟ ପ୍ରୋବାୟୋଟିକ୍ ବ୍ୟାକ୍ଟେରିଆ। ILS ଭୁବନେଶ୍ୱର ର ଗବେଷଣାରୁ ସାମ୍ନାକୁ ଆସିଛି ଏଭଳି ଗୁରୁତ୍ବପୂର୍ଣ୍ଣ ତଥ୍ୟ। ବଡ଼ କଥା ହେଲା- ଓଡ଼ିଶାର ଆଦିବାସୀଙ୍କ ଶରୀରରୁ ଠାବ ହୋଇଛି ଏ ନୂଆ ଉପକାରୀ ଜୀବାଣୁ। ଖାଲି ସେତିକି ନୁହେଁ, ରାଜ୍ୟର ଆଦିବାସୀଙ୍କ ଶରୀର ଓ ସେମାନଙ୍କ ଖାଦ୍ୟପେୟରୁ ପ୍ରାୟ ୩୦ରୁ ୪୦ ପ୍ରୋବାୟୋଟିକ୍ ବ୍ୟାକ୍ଟେରିଆ ଚିହ୍ନଟ କରିଛି ILS ।

Advertisment

ଲ୍ୟାବରେ ମୂଷା ଶରୀରରେ ଏହି ବ୍ୟାକ୍ଟେରିଆର ସଫଳ ପରୀକ୍ଷଣ ହୋଇସାରିଛି । ୱାର୍ଲ୍ଡ ଜର୍ଣ୍ଣାଲ ଅଫ୍ ମାଇକ୍ରୋବାୟୋଲଜି ଆଣ୍ଡ ବାୟୋଟେକ୍ନୋଲଜିରେ ବି ILSର ଏହି ସଫଳ ଆବିଷ୍କାର ସମ୍ପର୍କିତ ସନ୍ଦର୍ଭ ପ୍ରକାଶ ପାଇଛି। ILS ବୈଜ୍ଞାନିକ କହିଛନ୍ତି, ଆଦିବାସୀମାନେ ଏକ ସ୍ବତନ୍ତ୍ର ପରିବେଶରେ ରହୁଛନ୍ତି । ସେମାନଙ୍କର ଖାଦ୍ୟପେୟରେ ମଧ୍ୟ ସ୍ବାତନ୍ତ୍ରତା ରହିଛି। କିନ୍ତୁ ସେମାନଙ୍କ ସ୍ବାସ୍ଥ୍ୟରେ ସେତେଟା ଉନ୍ନତି ଆସିନି। ଚିହ୍ନଟ ହୋଇଥିବା ପ୍ରୋବାୟୋଟିକକୁ ଆଗାମୀ ଦିନରେ ପୋଷକ ଉତ୍ପାଦ ଆକାରରେ ଆଦିବାସୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛି ILS।

ଅଧିକ ପଢ଼ନ୍ତୁ: ମୃତ୍ୟୁ ପାଇଁ ଦିନ ଗଣୁଥିଲେ, ଭୁବନେଶ୍ୱର ଏମ୍ସରେ ଅସ୍ତ୍ରୋପଚାର ପରେ ମିଳିଲା ନୂଆ ଜୀବନ

Advertisment

ଆଦିବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇବା ଉଦ୍ଦେଶ୍ୟରେ ୩ ବର୍ଷ ତଳେ ILSର ପୂର୍ବତନ ନିର୍ଦ୍ଦେଶକ ସ୍ବର୍ଗତ ଡକ୍ଟର ଅଜୟ ପରିଡ଼ା ଆରମ୍ଭ କରିଥିଲେ ଟ୍ରାଇବାଲ୍ ହେଲ୍ଥ ଆଣ୍ଡ ନ୍ୟୁଟ୍ରିସନ୍ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ବିଭିନ୍ନ ଆଦିବାସୀ ଅଞ୍ଚଳରୁ ମଳ ଓ ଖାଦ୍ୟପେୟର ୨୦ ନମୁନା ସଂଗ୍ରହ କରାଯାଇଥିଲା। ଏସବୁ ନମୁନାରୁ ଚିହ୍ନଟ ହୋଇଛି ଏସବୁ ଉପକାରୀ ଜୀବାଣୁ।

ILS ବୈଜ୍ଞାନିକ କହିଛନ୍ତି, ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ ସହ ଉପକାରୀ ଜୀବାଣୁ ବି ନଷ୍ଟ ହେବାରେ ଲାଗିଛି । ହୁଏତ ଏବେ ଆଦିବାସୀଙ୍କ ଶରୀରରୁ ଠାବ ହୋଇଥିବା ଏସବୁ ପ୍ରୋବାୟୋଟିକ୍ ଜୀବାଣରୁ ଆଗାମୀ ଦିନରେ ବିଲୋପ ହୋଇଯାଇପାରେ। ଏହାକୁ ନଜରରେ ରଖି ILSର ଏକ ଆଦିବାସୀ ପ୍ରୋବାୟୋଟିକ୍ ବ୍ୟାଙ୍କ ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଛି।

Advertisment
ILS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ