/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697804542.jpg)
Aiims bhubaneswar
ବିଲ ପେମେଣ୍ଟ ପାଇଁ ଆଉ ଲମ୍ବା ଲାଇଲରେ ଛିଡ଼ା ହେବେନି ଲୋକେ । ପେପରଲେସ ତଥା ଇ-ହସ୍ପିଟାଲ ଦିଗରେ ଆଉ ପାଦେ ଆଗେଇଲା ଭୁବନେଶ୍ବର ଏମ୍ସ । ଭୁବନେଶ୍ବର ସ୍ଥିତ ଏମ୍ସରେ କାର୍ଯ୍ୟକାରୀ ହେଲା ଇ-ପେମେଣ୍ଟ ବ୍ୟବସ୍ଥା ।
ଆଜିଠାରୁ ଏମ୍ସରେ ଆରମ୍ଭ ହୋଇ ଯାଇଛି ଇ-ପେମେଣ୍ଟ ବ୍ୟବସ୍ଥା । ନିଜ ମୋବାଇଲ ଜରିଆରେ ଆବଶ୍ୟକ ପେମେଣ୍ଟ କରିପାରିବେ ରୋଗୀ । ଏନେଇ ପ୍ଲେ ଷ୍ଟୋରରେ ଉପଲବ୍ଧ ହୋଇଛି ଆପ୍ । ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ଥିବା ଏମ୍ସ ଭୁବନେଶ୍ବର ସ୍ବାସ୍ଥ୍ୟ ଆପ ଜରିଆରେ ଏହି ସୁବିଧା ପାଇ ପାରିବେ ରୋଗୀ ଓ ତାଙ୍କ ସମ୍ପର୍କୀୟ ।
ସ୍ବାସ୍ଥ୍ୟ ଆପରେ ପଞ୍ଜିକରଣ କରି ବିଲିଂ ସେକ୍ସନକୁ ଯାଇ ଓପିଡି ଦେୟଠାରୁ ଆରମ୍ଭ କରି ବିଭିନ୍ନ ସ୍ବାସ୍ଥ୍ୟ ପରୀକ୍ଷାର ବିଲ ମଧ୍ୟ ପୈଠ କରି ପାରିବେ । ଅନ୍ୟପଟେ ସ୍ମାର୍ଟ ଫୋନର ବ୍ୟବହାର ଜାଣି ନଥିବା ଲୋକଙ୍କ ପାଇଁ କ୍ୟାସ କାଉଣ୍ଟରର ସୁବିଧା ମଧ୍ୟ ରହିବ । ପ୍ରଧାନମନ୍ତ୍ରୀଙ୍କ ଜିଜିଟାଲ ଇଣ୍ତିଆକୁ ଏହା ଅଧିକ ପୃଷ୍ଠପୋଷକତା କରିବ ବୋଲି କହିଛନ୍ତି ଏମ୍ସ ଡାକ୍ତର । ସୂଚନା ଥାଉକି, ପୂର୍ବରୁ ଏମ୍ସ ଭୁବନେଶ୍ବରରେ ଇ-ଓପିଡି, ଇ-ଅଫିସ, ଇ-ଲ୍ୟାବ ଆଦି କାର୍ଯ୍ୟକାରୀ ହୋଇ ସାରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)