• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ରୁପି ସମସ୍ୟା ଦୂର କରେ ମନ୍ଦାର ଫୁଲ

  • କେଶରେ ଘନତା ଆଣେ ମନ୍ଦାର ଫୁଲ

ନିତିଦିନିଆ ଜୀବନରେ ଆମେ କେଶର ଯତ୍ନ ନେବା ପାଇଁ ଅନେକ ଉପଚାର କରିଥାଉ । ମନ୍ଦାର ଫୁଲ କେଶ ସହିତ ଯଡ଼ିତ ଅନେକ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ମନ୍ଦାର ଫୁଲରେ ତିଆରି ପ୍ୟାକ୍ ଲଗାଇବା ଦ୍ୱାରା କେଶ ମୂଳରୁ ମଜବୁତ ହୋଇଥାଏ । ରୁପି, କେଶ ଝଡିବା ଏବଂ କେଶ ସମ୍ବନ୍ଧୀୟ ଅନ୍ୟାନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ । ତେବେ ଆସନ୍ତୁ ଜାଣିବା ମନ୍ଦାର ଫୁଲରୁ କେଶ ସମ୍ବନ୍ଧୀୟ ସମସ୍ୟାକୁ ଦୁର କରିବାର କିଛି ହେୟାରପ୍ୟାକ୍ ବିଷୟରେ…

 

  • କେଶରେ ଚମକ ଆଣେ ମନ୍ଦାର ଫୁଲ । ଶୁଖିଲା କେଶ ବହୁତ ମଇଳା ଏବଂ ଖରାପ ଦେଖାଯାଇଥାଏ ତେଣୁ କେଶକୁ ପୋଷଣ ଏବଂ ଉଜ୍ଜ୍ୱଳ କରିବା ପାଇଁ ମନ୍ଦାର ଫୁଲ ଲାଭଦାୟକ ହୋଇଥାଏ । ଏଥିପାଇଁ ୨ ଚାମଚ ମନ୍ଦାର ଫୁଲ ଗୁଣ୍ଡ ଏବଂ ଆଲୋଭେରା ଜେଲ୍ ମିଶାଇ ଏହାକୁ ୩୦ ମିନିଟ୍ କିମ୍ବା ଶୁଖିବା ପର୍ଯ୍ୟନ୍ତ କେଶରେ ଲଗାଇ ରଖନ୍ତୁ । ପରେ ଏହାକୁ ସଫା ପାଣିରେ ଧୋଇ ଦିଅନ୍ତୁ । ଏହାଦ୍ୱାରା କେଶରେ ଚମକ ଆସିଥାଏ ଏବଂ ଝଡିବା ସମସ୍ୟା ଦୁର କରିଥାଏ । କେଶ ସୁନ୍ଦର, ଘନ, ନରମ ହେବାରେ ସାହାଯ୍ୟ କରିଥାଏ ।
  • ଘନ କେଶ ପାଇଁ ମନ୍ଦାର ଫୁଲ ବହୁତ ଲାଭଦାୟକ ଅଟେ । ମନ୍ଦାର ଫୁଲରେ ଥିବା ଆମିନୋ ଏସିଡ୍ କେଶକୁ ପୋଷଣ ଯୋଗାଇଥାଏ । ଏହା କେଶର ମୂଳକୁ ଅଧିକ ମଜବୁତ କରିଥାଏ । କେଶ ଝଡ଼ିବା ସମସ୍ୟାକୁ ଦୂର କରି କେଶ ଜଲଦି ବଢିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ, କେଶରେ ଏକ କଣ୍ଡିସନର ଭାବରେ ମଧ୍ୟ କାମ କରିଥାଏ ।
  • ୫ଟି ମନ୍ଦାର ଫୁଲ ଏବଂ ପତ୍ରକୁ ଗ୍ରାଇଣ୍ଡ୍ କରନ୍ତୁ । ତା’ପରେ ୨ ବଡ ଚାମଚ ଅଲିଭ୍ ଏବଂ ବାଦାମ ତେଲକୁ ମିଶାଇ ୩୦ ମିନିଟ୍ ପାଇଁ ମୁଣ୍ଡରେ ଲଗାନ୍ତୁ । ପରେ ଏହାକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଏହାଭଳି ନିୟମିତ ଭାବେ ଏହି ପ୍ୟାକ୍ ଲଗାଇବା ଦ୍ୱାରା କେଶ ଘନ ହୋଇଥାଏ ।
  • ଯେକୌଣସୀ ଋତୁ ହେଉ ନା କାହିଁକି ରୁପି ସମସ୍ୟା ହେବା ଏବେ ସାଧାରଣ କଥା । ଆପଣ ଏଥିରୁ ମୁକ୍ତି ପାଇବା ପାଇଁ ୧ ବଡ ଚାମଚ ମନ୍ଦାର ଫୁଲ ଏବଂ ପତ୍ରର ଗୁଣ୍ଡ(ମନ୍ଦାର ଫୁଲ ଓ ପତ୍ରକୁ ଶୁଖାଇ ଗୁଣ୍ଡ କରି ଦି‌ଅନ୍ତୁ)ନିଅନ୍ତୁ । ୧ ବଡ ଚାମଚ ହେନା ପାଉଡର ଏବଂ ଏଥିରେ ୨ ଚାମଚ ଲେମ୍ବୁ ରସ ମିଶାଇ ମୁଣ୍ଡରେ ଲଗାନ୍ତୁ । ଏହାକୁ ଅଧଘଣ୍ଟାଏ ରଖିବା ପରେ ସଫା ପାଣିରେ ଧୋଇ ଦିଅନ୍ତୁ ।