Advertisment

ସ୍ୱାସ୍ଥ୍ୟ ପାଇଁ ପିଆଜ, ଜାଣିବା ଏହାର ଲାଭଦାୟକ ଗୁଣ

ଖାଦ୍ୟରେ ବିଭିନ୍ନ ରେସିପି ପାଇଁ ଆମେ ପିଆଜ ପକାଇଥାଉ ଯାହା କି ଖାଦ୍ୟର ସ୍ୱାଦ ୨ ଗୁଣ ବଢାଇ ଦେଇଥାଏ । ସେହିପରି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ପିଆଜ ସେତିକି ଲାଭଦାୟକ ଅଟେ । ଆଜି ଆମେ ଜାଣିବା ପିଆଜର ବିଭିନ୍ନ ଲାଭଦାୟକ ଗୁଣ ବିଷୟରେ....

author-image
Pallipuspa Samal
Benefits of onion

Benefits of onion

ପିଆଜର ବିଭିନ୍ନ ଔଷଧୀୟ ଗୁଣ ଭରପୁର ରହିଛି । ଆୟୁର୍ବେଦରେ ପ୍ରାଚୀନ କାଳ ସମୟରେ ପିଆଜରେ ବିଭିନ୍ନ ଔଷଧ ପ୍ରସ୍ତୁତ କରାଯାଇଛି । ଯାହାକି ମୁଣ୍ଡବିନ୍ଧା, ହୃଦଘାତ ଏବଂ ପାଟି ଘା ’ଭଳି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିଲେ । ପିଆଜରେ ଭିଟାମିନ୍ ଭରପୂର ରହିଥାଏ । ଏଥିରେ ଫୋଲେଟ୍ ,ପିରାଇଡକ୍ସାଇନ୍ ରହିଥାଏ ଯାହା ଶରୀରର ମେଟାବୋଲିଜିମ୍,ଲାଲ ରକ୍ତ କଣିକା ଉତ୍ପାଦନ ଏବଂ ସ୍ନାୟୁ କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ପିଆଜ କୋଲେଷ୍ଟ୍ରୋଲ୍ ସ୍ତରକୁ ହ୍ରାସ କରିବା ସହିତ ହୃଦଘାତର ଆଶଙ୍କା କମାଇଥାଏ । ଚାଲନ୍ତୁ ଜାଣିବା ପିଆଜ ଓ ପିଆଜ ରସର ବିଭିନ୍ନ ଲାଭଦାୟକ ଗୁଣ ବିଷୟରେ...

Advertisment
  • ପିଆଜରେ ଭିଟାମିନ-ଏ,ସି, ଓ ଇ ଥିବାରୁ ସୂର୍ଯ୍ୟଙ୍କ ଠାରୁ ଆସୁଥିବା ଅତି ବାଇଗଣୀ ରଶ୍ମିକୁ ପ୍ରତିହତ କରିବା ସହ ଚର୍ମକୁ ବାହ୍ୟ ସଂକ୍ରମଣରୁ ରକ୍ଷା କରିବା ସହ ଉଜ୍ୱଳତା ପ୍ରଦାନ କରିଥାଏ ।
  • ଚର୍ମକୁ ପରିଷ୍କାର କରିବା ତଥା ଉଜ୍ୱଳ କରିବା ପାଇଁ ଆମେ ପିଆଜକୁ ବ୍ୟବହାର କରି ପାରିବା । ଏଥିରେ ପ୍ରଚୁର ପରିମାଣରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଥିବାରୁ ପିଆଜକୁ ପେଷ୍ଟ କରି ଏହାକୁ ମୁହଁରେ ଲଗାଇଲେ ମୁହଁର ଚମକ ବୃଦ୍ଧି ପାଇଥାଏ ।
  • ପିଆଜର ଚୋପାକୁ ପାଣିରେ ପକାଇ ୮ ଘଣ୍ଟା ରଖି ଦିଅନ୍ତୁ। ଏହାପରେ ଏହାକୁ ସେବନ କରନ୍ତୁ। ଏପରି ପିଆଜ ଚୋପାର ସେବନ କରିବା ଦ୍ୱାରା କୋଲେଷ୍ଟେରୋଲ ମାତ୍ରା ନିୟନ୍ତ୍ରଣ ହୋଇ ରହିଥାଏ।
OnionOnion
  • ପିଆଜର ରସ ସହ ଭିଟାମିନ-ଇ ମିଶାଇ ଏହାକୁ ରାତିରେ ଓଠରେ ଲଗାନ୍ତୁ। ସକାଳେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଓଠର କଳାପଣ ଦୂର ହୋଇଥାଏ ।
  • ପିଆଜର ରସକୁ ମୁହଁରେ ଲଗାଇଲେ ମୁହଁରେ ଥିବା କଳାଦାଗ ଦୂର ହୋଇଥାଏ ।
  • ୧ ଚାମଚ ପିଆଜ ରସ, ବେସନ ୧ ଚାମଚ , ଅଳ୍ପ କ୍ଷୀର ମିଶାଇ ଏହାକୁ ମୁହଁରେ ଲଗାନ୍ତୁ । ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖନ୍ତୁ। ୧୫ ମିନିଟ ପରେ ଧୋଇ ଦିଅନ୍ତୁ। ଏପରି ସପ୍ତାହକୁ ୩ରୁ ୪ ଥର ଲଗାଇବା ଦ୍ୱାରା ମୁହଁ ଗୋରା ଓ ଉଜ୍ୱଳ ହୋଇଥାଏ।
  • ତ୍ୱଚାର ଦାଗ ଦୂର କରେ ପିଆଜ ରସ । ବହୁ ପୁରୁଷ ଓ ମହିଳାଙ୍କ ମୁହଁରେ ବିଭିନ୍ନ ଦାଗ ଥାଏ । ନିୟମିତ ପିଆଜର ଚୋପାକୁ ବ୍ୟବହାର କରି ପେଷ୍ଟ ପ୍ରସ୍ତୁତ କରନ୍ତୁ । ସେଥିରେ ମହୁ ଓ ହଳଦୀ ମିଶାଇ ମୁହଁରେ ଲଗାନ୍ତୁ । ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖି ଧୋଇ ଦିଅନ୍ତୁ। ଏହା ଦ୍ୱାରା ମୁହଁର ସମସ୍ତ ଦାଗ ଦୂର ହୋଇଥାଏ।
Advertisment
Health News
Advertisment
Advertisment