Advertisment

ମୃତ୍ୟୁ ପାଇଁ ଦିନ ଗଣୁଥିଲେ, ଭୁବନେଶ୍ୱର ଏମ୍ସରେ ଅସ୍ତ୍ରୋପଚାର ପରେ ମିଳିଲା ନୂଆ ଜୀବନ

ଚିକିତ୍ସା ବିଜ୍ଞାନର ଚମତ୍କାର । ୧୦ ଜଣିଆ ଡାକ୍ତରୀ ଟିମ୍ ର ୧୪ ଘଣ୍ଟିଆ ସର୍ଜରୀ । କ୍ୟାନସର କବଳରୁ ମିଳିଲା ନୂଆ ଜୀବନ ।

author-image
Prangyan Parimita
ଅଦ୍ୟତନ ହୋଇଛି
undefined

surgery

ଜୀବନର ଡେଡ୍ ଲାଇନ୍ ଦିଆସରିଥିଲା। ବଞ୍ଚିବାର କୌଣସି ଆଶା ନ ଥିଲା। କେବଳ ମୃତ୍ୟୁ ପାଇଁ ଦିନ ଗଣୁଥିଲେ। ହେଲେ ଏମ୍ସ ଭୁବନେଶ୍ୱରର ୧୦ ଜଣିଆ ଡାକ୍ତରୀ ଟିମ୍ ର ୧୪ ଘଣ୍ଟା ଅକ୍ଳାନ୍ତ ଚେଷ୍ଟା ଦେଲା ନୂଆ ଜୀବନ। ଯମ ଦୂଆରୁ ଫେରିଆସିଲେ ରୋଗୀ।

Advertisment

ଜଗତସିଂହପୁରର ୨୫ ବର୍ଷିୟା ଆୟେଶା ପରବିନ୍ । ୩ ବର୍ଷ ହେଲା ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଭୋଗୁଥିଲେ। ଚାରିଆଡ଼େ ଡାକ୍ତରଙ୍କୁ ଦେଖାଇ ନିରାଶ ହୋଇସାରିଥିଲେ। ୩ ମାସ ତଳେ କଟକରେ ଜଣେ ଡାକ୍ତର ଏଣ୍ଡୋସ୍କୋପି ପରେ କହିଥିଲେ, ଆୟୁଷ ଅତିବେଶୀରେ ଆଉ ୧୦-୧୫ ଦିନ। ଏଭଳି ନିରାଶ ବାଣୀ ଶୁଣିବା ପରେ ଶେଷ ଆଶା ନେଇ ପହଞ୍ଚିଥିଲେ ଭୁବନେଶ୍ୱର ଏମ୍ସରେ। ପରୀକ୍ଷା ନିରୀକ୍ଷା ପରେ ଡାକ୍ତର କହିଲେ, ତଣ୍ଟିରେ ବିରଳ ଆଡିନୋସାଇଟ୍ କାର୍ସିନୋମା କ୍ୟାନ୍ସନର ହୋଇଛି।

ଶ୍ୱାସ ନଳୀକୁ କ୍ୟାନସର୍ ଗ୍ରାସି ସାରିଛି। ଖାଦ୍ୟ ନଳୀ ବି ସଂକ୍ରମିତ ହୋଇଛି। ଅପରେସନରେ ବି ରିସ୍କ ଅଛି। ଜୀବନ ମୃତ୍ୟୁ ଦୋଛକିରେ ଥିବାରୁ ପରବିନଙ୍କ ସ୍ୱାମୀ ରିସ୍କ ନେଲେ। ତେବେ କମ୍ ରିସ୍କ ନ ଥିଲା ଅପରେସନ୍। ପୂର୍ବରୁ କେବେ ବି ଏଭଳି ଅପରେସନ ହୋଇ ନଥିଲା ରାଜ୍ୟରେ । ତେଣୁ ଏହାକୁ ଚ୍ୟାଲେଞ୍ଜ ଭାବେ ନେଇଥିଲା ଏମ୍ସ ଭୁବନେଶ୍ୱର।

Advertisment

ଇଏନଟି, ଗ୍ୟାଷ୍ଟ୍ରୋ, ସର୍ଜରୀ, ଆନେସ୍ଥେସିଆ, ଟ୍ରମା ଓ ଏମର୍ଜେନ୍ସି ବିଭାଗର ୧୦ ଜଣ ଡାକ୍ତରଙ୍କୁ ନେଇ ଗଠନ ହେଲା ଟିମ୍। ଆରମ୍ଭ ହେଲା ଅପରେସନ। ପରବିନଙ୍କ ଗଳା ପାଖରେ ଥିବା ଖାଦ୍ୟ ନଳୀ ଓ ଶ୍ୱାସ ନଳୀ କାଟି ବାହାର କରିଦିଆଗଲା। ତାଙ୍କ ବୃହତ୍ ଅନ୍ତଃନଳୀରୁ ଏକ ଅଂଶକୁ କାଟି ତିଆରି କରାଗଲା ଖାଦ୍ୟ ନଳୀ । ହେଲେ ନାକ ପାଖକୁ ଶ୍ୱାସନଳୀ ଯୋଡ଼ିବାର କୌଣସି ବାଟ ଆଉ ନଥିଲା । ଶେଷରେ ତଣ୍ଟି ବାଟେ ନିଶ୍ୱାସ ପ୍ରଶ୍ୱାସ ନେବାର ବ୍ୟବସ୍ଥା ହେଲା। ଲାଗିଲା କୃତ୍ରିମ ଶ୍ୱାସନଳୀ। ଦିନ ସାଢ଼େ ୧୦ଟାରୁ ରାତି ସାଢ଼େ ୧୨ଟା ଯାଏଁ, ୧୪ ଘଣ୍ଟା ଧରି ଚାଲିଲା ସର୍ଜରୀ।

ଏକଦା ବଞ୍ଚିବାର ଆଶା ଛାଡ଼ିଦେଇଥିବା ଆୟେଶା ଏବେ ସୁସ୍ଥ। ଠିକରେ କଥା କହି ପାରୁ ନ ଥିଲେ ବି ସବୁ ପ୍ରକାର ଖାଦ୍ୟ ଖାଇ ପାରୁଛନ୍ତି, ଆରାମରେ ନିଶ୍ୱାସ ପ୍ରଶ୍ୱାସ ନେଇପାରୁଛନ୍ତି।...

Rare Surgery AIIMS
Advertisment
Advertisment