• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • କାଶ ହେଉଥିଲେ ଆଲୋଭେରା ଜୁସ୍ ଏକ ଔଷଧ ଭଳି କାମ କରିଥାଏ

ଆଲୋଭେରା ଜୁସରେ କ୍ୟାଲସିୟମ୍, ଜିଙ୍କ, ପୋଟାସିୟମ୍, ଆଇରନ୍, ସୋଡିୟମ୍, ମ୍ୟାଗ୍ନେସିୟମ୍, କ୍ରୋମିୟମ୍ ଏବଂ ମାଙ୍ଗାନିଜ୍ ପ୍ରଚୁର ପରିମାଣରେ ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ଏଥିରୁ ମିଳୁଥିବା ବିଭିନ୍ନ ଫାଇଦା ।

 

  • କାଶ ହେଉଥିଲେ ଆଲୋଭେରା ଜୁସ୍ ଏକ ଔଷଧ ଭଳି କାମ କରିଥାଏ । ଏକ କପ୍ ଉଷୁମ ପାଣି ସହିତ ଅଧା ଚାମଚ ଆଲୋଭେରା ଜୁସ୍ ପିଅନ୍ତୁ ।
  • ଅଁଳା ଏବଂ ଜାମୁକୋଳି ସହିତ ଆଲୋଭେରା ବ୍ୟବହାର କରିବା ଦ୍ୱାରା କେଶ ମଜବୁତ ହେବା ସହିତ ଆଖିକୁ ମଧ୍ୟ ସୁସ୍ଥ ରଖିଥାଏ ।
  • କେଶ ଉପୁଡିବା ସମସ୍ୟା ମଧ୍ୟ ଦୂର କରିଥାଏ ।
  • ଜଣ୍ଡିସରେ ପୀଡିତ ରୋଗୀଙ୍କ ପାଇଁ ଆଲୋଭେରା ଏକ ଔଷଧ । ସକାଳ ଏବଂ ସନ୍ଧ୍ୟାରେ ୧୫ ଗ୍ରାମ ଆଲୋ ଭେରା ଜୁସ୍ ପିଅନ୍ତୁ । ଏହି ରୋଗରୁ ମୁକ୍ତି ମିଳିବ ।
  • ମେଦବହୁଳତା ହ୍ରାସ କରିବାରେ ଆଲୋଭେରା ସହାୟକ ହୋଇଥାଏ । କଞ୍ଚା ମେଥି ପତ୍ରକୁ ଗ୍ରାଇଣ୍ଡ୍ କରି ୧୦ ଗ୍ରାମ୍ ଆଲୋଭେରା ରସରେ ମିଶାଇ ଏହାକୁ ପ୍ରତିଦିନ ଖାଆନ୍ତୁ ମୋଟାପଣ ଦୂର ହେବ ।
  • ଯଦି ଶରୀରର କୌଣସି ଅଙ୍ଗ ନିଆଁରେ ଜଳି ଯାଇଥାଏ, ତେବେ ସେହି ସ୍ଥାନରେ ଆଲୋଭେରା ରସ ଲଗାଇବା ଦ୍ୱାରା ଜଳାପୋଡାରୁ ମୁକ୍ତି ମିଳିଥାଏ ।
  • ଅଧିକାଂଶ ଲୋକ ସବୁବେଳେ ପେଟରେ ଗ୍ୟାସ୍ ସମସ୍ୟା ଏବଂ ଖାଦ୍ୟ ହଜମ ନହେବାର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।
  • ଯଦି ଶରୀରରେ ପେଟ ସମ୍ବନ୍ଧୀୟ କୌଣସି ରୋଗ ଅଛି, ତେବେ ଆପଣ ସକାଳେ ୨୦ ଗ୍ରାମ ଆଲୋଭେରା ରସ ସହିତ ମିଶ୍ରିତ ମହୁ ଏବଂ ଲେମ୍ବୁ ଖାଇବା ଉଚିତ୍ । ଏହା କେବଳ ପେଟ ରୋଗକୁ ଦୂର କରେ ନାହିଁ, ହଜମ ଶକ୍ତି ମଧ୍ୟ ବଢାଇଥାଏ ।