Advertisment

ଖାଆନ୍ତୁ ‘ଲାଲ୍ କଦଳୀ’, ଦୁର୍ବଳ ହେବନି ହାଡ଼

କଦଳୀ ବର୍ଷସାରା ଉପଲବ୍ଧ ହେଉଥିବାଏକ ଫଳ। ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖାଇବାକୁ ପସନ୍ଦ କରନ୍ତି। ସାଧାରଣତଃ ଆପଣ ବାହାରେ ହଳଦିଆ ରଙ୍ଗର କଦଳୀ ଖାଇଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଲାଲ୍ କଦଳୀ ଖାଇବାର ଉପକାରିତା ବିଷୟରେ କହିବୁ। ତେବେ ଚାଲନ୍ତୁ ଜାଣିବା ସ୍ୱାସ୍ଥ୍ୟ ପାଇଁ ଏହା କେତେ ଉପକାରୀ ?

author-image
Pallipuspa Samal
ଅଦ୍ୟତନ ହୋଇଛି
Health Benifits of 'Red banana'

Health Benifits of 'Red banana'

ଲାଲ୍ କଦଳୀ ପୁଷ୍ଟିକର ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣରେ ପରିପୂର୍ଣ୍ଣ। ଏହାକୁ ଖାଇବା ଦ୍ୱାରା ଇମ୍ୟୁନିଟି ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ। ଥକ୍କା, ଦୁର୍ବଳତା ଦୂର ହୋଇ ଦିନସାରା ଶକ୍ତିଶାଳୀ ଅନୁଭବ ହୋଇଥାଏ। ଆସନ୍ତୁ ଜାଣିବା ଲାଲ୍ କଦଳୀ ଖାଇବାର ଉପକାର ବିଷୟରେ…

Advertisment

ଇମ୍ୟୁନିଟି ବଢାଇଥାଏ:

  • ଲାଲ୍ କଦଳୀରେ ଭିଟାମିନ୍ C, B6 ଭରପୂର ରହିଥାଏ। ଏହାକୁ ଖାଇବା ଦ୍ୱାରା ଇମ୍ୟୁନିଟି ବଢିଥାଏ। ଭିଟାମିନ୍ B6 ଶରୀରରେ ୱାଇଟ୍ ବ୍ଲଡ୍ ସେଲ୍ସର ସୁରକ୍ଷା ବୃଦ୍ଧିରେ ସାହାଯ୍ୟ କରିଥାଏ। ରୋଗ ସହ ଲଢିବାର ଶକ୍ତି ମିଳିଥାଏ।

ହାଡ ମଜବୁତ ହୋଇଥାଏ:

  • ପ୍ରତିଦିନ ନାଲି କଦଳୀ ଖାଇବା ଦ୍ୱାରା ହାଡ ମଜବୁତ ହୋଇଥାଏ। ତେଣୁ ପିଲାମାନଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖାଇବା ଉଚିତ୍।
Advertisment

ରୋଗରୁ ମୁକ୍ତି ମିଳିଥାଏ:

  • ଲାଲ୍ କଦଳୀରେ ପୋଟାସିୟମ୍ ଅଧିକ ମାତ୍ରାରେ ରହିଥାଏ। ଏହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏହାକୁ ଖାଇବା ଦ୍ୱାରା ହୃଦୟ ସହିତ ଜଡିତ ସମସ୍ୟା ଦୁର ହୋଇଥାଏ। କର୍କଟ ଭଳି ଏକ ଗମ୍ଭୀର ରୋଗର ଶିକାର ହେବାର ଆଶଙ୍କା କମ୍ ରହିଥାଏ।
  • 'Red banana''Red banana'

ଓଜନ କମାଇଥାଏ:

  • ଲାଲ୍ କଦଳୀ ଖାଇବା ଦ୍ୱାରା ଓଜନ କମ୍ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରହିଥାଏ। ଏହି କାରଣରୁ ଶରୀରରେ ଗଚ୍ଛିତ ଚର୍ବି ଶୀଘ୍ର କମିଯାଏ । ତେଣୁ ଓଜନ ବଢୁଥିବା ଅସୁବିଧା ଭୋଗୁଥିବା ଲୋକମାନେ ଦୈନନ୍ଦିନ ଖାଦ୍ୟରେ ଲାଲ୍ କଦଳୀ ଅନ୍ତର୍ଭୁକ୍ତ କରିବା ଉଚିତ୍।

ଡାଏବେଟିସ୍ କଣ୍ଟ୍ରୋଲ୍ ରହିଥାଏ:

  • ଲାଲ୍ କଦଳୀରେ ଫାଇବର ଥାଏ, ଯାହା ଶରୀରରେ ସୁଗାର୍ ଲେଭଲ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ତେଣୁ ମଧୁମେହ ରୋଗୀମାନେ ଏହାକୁ ଖାଇବା ଆବଶ୍ୟକ।
Health News
Advertisment
Advertisment